ଆମ ନେତା ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ : ଗୋଟିଏ ଆସନ ନିଶ୍ଚିତ, ଆଲୋଚନା ସ୍ତରରେ ଦ୍ୱିତୀୟ ଆସନ

NEWS7
-team-india-player-practice-in-barabati-stadium

ଭୁବନେଶ୍ବର ୨୪।୧: ରାଜ୍ୟସଭା ପାଇଁ ରାଜ୍ୟରୁ ୪ଟି ଆସନ ଖାଲି ପଡିବ । ଗୋଟିଏ ଆସନ ବିଜେଡି ନେବା ନିଶ୍ଚିତ ବୋଲି ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଦ୍ୱିତୀୟ ଆସନ ପାଇଁ କ’ଣ ନିଷ୍ପତ୍ତି ନିଆଯିବ ତାହା ଆଲୋଚନା ସ୍ତରରେ ଅଛି । ଆମ ନେତା ନବୀନ ପଟ୍ଟନାୟକ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ । ବିଜେଡିରେ ରାଜ୍ୟସଭା ଯିବାପାଇଁ ଯେଉଁ ମାନଦଣ୍ଡ ଅଛି ସେଥିରେ ଅନେକ ନେତା ଅଛନ୍ତି ବୋଲି ପ୍ରଶାନ୍ତ ମୁଦୁଲି କହିଛନ୍ତି ।

ସେପଟେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନରେ ଦିଲ୍ଲୀପ ରାୟ । ରାଜ୍ୟସଭା ଚତୁର୍ଥ ସିଟ୍କୁ ନେଇ ଦିଲ୍ଲୀପ ରାୟଙ୍କ ନାଁ ଚର୍ଚ୍ଚାରେ ଥିବାବେଳେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଘରେ ଅଧ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଆଲୋଚନା ହୋଇଛି ।

ଉଭୟ ନେତାଙ୍କ ଭେଟଘାଟ ନେଇ ଚର୍ଚ୍ଚା ଜୋର ଧରିଛି । ଅଧା ଘଣ୍ଟାରୁ ଅଧିକ ସମୟ ଆଲୋଚନା କରି ବାହାରିଲେ ଦିଲ୍ଲୀପ ରାୟ । ତେବେ ଭେଟଘାଟ ନେଇ ଦିଲ୍ଲୀପ ରାୟ କୌଣସି ମନ୍ତବ୍ୟ ଦେଇନଥିବା ବେଳେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଆମ ଘର ସହିତ ତାଙ୍କର ପାରିବାରିକ ସମ୍ପର୍କ ରହିଛି । ପୂର୍ବରୁ ମଧ୍ୟ ସେ ଆମ ଘରକୁ ଆସନ୍ତି । ବାପା ବିଶ୍ଵଭୂଷଣ ହରିଚନ୍ଦନ ମଧ୍ୟ ମୋ ସହିତ ଅଛନ୍ତି ତାଙ୍କୁ ମଧ୍ୟ ଦିଲ୍ଲୀପ ରାୟ ଭେଟିଛନ୍ତି ।