ବିଦ୍ୟାଳୟ ଆସୁଥିବା ଛାତ୍ରକୁ ଇଞ୍ଜେକ୍ସନ ଦେଲେ ୫ ଯୁବକ, ଅଚେତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | July 05, 2024 IST

ସୋନପୁର ୫: ବିଦ୍ୟାଳୟକୁ ପାଠ ପଢିବାକୁ ଆସୁଥିବା ୧୦ମ ଶ୍ରେଣୀ ଛାତ୍ରଙ୍କୁ ଧରି ଇଞ୍ଜେକ୍ସନ ଦେଇଦେଲେ ୫ ଜଣ ଯୁବକ l ଗୁରୁତର ଛାତ୍ର ସୋନପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l 

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗବଯୋର ଗାଁରେ ଘଟିଛି ଅଭାବନୀୟ ଘଟଣା l ସବୁଦିନ ଭଳି ଶୁକ୍ରବାର ମଧ୍ୟ ତୁଳସୀକଟା ଗାଁର କାଶୀ ବାଗଙ୍କ ପୁଅ ସମ୍ବିତ ବାଗ ଗବଯୋର ଉଚ୍ଚ ବିଦ୍ୟାଳୟକୁ ଆସୁଥିଲା l ତେବେ ସ୍କୁଲରେ ପହଞ୍ଚିବା ପୂର୍ବରୁ ଗବଯୋର ଗାଁରେ ହଠାତ ୫ ଜଣ ଅଜଣା ଯୁବକ ଆସି ସମ୍ବିତକୁ ମାଡ଼ିବସି ଏକ ଇଞ୍ଜେକ୍ସନ ଦେଇ ଦେଇଥିଲେ l ଫଳରେ ସେହିଠାରେ ହିଁ ସମ୍ବିତ ଅଚେତ ହୋଇଯାଇଥିଲା l ଗୁରୁତର ସମ୍ବିତକୁ ସ୍ଥାନୀୟ ଲୋକେ ଓ ପରିବାର ଲୋକ ମିଶି ସୋନପୁର ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଛନ୍ତି l ଡାକ୍ତର ଅଚେତ ସମ୍ବିତଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି l ତେବେ ଦୁର୍ବୃତ୍ତମାନେ କିଏ ଓ କାହିଁକି ସମ୍ବିତକୁ ଏହିଭଳି ଇଞ୍ଜେକ୍ସନ ଦେଲେ ତାହା ସ୍ପଷ୍ଟ ହୋଇନାହିଁ  l

You Can Read:

ନାରାୟଣପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.