ଅଧୁରା ରହିଗଲା ତାରାଙ୍କ ପ୍ରେମ କାହାଣୀ ! କଣ୍ଟ୍ରୋଭର୍ସି ବିବାଦ ପରେ ବୀରଙ୍କଠୁ ହେଲେ ଅଲଗା

NEWS7
145-mous-signed-in-odisha-conclave-investment-worth-rs-13-lakh-crore-to-come-

ନୂଆଦିଲ୍ଲୀ ୦୯।୦୧; ତାରା ସୁତାରିଆ ଗତ କିଛି ଦିନ ଧରି ଚର୍ଚ୍ଚାରେ ଅଛନ୍ତି। କେତେବେଳେ ତାଙ୍କ ଫିଲ୍ମ ଟକ୍ସିକ ପାଇଁ, ତ ଆଉ କେତେବେଳେ ବୀର ପହରିଆଙ୍କ ସହ ପ୍ରେମ ସମ୍ପର୍କ ପାଇଁ । ତାରା ଏବଂ ବୀର ଫ୍ୟାନ୍ସଙ୍କ ଲୋକପ୍ରିୟ ଯୋଡ଼ି । ଏହି ଅଭିନେତ୍ରୀ ଆଦର ଜୈନଙ୍କ ସହ ବ୍ରେକଅପ୍ ପରେ ଗତ ବର୍ଷ ବୀରଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ। କିନ୍ତୁ ସେମାନଙ୍କ ସମ୍ପର୍କ ୧୦ ମାସ ମଧ୍ୟ ତିଷ୍ଠି ପାରିଲାନି ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁସାରେ କୁହାଯାଉଛି କି ତାରା ଏବଂ ବୀର ସେମାନଙ୍କ ସମ୍ପର୍କ ଶେଷ କରିଛନ୍ତି।

ରିପୋର୍ଟ ଅନୁଯାୟୀ, କିଛି ମାସର ଡେଟିଂ ପରେ, ତାରା ସୁତାରିଆ ଏବଂ ବୀର ପହରିଆ ଅଲଗା ହୋଇଯାଇଛନ୍ତି। କୁହାଯାଉଛି ଦୁହେଁ ସେମାନଙ୍କ ସମ୍ପର୍କ ଶେଷ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ହେଲେ ଏହି କପଲଙ୍କ ବ୍ରେକଅପ୍ ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତାରା କିମ୍ବା ବୀର ବ୍ରେକଅପ୍ ସମ୍ପର୍କରେ କୌଣସି ଅଫିସିଆଲ ସୂଚନା ଦେଇନାହାଁନ୍ତି।

ଗତ ବର୍ଷ ଡିସେମ୍ବର ୨୬ ତାରିଖରେ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଗାୟକ-ରାପର୍ ଏପି ଧିଲନ କନସର୍ଟ କରିଥିଲେ। ଯେଉଁଠାରେ ତାରା ସୁତାରିଆ ତାଙ୍କ ସହିତ ଯୋଗ ଦେଇଥିଲେ। କନସର୍ଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ଏପି ଧିଲନ୍ ଅଭିନେତ୍ରୀଙ୍କୁ ଆଲିଙ୍ଗନ କରି ତାଙ୍କ ଗାଲରେ କିସ୍ ଦେଉଥିବାର ଦେଖାଯାଇଥିଲା। ସେହି ସମୟରେ ବୀରଙ୍କ ଏକ ରିଆକ୍ସନ ଦେଖିବାକୁ ମିଳିଥିଲା, ଯେଉଁଥିରେ ସେ ବହୁତ ସିରିଅସ ଦେଖାଯାଉଥିଲେ। ଏହା ପରେ ବୀର ଓ ତାରା ପୋଷ୍ଟକୁ ନେଇ ମୁହଁ ଖୋଲିଥିଲେ ।

କହିବାକୁ ଗଲେ ତାରା ଏବଂ ବୀରଙ୍କ ସମ୍ପର୍କ ଗତ ବର୍ଷ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା। କିଛି ମାସ ପରେ ଜୁଲାଇରେ ସେମାନଙ୍କ ସମ୍ପର୍କକୁ ଅଫିସିଆଲ କରିଥିଲେ। ସେବେଠାରୁ, ଏହି କପଲଙ୍କୁ ପ୍ରାୟତଃ ଏକାଠି ଫଟୋ ପାଇଁ ପୋଜ୍ ଦେଉଥିବାର ଦେଖିବାକୁ ମିଳେ।ସୋସିଆଲ ମିଡିଆ ହେଉ କିମ୍ବା ଇଭେଣ୍ଟ, ସେମାନେ ସାର୍ବଜନୀନ ଭାବରେ ସେମାନଙ୍କର ପ୍ରେମକୁ ପ୍ରଦର୍ଶନ କରିବାରେ କୌଣସି କସରତ ଛାଡ଼ିନ୍ତି ନାହିଁ। ହେଲେ ଏବେ ସେମାନଙ୍କ ବ୍ରେକଅପ୍ ଖବର ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିପାରେ।