ବୌଦ୍ଧ ୧୯/୦୯: ଆଜି ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ । କଣ୍ଟାମାଳ ବ୍ଲକ ସଚେତନ ନାଗରିକ ପକ୍ଷରୁ ବନ୍ଦ ଡାକରା । କଣ୍ଟାମାଳ ବ୍ଲକ କୁ NAC ଓ ଉପଖଣ୍ଡ ମାନ୍ୟତା ଦାବି । କଣ୍ଟାମାଳ ବ୍ଲକରେ ଉପକାରାଗାର ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା । ବନ୍ଦରେ ବିଭିନ୍ନ ସଙ୍ଗଠନ ସାମିଲ। ଓକିଲ ସଂଘ, ବଣିକ ସଂଘ, ବରିଷ୍ଠ ନାଗରିକ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସାମିଲ। ବନ୍ଦ ଯୋଗୁଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ।

ସୂଚନା ଥାଉକି, ନିକଟରେ ରାଜ୍ୟ ସରକାର ନୂଆ ଏନଏସି ଘୋଷଣା କରିଛନ୍ତି । ଏଥିରୁ ବାଦ୍ ପଡିଛି ବୌଦ୍ଧ କଣ୍ଟାମାଳ । ପୂର୍ବରୁ ବି ଦୀର୍ଘଦିନ ଧରି କଣ୍ଟାମାଳ ବ୍ଲକକୁ NAC ଓ ଉପଖଣ୍ଡ ମାନ୍ୟତା ଦେବାକୁ ଦାବି ହେଉଥିଲା । ଏସବୁକୁ ସରକାର ନ ଶୁଣିବା ପରେ ଶେଷରେ ଆନ୍ଦୋଳନର ରାସ୍ତା ବାଛିଛନ୍ତି କଣ୍ଟାମାଳ ବାସୀ । ଫଳରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ୍‌ରେ ବିଭିନ୍ନ ସଂଗଠନ ସାମିଲ ହୋଇଛନ୍ତି ।