ନୂଆଦିଲ୍ଲୀ ୨୦।୦୭; ହିମାଚଳ ପ୍ରଦେଶରେ ଭୂମିକମ୍ପ ଝଟକା । ଏହି ଭୂକମ୍ପ ସକାଳ ୩.୨୭ ରେ ହୋଇଥିବା ବେଳେ ଦ୍ଵିତୀୟ ଥର ପାଇଁ ୩.୩ ତୀବ୍ରତାରେ ମାପ କରାଯାଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ଚମ୍ବା ଥିଲା। ସେହି ସମୟରେ ପାକିସ୍ତାନରେ ମଧ୍ୟ ଭୂମିକମ୍ପ ହୋଇଥିଲା। ରାତି ୨.୩୮ରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ୩.୭ ଥିଲା। ଉଭୟ ସ୍ଥାନରେ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ଖବର ଆସିନାହିଁ। କିନ୍ତୁ କିଛି ସମୟ ପାଇଁ ଉଭୟ ସ୍ଥାନରେ ଭୟ ବାତାବରଣ ଖେଳିଗଲା। ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ ।
ପାକିସ୍ତାନରେ ୩.୭ ତୀବ୍ରତାର ଭୂମିକମ୍ପ
ପାକିସ୍ତାନରେ ରାତି ୨.୩୮ ରେ ଏକ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ଥିଲା। ରବିବାର ମଧ୍ୟ ପାକିସ୍ତାନରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ମାପ କରାଯାଇଥିଲା। ଭୂମିକମ୍ପର ଝଟକା ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ।
କାହିଁକି ଭୂମିକମ୍ପ ହୁଏ?
ପୃଥିବୀ ଭିତରେ ଥିବା ପ୍ଲେଟ ଗୁଡ଼ିକର ଧକ୍କା ଯୋଗୁଁ ଭୂମିକମ୍ପ ହୁଏ। ଭୂତତ୍ତ୍ୱ ବିଶେଷଜ୍ଞମାନେ କୁହନ୍ତି ଯେ ଆମର ପୃଥିବୀ ୧୨ଟି ଟେକ୍ଟୋନିକ୍ ପ୍ଲେଟ ଉପରେ ଅବସ୍ଥିତ। ଏହି ପ୍ଲେଟ ଗୁଡ଼ିକର ଧକ୍କା ହେବା ସମୟରେ ଯେଉଁ ଶକ୍ତି ନିର୍ଗତ ହୁଏ ତାହାକୁ ଭୂମିକମ୍ପ କୁହାଯାଏ। ସୂଚନା ଅନୁଯାୟୀ, ପୃଥିବୀ ତଳେ ଥିବା ଏହି ପ୍ଲେଟଗୁଡ଼ିକ ବହୁତ ଧୀର ଗତିରେ ଘୂରି ବୁଲନ୍ତି। ପ୍ରତିବର୍ଷ ଏହି ପ୍ଲେଟ ଗୁଡ଼ିକ ସେମାନଙ୍କ ସ୍ଥାନରୁ ୪-୫ ମିମି ଘୁରି ବୁଲନ୍ତି। ଏହି ସମୟରେ, କିଛି ପ୍ଲେଟ ଦୂରକୁ ଚାଲିଯାଏ ଏବଂ କିଛି ତଳୁ ଖସିଯାଏ। ଏହି ସମୟରେ, ପ୍ଲେଟ ଗୁଡ଼ିକର ଧକ୍କା ଯୋଗୁଁ ଭୂମିକମ୍ପ ହୁଏ।