ଆସନ୍ତା ୧୫ରେ ଲଘୁଚାପ ସମ୍ଭାବନା, ପ୍ରଭାବ ଓଡ଼ିଶା ଉପରେ ପଡ଼ିନପାରେ

NEWS7
2-hardcore-maoists-killed-in-encounter-with-security-forces-in-chhattisgarh

ଭୁବନେଶ୍ବର ୧୩।୨: ଆସନ୍ତା ୧୫ରେ ଲଘୁଚାପ ସମ୍ଭାବନା ରହିଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ଆଶଙ୍କା ରହିଛି । ପୂର୍ବ ଭାରତ ମହାସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ମହାସାଗରରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ ରହୁଛି । ଯାହା ସମୁଦ୍ର ପୃଷ୍ଠରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ବିସ୍ତାର ହୋଇଛି । ଏହା ପ୍ରଭାବରେ ଆସନ୍ତା ୧୫ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଶ୍ରୀଲଙ୍କାର ଦକ୍ଷିଣ ଭାଗରେ ବର୍ଷା ହେବ । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ନାହିଁ ବୋଲି କହିଛି ପାଣିପାଗ ବିଭାଗ ।

ସେପଟେ ଗତ ୨୪ ଘଣ୍ଟାରେ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ପାହାଡିଆ ଅଞ୍ଚଳ ଜି. ଉଦୟଗିରିରେ ୭.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ସର୍ବାଧିକ ଦିନର ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଉତ୍ତର ଓଡ଼ିଶାର କିଛି ସ୍ଥାନରେ ୨-୩ ଡିଗ୍ରୀ ଦିନ ତାପମାତ୍ରା ସର୍ବନିମ୍ନ କମ୍ ରହିଛି । ତେବେ ଆସନ୍ତା ୬-୭ ଦିନ ଯାଏଁ ଦିନ ଓ ରାତ୍ରି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ।