LIVE TV

ଠାକୁରମୁଣ୍ଡାରେ କୋକୁଆ ଭୟ, ବୁଲୁଛି ମହାବଳ ବାଘ !

NEWS7
12th-class-student-kidnapped-his-nephew-for-board-exam

କରଞ୍ଜିଆ ୨୬।୧୦ : ସାବଧାନ… ବୁଲୁଛି ମହବଳ । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଥିବାର ଦେଖିବାକୁ ମିଳିଛି । ଏହି ବାଘ ବୁଲୁଥିବାର ଭୟଭୀତ ଅବସ୍ଥାରେ ଦୁଇ ପଞ୍ଚାୟତର ଅଧିବାସୀ ।

ଖବର ଅନୁଯାୟୀ, ଠାକୁରମୁଣ୍ଡା ରେଞ୍ଜ କାଳିଆଜିଆଣୀ ଗାଁ ନିକଟ ସଂରକ୍ଷିତ ଜଙ୍ଗଲରେ ଏକ ମହାବଳ ବାଘ ବୁଲୁଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ । ମହାବଳ ବାଘ ଆସିଥିବାର ଖବର ପ୍ରଚାର ହେବା ପରେ ହାତୀଗୋଡା ଓ ସାଲେଇବେଡା ପଞ୍ଚାୟତର ଆଖ ପାଖ ଗ୍ରାମ ଗୁଡିକରେ ଭୟର ବାତାବରଣ ଖେଳିଯାଇଛି। ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘର ପାଦ ଚିହ୍ନ ଦେଖିବା ସହ ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଜଙ୍ଗଲରେ ଟ୍ରାପ କ୍ୟାମେରା ଲଗାଯାଇଛି ପାଦ ଚିହ୍ନ ମହାବଳ ବାଘର ବୋଲି କରଞ୍ଜିଆ DFO ବୈଦ୍ୟନାଥ ମାଝୀ ସୂଚନା ଦେଇଛନ୍ତି।