କଳା ଏବଂ ନାଲି ମାଟିର ପିଚ୍ ମଧ୍ୟରେ ଫରକ : କେଉଁ ପିଚ୍‌ରେ ହୁଏ ବଡ ସ୍କୋର ଏବଂ ସ୍ପିନ୍ କରେ ବଲ୍ ?

NEWS7
16-days-passed-telengana-tunnel-accident-1-body-rescued

ନୂଆଦିଲ୍ଲୀ, ୦୯/୧୨:ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ସିରିଜ୍ । ସିରିଜର ପ୍ରଥମ ମୁକାବିଲା କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ମ୍ୟାଚ୍ ପାଇଁ ଖୁବ୍ ଉତ୍ସାହିତ ଅଛନ୍ତି କ୍ରିକେଟପ୍ରେମୀ । ଅନେକ ଦିନ ପରେ ନିଜ ଫେଭରେଟ୍ ଖେଳାଳିଙ୍କୁ ପାଖରେ ଦେଖିବେ ଭାରତୀୟ ଦଳର ଓଡିଆ ଫ୍ୟାନ୍ସ୍ । ତେବେ ବାରବାଟୀ ଷ୍ଟାଡିୟମର ନୂଆ ପିଚକୁ ନେଇ ଏବେ ସବୁଠି ଚର୍ଚ୍ଚା ।

କ୍ରିକେଟ୍ ଷ୍ଟାଡିୟମ ମଝିରେ ଥିବା ୨୨ୟାର୍ଡ ଅଞ୍ଚଳକୁ ପିଚ୍ କୁହାଯାଏ । ଯାହା ମ୍ୟାଚରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।ଭାରତୀୟ ଦଳର ୨୦୨୩ବିଶ୍ୱକପ ପରାଜୟର ପ୍ରମୁଖ କାରଣ ଥିଲା ପିଚ୍ । କାରଣ ଅଧିନାୟକ ଏବଂ କୋଚ୍ ଭଲ ଭାବେ ପିଚକୁ ବୁଝିପାରିନଥିଲେ । ବଲ ବାଉନ୍ସ ହେବ ନା ନାହିଁ, ବ୍ୟାଟର କେତେ ରନ୍ କରିବେ, ସ୍ପିନରଙ୍କୁ ବୋଲିଂ କେତେ ସୁହାଇବ ତାହା ପିଚ୍ ଉପରେ ନିର୍ଭର କରେ । ତେବେ ଦେଶରେ ପିଚ୍ ତିଆରି ପାଇଁ ଦୁଇ ପ୍ରକାର ମାଟିକୁ ବ୍ୟବହାର କରାଯାଏ । ତାହା ହେଉଛି ଲାଲ୍ ଏବଂ କଳା ମାଟି । ଦୁଇ ମାଟିରେ ଅନେକ ଭିନ୍ନତା ରହିଛି ।

କେମିତି ତିଆରି ହୁଏ ପିଚ୍

ବିଭିନ୍ନ ପ୍ରକାର ମାଟିରେ ପିଚ୍ ତିଆରି ହୋଇଥାଏ । ଯଦି କ୍ୟୁରେଟର ଏକ ବାଲାନ୍ସ୍ ପିଚ୍ ତିଆରି କରିବା ପାଇଁ ଚାହିଁବେ ତେବେ ସେ ମାଟିରେ କ୍ଲେ ବା ଚିକିଟାଅଂଶରସ୍ତରକୁ୫୦ପ୍ରତିଶତରୁ ଅଧିକ ରଖିବେ । ଏହାସହ ଚିକ୍କଣ ବାଲିର ହାର୨୦ପ୍ରତିଶତରୁ କମ୍ ରହିବା ଆବଶ୍ୟକ । ସାଧାରଣ ବାଲିର ସ୍ତରପ୍ରତିଶତରୁ କମ୍ ରହିଲେ ବାଲାନ୍ସ ପିଚ୍ ପ୍ରସ୍ତୁତ ହୋଇପାରିବ ।

ନାଲି ଏବଂ କଳା ମାଟି ପିଚ୍ ମଧ୍ୟରେ ଫରକ୍

ନାଲି ମାଟିରେ କ୍ଲେ ବା ଚିକିଟା ମାଟିର ସ୍ତର କମ୍ ଥାଏ । ଏଥିରେ କଳା ମାଟିରୁ ଅଧିକ ବାଲି ଅଂଶ ରହିଥାଏ । ଅର୍ଥାତ ନାଲି ମାଟି କମ୍ ପାଣି ଶୋଷିଥାଏ । ଫଳରେ ମାଟିର ସଙ୍କୋଚନ-ପ୍ରସାରଣ କ୍ଷମତା କମ୍ ରହେ । କମ୍ ପାଣି କାରଣରୁ ଶୁଖିଲେ ମାଟିରେ ଫାଟ ସୃଷ୍ଟି ହୁଏ । ଭାରତର ଅନେକ ସ୍ଥାନରେ ଏପରି ପିଚ୍ ଦେଖିବାକୁ ମିଳେ ।

ଅନ୍ୟ ଦିଗରେ କଳା ମାଟିର ପିଚ୍ ଏହାର ସମ୍ପୂର୍ଣ୍ଣ ଓଲଟା । ଏହାର ଜଳଧାରଣ କ୍ଷମତା ଅଧିକ । ଏଥିରେ ଅଧିକ କ୍ଲେ କ୍ଷମତା ରହିଥାଏ । ତେଣୁ ଶୀଘ୍ର ମାଟି ଶୁଖିବା ପରେ ଫାଟ ଦେଖାଯାଏ ନାହିଁ । ଅଷ୍ଟ୍ରେଲିଆ ମାଟିରେ ଏପରି ପିଚ୍ ଦେଖିବାକୁ ମିଳେ ।

ଖେଳ ଉପରେ ପକାଏ ପ୍ରଭାବ

ନାଲି ମାଟି ଅଧିକାଂଶ ସମୟରେ ବୋଲରଙ୍କୁ ଠିକ୍ ଠାକ୍ ବାଉନ୍ସ ପ୍ରଦାନ କରିଥାଏ । ବ୍ୟାଟ୍ ଏବଂ ବଲ୍ ମଧ୍ୟରେ ଏକ ବାଲାନ୍ସ ଦେଖିବାକୁ ମିଳେ । ମାଟି ଶୁଷ୍କହୋଇଫାଟ ସୃଷ୍ଟି ହେଲେ ଏହା ସ୍ପିନରଙ୍କୁ ସୁହାଏ । ବଲ୍ ଘୂରିଥାଏ ।

ଅନ୍ୟ ଦିଗରେ କଳା ମାଟିର ପିଚରେ ବାଉନ୍ସ ସମାନ ନଥାଏ । କେତେବେଳେ ବଲ୍ ଅଧିକ ବାଉନ୍ସ କରେ । ଆଉ କେତେବେଳେ ବାଉନ୍ସ କମିଯାଏ । ଯାହା ବ୍ୟାଟରଙ୍କ ପାଇଁ ଅଡୁଆ ସୃଷ୍ଟି କରେ । କିନ୍ତୁ ବୋଲରଙ୍କୁ ଏଥିରେ ସ୍ୱିଂ ଏବଂ ସିମ୍ ମିଳିଥାଏ । ସ୍ପିନରମାନେ ମଧ୍ୟ ମ୍ୟାଚ୍ ଆରମ୍ଭରୁ ବଲକୁ ଟର୍ଣ୍ଣ କରିବାରେ ଅନେକ ମାତ୍ରାରେ ସଫଳ ହୋଇଥାନ୍ତି ।