ଦୈନନ୍ଦିନ କେତେ ଟଙ୍କାର ଖାଦ୍ୟ ଖାଆନ୍ତି ପ୍ରଧାନମନ୍ତ୍ରୀ ମୋଦି, ଦାମ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ ?

Published By : Prameya-News7 Bureau | February 15, 2025 IST

ଖାଦ୍ୟ ପଦାର୍ଥର ଦାମ୍ ସ୍ୱଭାବିକ ଭାବରେ ଗରିବ ଓ ମଧ୍ଯମବର୍ଗଙ୍କଠୁ ଧନୀ ଲୋକଙ୍କର ହୋଇଥାଏ ଅଧିକ ।   ଦେଶର ରାଜନେତା ମଧ୍ୟ ମଧ୍ୟ ଧନୀ ଶ୍ରେଣୀରେ ଆସିଥାନ୍ତି । କାରଣ ସେମାନେ ହେଉଛନ୍ତି ଆମ ଦେଶର ଜଣେ ଜଣେ ସେଲିବ୍ରିଟି । ସେମାନଙ୍କ ପଦ ଓ ପାୱାର ମଧ୍ଯ ରହିଛି । 

ଏଥିପାଇଁ ଏପରି ନେତା ପ୍ରତିଦିନ ଖାଉଥିବା ଖାଦ୍ୟର ମୂଲ୍ୟ ମଧ୍ୟ ଅଧିକ। କିନ୍ତୁ ଆପଣ ଜାଣନ୍ତି କି ଆମ ଦେଶର ପ୍ରଧାନମନ୍ତ୍ରୀ ନିଜର ପ୍ରତିଦିନର ଖାଦ୍ଯରେ କେତେ ଟଙ୍କା ଖର୍ଚ୍ଚ କରନ୍ତି ? ଆସନ୍ତୁ ଜାଣିବା… ମୋଦିଙ୍କ ଦୈନିକ ଭୋଜନକୁ ନେଇ ପୂର୍ବରୁ ଅନେକ ଆରୋପ ଲଗାଇଛନ୍ତି କଂଗ୍ରେସ ଦଳର ନେତା । କିନ୍ତୁ ଏହାକୁ ପ୍ରମାଣ କରିପାରିନାହିଁ କଂଗ୍ରେସ । 

ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦି କେବଳ ଶାକାହାରୀ ଖାଦ୍ଯ ଖାଇଥାଆନ୍ତି । ସେ ବାଦାମର ଅଟାରେ ପ୍ରସ୍ତୁତ ରୁଟି, ଭେଣ୍ଡି, ପାଳଙ୍ଗ, ଡାଲି, ପନିପରିବା ଓ କିଛି ମାତ୍ରାରେ ଭାତ ଖାଇଥାନ୍ତି । ତାହାସହ ଦ୍ୱିପ୍ରହରର ଭୋଜନ ପରେ ସେ ସବୁବେଳେ ଶେରଖଣ୍ଡ ଖାଇବାକୁ ପସନ୍ଦ କରନ୍ତି । ସନ୍ଧ୍ଯା ହେବା ପୂର୍ବରୁ ହିଁ ସେ ନିଜର ରାତ୍ରି ଭୋଜନ କରିଦିଅନ୍ତି । 

ଏହାସହ ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ଯେହ ସକାଳ ୪ ଟାରୁ ବ୍ୟାୟାମ କରନ୍ତି । ଯୋଗରୁ ହିଁ ସେ ଦିନର ଆରମ୍ଭ କରିଥାଆନ୍ତି । ଆଉ ଏହି କାରଣରୁ ହିଁ ସେ ଏତେ ବୟସରେ ବି ସୁସ୍ଥ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଦେବୀ ଦୁର୍ଗାଙ୍କ ପରମ ଭକ୍ତ । ସେ ବହୁତ ପୂଜାପାଠ କରନ୍ତି । ଅନେକ ସମୟରେ ସେ ଉପବାସ ରଖନ୍ତି ।  

ଏବେ ଭାବୁଥିବେ ମୋଦିଙ୍କର ଦୈନନ୍ଦିନ ଖାଦ୍ୟର ଦାମ୍ ବହୁତ ଅଧିକ ହୋଇଥିବ । କିନ୍ତୁ ସେପରି କିଛି ନୁହେଁ, କାରଣ ମୋଦି ଦେଶର ପ୍ରଧାନମନ୍ତ୍ରୀ ହେଲେ ବି ସେ ଦୈନନ୍ଦିନ ଖାଦ୍ୟରେ କମ୍ ଟଙ୍କା ଖର୍ଚ୍ଚ କରନ୍ତି । ଯାହା ଜଣେ ସାଧାରଣ ଲୋକ ମଧ୍ୟ କରିପାରିବ । ସୂଚନା ଅନୁଯାୟୀ ମୋଦି ନିଜର ଦୈନନ୍ଦିନ ଖାଦ୍ୟରେ ମାତ୍ର ୫୦ ଟଙ୍କା ଖର୍ଚ୍ଚ କରନ୍ତି । ଯାହା ଜଣେ ସାଧାରଣ ଲୋକର ଖାଦ୍ୟର ଦାମ୍ ସହ ସମାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.