କୁହୁଡି ଯୋଗୁଁ ବସ-କାର୍ ମଧ୍ୟରେ ସିରିଜ୍ ଦୁର୍ଘଟଣା, ଜୀଅନ୍ତା ଜଳିଗଲେ ଯାତ୍ରୀ

NEWS7
12-indian-nationals-killed-fighting-with-russian-forces-in-ukraine

ନୂଆଦିଲ୍ଲୀ, ୧୬/୧୨:ଯମୁନା ଏକ୍ସପ୍ରେସ ଓ୍ୱେରେ ଭୟଙ୍କର ଦୁର୍ଘଟଣା । ଜଳିଗଲା ବସ ଏବଂ କାର । ଘନ କୁହୁଡି ଯୋଗୁଁ ମଥୁରାରେ ଭୟଙ୍କର ଦୁର୍ଘଟଣା ହୋଇଛି । ଫଳରେଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହାସହ୧୫୦ରୁ ଅଧିକ ଆହତ ହୋଇଛନ୍ତି ।

ସୂଟନାନୁସାରେ, ସୋମବାର ବିଳମ୍ବିତ ରାତ୍ରରେ ମଥୁରା ଦେଇ ଯାଇଥିବା ଯମୁନା ଏକ୍ସପ୍ରେସରେ ଭୟଙ୍କର ଦୁର୍ଘଟଣା ହୋଇଛି । ଆଗ୍ରାରୁ ନୋଏଡା ଅଭିମୁଖେ ଯାଉଥିବାଟି ବସ୍ ଏବଂ ଦୁଇଟି କାର୍ ପରସ୍ପର ସଧକ୍କା ହୋଇଥିଲେ । ପ୍ରବଳ କୁହୁଡି ପାଇଁ ଦୁର୍ଘଟଣା ଘଟିଥିଲା । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାହାନ ଗୁଡିକରେ ନିଆଁ ଲାଗିଯାଇଥିଲା । ସୂଚନା ପାଇବା ପରେ ଘଟଣାସ୍ଥଳରେ ଦମକଳ ବାହିନୀ ଏବଂ ପୋଲିସ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ମଥୁରା ପୋଲିସର କହିବାନୁସାରେ, ଏକ୍ସପ୍ରେସ ଓ୍ୱେରେ ଭୟଙ୍କର ଦୁର୍ଘଟଣା ଘଟିଛି । ଅଗ୍ନିକାଣ୍ଡ ଘଟିବା ପରେ କିଛି ଯାତ୍ରୀ ବସରୁ ଡେଇଁ ପଡି ନିଜ ଜୀବନ ବଞ୍ଚାଇଥିଲେ । କିନ୍ତୁ ଅନେକ ଯାତ୍ରୀ ବସ୍ ଭିତରେ ହିଁ ଫସି ଯାଇଥିଲେ । ଫଳରେ ସେମାନଙ୍କ ମଧ୍ୟରୁ ଅନେକ ମୃତାହତ ହୋଇଛନ୍ତି ।

ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା କିଛି ବ୍ୟକ୍ତିଙ୍କ କହିବାନୁସାରେ, କୁହୁଡିରେ କିଛି ଦେଖାଯାଉନଥିଲା । ଫଳରେ କାର୍ ଏବଂ ବସ୍ ମଧ୍ୟରେ ଧକ୍କା ହୋଇଥିଲା । ଏହାପରେ ନିଆଁ ଲାଗିଯାଇଥିଲା । ଯେଉଁଥିରେରୁ ଅଧିକ ଲୋକ ଜିଅନ୍ତା ଜଳିଯାଇଥିଲେ । ଏହାସହ ଅନେକ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ହସ୍ପିଚାଲରେ ଭର୍ତ୍ତି କରାଯାଇଛି ।