ସାମ୍ନାକୁ ଆସିଲା ଫିଲ୍ମ 'ରାମାୟଣ'ର ପୂରା ଷ୍ଟାର୍ କାଷ୍ଟ୍; ଜାଣନ୍ତୁ କିଏ କେଉଁ ଭୂମିକା ଆସିବେ ନଜର

Published By : Prameya-News7 Bureau | June 11, 2025 IST

ନିତେଶ ତିୱାରୀଙ୍କ ସବୁଠାରୁ ଚର୍ଚ୍ଚିତ ଫିଲ୍ମ ଫିଲ୍ମ 'ରାମାୟଣ' । ଏହି ଫିଲ୍ମ ଦୁଇଟି ଭାଗରେ ମୁକ୍ତିଲାଭ କରିବ। ପ୍ରଥମ ଭାଗ ୨୦୨୬ ଏବଂ ଦ୍ୱିତୀୟ ଭାଗ ୨୦୨୭ରେ ରିଲିଜ୍‌ ହେବ। ଏହାର ସୂଚନା ଫିଲ୍ମର ପ୍ରଯୋଜକ ନମିତ ମଲହୋତ୍ରା ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି। ବର୍ତ୍ତମାନ ଫିଲ୍ମର ସୁଟିଂ ଜୋରସୋରରେ ଚାଲିଛି। ରଣବୀର କପୁର ତାଙ୍କ ଭାଗର ସୁଟିଂ ଶେଷ କରିସାରିଛନ୍ତି। କେଜିଏଫ୍‌ ଫେମ୍ ୟଶ୍‌ ବର୍ତ୍ତମାନ ମୁମ୍ବାଇରେ ତାଙ୍କ ଭାଗର ସୁଟିଂ କରୁଛନ୍ତି।

ଫିଲ୍ମର ସମ୍ପୂର୍ଣ୍ଣ ଷ୍ଟାର୍‌କାଷ୍ଟ୍‌ ବିଷୟରେ ସୂଚନା ଏବେ ସାମ୍ନାକୁ ଆସିଛି। ରଣବୀର କପୁର ପ୍ରଭୁ ରାମ ହୋଇଥିବା ବେଳେ ସାଇ ପଲ୍ଲବୀ ମାତା ସୀତା ହୋଇଛନ୍ତି। ଦକ୍ଷିଣ ଅଭିନେତା ୟଶ୍‌ ଫିଲ୍ମରେ ରାବଣ ଭୂମିକାରେ ନଜର ଆସିଥିବା ବେଳେ ସନ୍ନି ଦେଓଲ ହନୁମାନ, ରବି ଦୁବେ ଲକ୍ଷ୍ମଣ, ବିଦ୍ୟୁତଜୀହ୍ୱା ଭୂମିକାରେ ବିବେକ ଓବେରଏ, ମନ୍ଦୋଦରୀ କାଜଲ ଅଗ୍ରୱାଲ ଓ ଶୁର୍ପଣରେଖା ରକୁଲ ପ୍ରୀତ ସିଂହ ଏବଂ ମାତା କୈକେୟୀ ଭୂମିକାରେ ଲାରା ଦତ୍ତା, ରାଜା ଦଶରଥ ଭୂମିକାରେ ଅରୁଣ ଗୋଭିଲ ଏବଂ ଭରତ ଭୂମିକାରେ ଆଦିନାଥ କୋଠାରେ ନଜର ଆସିବେ। ସେହିପରି କୁନାଲ କପୁର ଦେବରାଜ୍ ଇନ୍ଦ୍ରଙ୍କ ଭୂମିକାରେ ଏବଂ ଶୀବା ଚଡ୍ଡା ମନ୍ଥରା, ଇନ୍ଦିରା କୃଷ୍ଣନ ମାତା କୌଶଲ୍ୟାଙ୍କ ଭୂମିକାରେ ଦେଖିବାକୁ ମିଳିବେ। ପ୍ରାରମ୍ଭରେ ଆଲିଆ ଭଟ୍ଟଙ୍କୁ ସୀତା ଭୂମିକା ପାଇଁ ଚୂଡ଼ାନ୍ତ କରାଯାଇଥିଲା, କିନ୍ତୁ ତାରିଖ ସମସ୍ୟା ଯୋଗୁଁ ସେ ପ୍ରୋଜେକ୍ଟ ଛାଡି ଦେଇଥିଲେ। ପରେ ସାଇ ପଲ୍ଲବୀଙ୍କୁ ଆପ୍ରୋଚ୍‌ କରାଯାଇଥିଲା । 

ଏହି ଫିଲ୍ମର ବଜେଟ୍ ପ୍ରାୟ ୮୩୫ କୋଟି ଟଙ୍କା ବୋଲି କୁହାଯାଉଛି। ଏହି ଫିଲ୍ମଟି ବାଲ୍ମୀକି ରାମାୟଣ ଉପରେ ଆଧାରିତ। ଯେଉଁଥିରେ ରାମ ଏବଂ ରାବଣଙ୍କ କାହାଣୀ ଅଲଗା ଅଲଗା ଭାବରେ ଚାଲିଥାଏ ଏବଂ ଶେଷରେ ଯୁଦ୍ଧ ସମୟରେ ଉଭୟ ପରସ୍ପର ସହ ମୁହାଁମୁହିଁ ହୁଅନ୍ତି। ନିକଟରେ, କେନ୍ଦ୍ରୀୟ ଚଳଚ୍ଚିତ୍ର ବୋର୍ଡ (CBFC) ଚଳଚ୍ଚିତ୍ରର ପ୍ରଥମ ପ୍ରୋମୋକୁ ଅନୁମୋଦନ କରିଛି। ଏହି ୨ ମିନିଟ୍ ୩୬ ସେକେଣ୍ଡର ପ୍ରୋମୋକୁ ମୁମ୍ବାଇ ଆଞ୍ଚଳିକ କାର୍ଯ୍ୟାଳୟ 'U' ସର୍ଟିଫିକେଟ୍‌ ସହିତ ପାସ୍ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.