ବିନିକା ୦୪।୦୮ : ସୋନପୁର-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ୫୭ ନମ୍ବର ଜାତୀୟ ରାଜପଥର ସୋନପୁର ସହର ଝିଙ୍କି କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଏକ ଗାଡ଼ିକୁ ପିଟିଲା ହାଇଓ୍ୱା ଟ୍ରକ । ଯାହାଫଳରେ ଓ୍ୱିଙ୍ଗରରେ ଥିବା ୧୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ସୋନପୁର ଜିଲ୍ଲା ସାଗରପାଲି ଗାଁରୁ ଏକ ଗାଡ଼ି ଯୋଗେ କିଛି ଯାତ୍ରୀ ପୁରୀକୁ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ବାହାରିଥିଲେ । ହେଲେ ୫୭ ନମ୍ବର ଜାତୀୟ ରାଜପଥର ସୋନପୁର ଝିଙ୍କି କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଏହି ଗାଡ଼ିକୁ ଧକ୍କା ଦେଇଥିଲା ଏକ ହାଇଓ୍ୱା ଟ୍ରକ । ଯାହାଫଳରେ ଗାଡ଼ିରେ ଥିବା ୧୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ରହିଛି । ସମସ୍ତ ଆହତ ଯାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।