LIVE TV

ଯୁଦ୍ଧ ହେଲେ ପାକିସ୍ତାନ ଭୟଙ୍କର ଦଶା ଭୋଗିବ-ତାଲିବାନ

NEWS7
1st-batch-of-mbbs-students-at-ims--sum-hospital-campus-2--course-begins

କାବୁଲ, ୦୯|୧୧  : ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । ଉଭୟ ଦେଶ ପରସ୍ପର ବିରୋଧରେ ଉତ୍ତେଜନାପୂର୍ଣ୍ଣ ବୟାନ ଦେଉଛନ୍ତି । ପରସ୍ପରକୁ ଉସକାଉଛନ୍ତି । ଏହାରି ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହୋଇଥିବାରୁ କେତେବେଳେ ବି ଯୁଦ୍ଧ ହୋଇପାରେ । ତେବେ ସମ୍ଭାବ୍ୟ ଯୁଦ୍ଧ ପାଇଁ ତାଲିବାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ତାଲିବାନ ସରକାର ।

ଶାନ୍ତି ଆଲୋଚନା ବିଫଳ ହେବା ପଛରେ ପାକିସ୍ତାନର ହାତ ଥିବା ଆଫଗାନ୍ କହିଛି । କେବଳ ଏତିକି ନୁହେଁ ପାକିସ୍ତାନର ଦାବି ଯଥାର୍ଥ ନଥିଲା । ଯଦି ଆକ୍ରମଣ ହୁଏ ତେବେ ନିଜକୁ ରକ୍ଷା କରିବା ପାଇଁ ସମସ୍ତ ରାସ୍ତା ଖୋଲା ଅଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆଫଗାନିସ୍ତାନ ସରକାରଙ୍କ ମୁଖପାତ୍ର ଜାବିଉଲହା ମୁଜାହିଦ୍ ।

ସେ କହିଛନ୍ତି ଯେ, ଆଫଗାନ୍ କେବେହେଲେ ନିଜର ସ୍ବତନ୍ତ୍ରତା ସହ ସାଲିସ କରିବ ନାହିଁ । ଯୁଦ୍ଧ ପ୍ରଥମ ବିକଳ୍ପ ନୁହେଁ । କିନ୍ତୁ ଯୁଦ୍ଧ ହେଲେ ଆମେ ଛାଡିବୁ ନାହିଁ । ଆଫଗାନ ମାଟିକୁ କୌଣସି ଦେଶ ଅନ୍ୟ କୌଣସି ଦେଶ ବିରୋଧରେ ବ୍ୟବହାର କରିପାରିବେ ନାହିଁ ।

ତେବେ ଉଭୟ ଦେଶ ମଧ୍ୟରେ ଆଲୋଚନା ବିଫଳ ପରେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଯୁଦ୍ଧ ଧମକ ଦେଇଥିଲେ । ସେମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ସେ ଦୋହରାଇଥିଲେ । ଏହାସହ ପାକିସ୍ତାନ ଆଫଗାନର କୌଣସି ଧମକକୁ ଖାତିର କରେ ନାହିଁ । ଯଦି ଆଫଗାନ ନସୁଧୁରିବ ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ସେଠାକାର ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଥିଲେ ।