ନିର୍ବାଚନ ରେଜଲ୍ଟ ପରେ ବାଂଲାଦେଶରେ ହିଂସା : ହିନ୍ଦୁଙ୍କ ଘର ଜାଳିଦେଲେ ଦୁର୍ବୃତ୍ତ, ଭୟରେ ସଂଖ୍ୟାଲଘୁ

NEWS7
19th-july-tuesday-horoscope

ନୂଆଦିଲ୍ଲୀ, ୧୩|୦୨: ବାଂଲାଦେଶରେ ଚାଲିଛି ନିର୍ବାଚନ ପ୍ରକ୍ରିୟା । ଭୋଟ୍ ଦାନ ପରେ ଏବେ ଗଣତି ଚାଲିଛି । ଏଠାରେ ବିଏନପି ସରକାର ଗଠନ କରିବା ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଛି। ତାରିକ ରେହମାନଙ୍କ ନେତୃତ୍ୱରେ ଦଳ ୨୦୦ରୁ ଅଧିକ ଆସନରେ ବାଜିମାତ୍ କରିଛି । ଅନ୍ୟ ଦିଗରେ ଜମାତ-ଏ-ଇସଲାମି ୬୮ଟି ଆସନରେ ସୀମିତ ରହିଯାଇଛି । କିନ୍ତୁ ବାଂଲାଦେଶରେ ସୁରଖୁରରେ ସରିନାହିଁ ନିର୍ବାଚନ । ଅନେକ ଜାଗାରେ ହିଂସା ଏବଂ ବୋମାମାଡ ଘଟଣା ସାମ୍ନାକୁ ଆସିଛି । ଏପରିକି ହିନ୍ଦୁଙ୍କ ଘରକୁ ମଧ୍ୟ ଜାଳି ଦିଆଯାଇଛି ।

ଦେଶର ଦିନାଜପୁର ଜିଲ୍ଲାର ବୀରଗଞ୍ଜରେ ନିର୍ବାଚନ ଫଳାଫଳ ଆସିବା ପରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଗୁରୁବାର ରାତିରେ ବିମଲ ଚନ୍ଦ୍ର ରାୟ ନାମକ ଜଣେ ହିନ୍ଦୁଙ୍କୁ ଘରକୁ ଦୁର୍ବୃତ୍ତ ଜାଳି ଦେଇଛନ୍ତି । ଏଥିରେ ଘରର ସମସ୍ତ ଆସବାବପତ୍ର ଜଳି ଯାଇଛି । ଫଳରେ ଦେଶରେ ଥିବା ସଂଖ୍ୟାଲଘୁଙ୍କ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହି ଖବରଟି ପଢନ୍ତୁ... ୧୭ ବର୍ଷ ପରେ ଫେରିଲେ, ଏବେ ହେବେ ପ୍ରଧାନମନ୍ତ୍ରୀ...କେମିତି ତାରିକ୍ ରେହମାନଙ୍କୁ ସାଥ୍ ଦେଲା ଭାଗ୍ୟ ?

ଘଟଣା ପରେ ବିଏନପିର ନବ ନିର୍ବାଚିତ ନେତା ବିମଲଙ୍କ ଘରେ ପହଁଚିଥିଲେ । ସେମାନେ ଉଭୟ ପକ୍ଷରୁ ଶାନ୍ତି ରକ୍ଷା ପାଇଁ ଅପିଲ କରିଛନ୍ତି । ଏବେବି ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ପୀଡିତ ପରିବାର ନ୍ୟାୟ ପାଇଁ ଗୁହାରି କରିଛନ୍ତି । ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଏହା ନିର୍ବାଚନ ପରବର୍ତ୍ତୀ ହିଂସା ବୋଲି କହିଛି ।

ନିର୍ବାଚନ ଫଳାଫଳ ପରେ ହିଂସା

ବୀରଗଞ୍ଜ ଜିଲ୍ଲାରେ ନିର୍ବାଚ ଫଳାଫଳ ଘୋଷଣା ପରେ ସ୍ଥିତି ବିଗିଡି ଯାଇଛି । ଦୁର୍ବୃତ୍ତମାନେ ବିମଲଙ୍କ ଘରକୁ ଟାର୍ଗେଟ୍ କରିଥିଲେ । ସେମାନେ ଘର ଆଗରେ ପାଟିତୁଣ୍ଡ କରିବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ କିଛି ମିନିଟରେ ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଯାହାକୁ ନେଇ ବସବାସ କରୁଥିବା ହିନ୍ଦୁମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ସୁରକ୍ଷାକୁ ନେଇ ପ୍ରଶ୍ନ

ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁଙ୍କୁ ପଶୁ ଭଳି ଅତ୍ୟାଚାର କରାଯାଉଥିଲା । ରାସ୍ତାରେ ହାତଗୋଡ ବାନ୍ଧି ହତ୍ୟା କରାଯାଉଥିଲା । ନିର୍ବାଚନର ଫଳାଫଳ ପରେ ବି ଏପରି କିଛି ସାମ୍ନାକୁ ଆସିଛି । ଯାହା ଆଗାମୀ ଦିନରେ ଭୟଙ୍କର ରୂପ ନେବା ସହ ସଂଖ୍ୟାଲଘୁଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିବ ।