ବସ୍ ଭିତରେ ନଥିଲା ସିଟ୍, ସାଜସଜ୍ଜା ଖୁବ୍ ସୁନ୍ଦର ; ପଡ଼ିଥିଲା ଗାଈ ବାନ୍ଧିବା ପଘା ଓ ରଶି

NEWS7
12-people-sentenced-to-death-in-last-10-days-in-saudi-arabia

ଆଠଗଡ଼ ୬।୧: ଯାତ୍ରୀବାହୀ ବସ୍‌ରେ ଗୋ-ଚାଲାଣ ! ଆଠଗଡ଼ ବଡ଼ମ୍ବାରେ ଗୋ-ଚାଲାଣ ପାଇଁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଧକ୍କା ହେଲା ବସ୍ । ସୋମବାର ରାତି ସମୟରେ ଘଟିଛି ଦୁର୍ଘଟଣା ।

କଟକ ଜିଲ୍ଲା ବଡ଼ମ୍ବା ଥାନା ବଡ଼ବାରସିଂହ ଛକ ଠାରେ ‘ଓଁ ସିଭମ୍’ ନାମକ ଏକ ଘରୋଇ ଟୁରିଷ୍ଟ ବସ୍ ଦ୍ରୁତ ଗତିରେ ବେପରୁଆ ଭାବେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଧକ୍କା ହୋଇଥିଲା । ବଡ଼ମ୍ବା ଥାନା ପକ୍ଷରୁ ଟୁରିଷ୍ଟ ଗାଡ଼ିଟିକୁ ଜବତ କରାଯାଇଥିବା ବେଳେ ଗାଡ଼ିର ଭିତର ପଟେ କୌଣସି ସିଟ୍ ନଥିବା ବେଳେ ସୁନ୍ଦର ଭାବେ ସଜା ଯାଇଥିଲା । ଅନେକ ଗାଈ ବାନ୍ଧିବା ପଘା ଏବଂ ରଶି ପଡ଼ିଥିବାରୁ ଗାଡ଼ିଟିରେ ଗୋ-ଚାଲାଣ ହେଉଥିବା ସନ୍ଦେହ କରାଯାଉଛି । ବସରୁ ଜବତ ହୋଇଥିବା ବସର କାଗଜପତ୍ର ଜଣଙ୍କ ନାମରେ ଥିବାବେଳେ ପ୍ରକୃତ ପକ୍ଷେ ଉକ୍ତ ବସ୍‌ଟି ଅନ୍ୟ ଏକ ମାଲିକାନାରେ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ବଡ଼ମ୍ବା ଥାନା ପକ୍ଷରୁ ସୂଚନା । ଏନେଇ ବଡ଼ମ୍ବା ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ବସଟି କେଉଁଠାରୁ ଆସିଥିଲା କେଉଁ ଅଞ୍ଚଳରୁ ଗୋ-ଚାଲାଣ କରିଥାନ୍ତା ଏନେଇ ବଡ଼ମ୍ବା ପୋଲିସ ଅଧିକ ତଦନ୍ତ ଜାରି ରହିଛି ।