ଆଠମଲ୍ଲିକ ୦୩ /୦୮: ଛାତ ସେଣ୍ଟ୍ରିଂ ଖୋଲୁଥିବାବେଳେ ଅଘଟଣ । ଚାଲିଗଲା ୨ ଜଣଙ୍କ ଜୀବନ । ଆଠମଲ୍ଲିକ ଥାନା ଲୁହାସିଙ୍ଗା ଗାଁରେ ଅଭାବନୀୟ । ମୃତକ ୨ ଜଣ ହେଲେ ମନୁ ପ୍ରଧାନ ଓ ସୋନୁ ପ୍ରଧାନ । ଉଭୟ ଗାଁର କନକ ପ୍ରଧାନଙ୍କ ଛାତ ଘର ସେଣ୍ଟ୍ରିଂ ଖୋଲୁଥିବାବେଳେ ତାହା ୨ ଜଣଙ୍କ ଉପରେ ଖସି ପଡିଥିଲା ।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆଠମଲ୍ଲିକ ମେଡିକାଲ ଆଣିଥିଲେ ପରିବାର ଲୋକ । ତେବେ ଚିକିତ୍ସା ପୂର୍ବରୁ ମନୁ ପ୍ରଧାନଙ୍କର ହସ୍ପିଟାଲ ବାହାରେ ମୃତ୍ୟୁ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ସୋନୁଙ୍କୁ ଅନୁଗୁଳ ମେଡିକାଲ ଅଣାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଜୀବନ ଚାଲିଯାଇଛି । ହଠାତ ଏପରି ଅଘଟଣକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ।