LIVE TV

ଅଲ ଫଲାହରେ ପଶିଲା ଇଡି : ୨୫ଟି ଜାଗାରେ ଚାଲିଛି ରେଡ୍

NEWS7
2-dead-in-truck-aacident

ନୂଆଦିଲ୍ଲୀ, ୧୮|୧୧: ଦିଲ୍ଲୀ ବିସ୍ଫୋରଣର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ରାତି ଦିନ ଗୋଟିଏ କରିଦେଇଛନ୍ତି ତଦନ୍ତକାରୀ ସଂସ୍ଥା । ଅଲ ଫଲାହ ୟୁନିଭର୍ସିଟିର ଲିଙ୍କ୍ ମିଳିବା ପରେ ଅଧିକ ତତ୍ପର ହୋଇ ଉଠିଛନ୍ତି ପୋଲିସ ଏବଂ ଏନଆଇଏ । ଗିରଫ ସନ୍ଦିଗ୍ଧଙ୍କୁ ଜେରା ପରେ ନୂଆ ନୂଆ ତଥ୍ୟ ପାଇଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଯାହାର ଆଧାରରେ ୨୫ଟି ସ୍ଥାନରେ ରେଡ୍ କରାଯାଇଛି । ଅଲ ଫହାହ ୟୁନିଭର୍ସିଟି ଲିଙ୍କରେ ଏସବୁ ସ୍ଥାନରେ ଚଢାଉ କରାଯାଇଥିବା ସୂଚନା ମିଳିଛି ।

ମଙ୍ଗଳବାର ଇଡି ବା ପ୍ରବର୍ତ୍ତନ ନିର୍ଦେଦ ଦେଶର ୨୫ଟି ସ୍ଥାନରେ ରେଡ୍ କରିଛି । ତା ସହ ଏନଆଇଏ ମଧ୍ୟ ରେଡରେ ସାମିଲ ଅଛି । ଓଖଲା ଅଫିସର ସମେତ ଫରିଦାବାଦର ଅନେକ ଜାଗାରେ ଏହି ରେଡ୍ ଚାଲିଛି । ୟୁନିଭର୍ସିଟିର ଅର୍ଥ କରାବାର ନେଇ ଇଡି ଚଢାଉ କରୁଛି । କିଛି ଦିନ ପୂର୍ବରୁ ସରକାରଙ୍କୁ ବିଦେଶରୁ ୟୁନିଭର୍ସିଟିକୁ ଟଙ୍କା ଆସିଥିବା ତଥ୍ୟ ମିଳିଥିଲା । ଯାହା ପରେ ତଦନ୍ତ ଭାର ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଦିଆଯାଇଥିଲା ।

ଗୋଟିଏ ଦିଗରେ ଏନଆଇଏ ବିସ୍ଫୋରଣ ନେଇ ତଦନ୍ତ କରୁଥିବା ବେଳେ ଏବେ ଇଡି ଆର୍ଥିକ ନେଣଦେଣ ନେଇ ତଦନ୍ତ କରୁଛି । ପୂର୍ବରୁ ବିଶ୍ବବିଦ୍ୟାଳୟକୁ ୟୁଜିସି ଏବଂ ନାକ୍ ଅନିୟମିତତାର ପେଣ୍ଠସ୍ଥଳୀ ବୋଲି କହିଥିଲେ । ଠକେଇ ଏବଂ ଚଞ୍ଚକତା କରି ୟୁନିଭର୍ସିଟି କର୍ତ୍ତୃପକ୍ଷ ଅନେକ ଲାଭ ପାଇଥିବା ନାକ୍ ଜାଣିବାକୁ ପାଇଥିଲା । ଆସୋସିଏସନ ଅଫ ୟୁନିଭର୍ସିଟି ମଧ୍ୟ ଅଲ ଫଲାହର ସଦସ୍ୟତାକୁ ରବ୍ଦ କରିଥିଲା । 

ସୂଚନାଯୋଗ୍ୟ, ୨୦୧୪ରେ ଅଲ ଫଲାହ ୟୁନିଭର୍ସିଟିର ପ୍ରତିଷ୍ଠା ହୋଇଥିଲା । ୨୦୧୫ରେ ଏହାକୁ ମାନ୍ୟତା ମିଳିଥିଲା । ଅଲ ଫଲାହ ଚାରିଟେବୁଲ ଟ୍ରଷ୍ଟ ଅଧିନରେ ଏହା ଆସୁଥିଲା ଯାହାକୁ ୧୯୯୫ରେ ଗଠନ କରାଯାଇଥିଲା । ୧୯୯୭ରେ ଇଞ୍ଜିନିୟରିଂ କଲେଜରୁ ଆରମ୍ଭ ହୋଇଥିବା ଅଲ ଫଲାହ ୟୁନିଭର୍ସିଟି ପରେ ବିଭିନ୍ନ ସ୍କୁଲ, ମେଡିକାଲ କଲେଜ ସ୍ଥାପନା କରିଥିଲା ।