ପୋଖରୀରେ ଗାଧୋଇବା ହେଲା କାଳ, ବୁଡ଼ିଯାଇ ୨ ନାବାଳିକାଙ୍କ ମୃତ୍ୟୁ

Published By : Prameya-News7 Bureau | April 16, 2024 IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ଅଧୀନ ପ୍ରତାପପୁର ଗ୍ରାମରେ ଅଭାବନୀୟ ଘଟଣା। ପୋଖରୀରେ ଗାଧୋଇବାବେଳେ ୨ ନାବାଳିକାଙ୍କ ସଲିଳ ସମାଧି। 

ସୂଚନା ଅନୁଯାୟୀ, ମଙ୍ଗଳବାର ଗ୍ରାମର ଜଣେ ଜେନୖକ ବ୍ୟକ୍ତିଙ୍କ ପୋଖରୀରେ ଦୁଇ ନାବାଳିକା ଗାଧୋଇବାବେଳେ ଏହି ଅଘଟଣ ଘଟିଥିଲା। 

ତେବେ ଘଟଣା ଜାଣିବା ପରେ ଲୋକେ ତାଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ। ମାତ୍ର ସେତେବେଳେକୁ ବିଳମ୍ବ ହୋଇଯାଇଥିଲା। 

ଡାକ୍ତର ଉଭୟଙ୍କୁ ଘୋଷଣା କରିଛନ୍ତି। ମୃତ ନାବାଳିକା ଦୁଇ ଜଣ ହେଉଛନ୍ତି ସୁରେଖା ନାୟକ (୧୫ ବର୍ଷ) ଓ ଲିଲି ନାୟକ(୧୭ ବର୍ଷ) । ଏମାନେ ସମ୍ପର୍କରେ ଦୁଇ ଭଉଣୀ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.