LIVE TV

ଘର କାମରେ ନିୟୋଜିତ କରିବାକୁ ନେଇଗଲେ, ମଧ୍ୟପ୍ରଦେଶରୁ ଉଦ୍ଧାର ହେଲେ ନାବାଳିକା : ଦଲାଲ ସମେତ ୩ ଗିରଫ

NEWS7
10599-crore-allocated-to-odisha-in-the-2025-26-budget-railway-minister

ବାଲିଗୁଡ଼ା ୮୧୧: କାମ ବାହାନାରେ ଗାଁରୁ ନେଇଗଲା । ମଧ୍ୟପ୍ରଦେଶରେ ନାବାଳିକାକଙ୍କୁ ବିକିଦେଲା । ଦଲାଲ ସମେତ ୩ ଜଣଙ୍କୁ ମଧ୍ୟପ୍ରଦେଶରୁ ବାନ୍ଧିଲା କୋଟଗଡ ପୋଲିସର ସ୍ୱତନ୍ତ୍ର ଟିମ୍ ।

ଥାନାରେ ଏତଲା ଅନୁଯାୟୀ, ଜନୈକ ୧୪ ବର୍ଷ ବୟସ୍କା ନାବାଳିକାଙ୍କୁ ପ୍ରଲୋଭନ ଦେଖାଇଲେ । ଘରୋଇ କାମ ବାହାନାରେ ମାସିକ ୧୮ ହଜାର ଦେବାର ଲୋଭ ଦେଖାଇ ନାବାଳିକାଙ୍କୁ ଘରୁ ନେଇଗଲେ ଦଲାଲ ଶଶୀଭୂଷଣ ପାଣି । ପ୍ରଥମେ ବାଲିଗୁଡା ଆଉ ପରେ ଭୁବନେଶ୍ୱରରେ ରଖିଥିଲା । ସେଠାରେ ଦୁଷ୍କର୍ମ ମଧ୍ୟ କରିଥିଲା ଦଲାଲ । ଆଉ ତାପରେ ଝିଅର ସନ୍ଧାନ ନମିଳିବାରୁ ପରିବାର ଲୋକେ କୋଟଗଡ ଥାନାର ଦ୍ୱାରସ୍ଥ ହୋଇଥିଲେ । ନାବାଳିକାଙ୍କୁ ଶଶୀ ଭୂଷଣ ପାଣି କେଉଁଠି ବିକ୍ରି କରିଦେଇଥିବା ଅଭିଯୋଗ କରିଥିଲେ । ଫଳରେ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଥାନା ମାମଲା ରୁଜୁ କରିବା ସହ ୧୩୭(୨), ୧୪୩(୪), ୩୧୮, ୬୫(୧) ସେକ୍ସନ ୪ ପୋକ୍ସୋ ଧାରା ଅନୁଯାୟୀ ଅଭିଯୁକ୍ତକୁ ଧରିବାକୁ ମଧ୍ୟପ୍ରଦେଶ ଯାଇଥିଲା । କୋଟଗଡ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଜିତେନ୍ଦ୍ର ବେହେରା ଓ ଭୀମସେନ ମୁଟକାଙ୍କ ନେତୃତ୍ୱରେ ଯାଇଥିଲା ଟିମ୍ । ମଧ୍ୟପ୍ରଦେଶର ସାଗର ଜିଲ୍ଲା ଜୈସିନଗରରୁ ସନ୍ଦୀପ ପଟେଲ, ମହେଶ ପଟେଲଙ୍କୁ ଗିରଫ କରିବା ସହ କୋଟଗଡ ଥାନାକୁ ଆଣିବାରେ ସକ୍ଷମ ହୋଇଥିଲା । ପୋଲିସ ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରିବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କୁ ସ୍ପେଶାଲ କୋର୍ଟ କନ୍ଧମାଳ ଫୁଲବାଣୀକୁ ପୋଲିସ ପଠାଇଥିବା ଜଣାପଡିଛି ।