ମନ୍ଦିରରୁ ଫେରୁଥିବା ଲୋକେ ଦେଲେ ଧକ୍କା , ତାପରେ ... ; ମନସା ଦେବୀ ଦଳାଚକଟା ବିଷୟରେ ପ୍ରତ୍ୟକ୍ଷଦର୍ଶୀଙ୍କ ପ୍ରତିକ୍ରିୟା

Published By : Prameya-News7 Bureau | July 27, 2025 IST

ହରିଦ୍ୱାର : ହରିଦ୍ୱାରର ମନସା ଦେବୀରେ ହୋଇଥିବା ଦଳାଚକଟା ଘଟଣା। ଏଥିରେ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଭକ୍ତ ଆହତ ହୋଇଛନ୍ତି। ଯଦିଓ ଉକ୍ତ ଘଟଣାର ତିନୋଟି କାରଣ ସାମନାକୁ ଆସୁଛି, କିନ୍ତୁ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଏହି ଘଟଣା କେମିତି ଘଟିଲା। ସ୍ଥାନୀୟ ଲୋକଙ୍କ କହିବାନୁସାରେ , ଭିଡ଼କୁ ଦେଖି ପ୍ରଶାସନ ଯଦି ସତର୍କ ରହିଥା'ନ୍ତା ତ ଏହି ଦୁର୍ଘଟଣାକୁ ଏଡାଯାଇ ପାରିଥା'ନ୍ତା।

ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନିର୍ମଳା ନାମ୍ନୀ ଜଣେ ମହିଳା ଭକ୍ତ କହିଛନ୍ତି ଯେ, ଦଳାଚକଟା ଏଥିପାଇଁ ହେଲା, କାରଣ ଲୋକେ ଶୀଘ୍ର ଉପରକୁ ଯିବା ଓ ତଳକୁ ଓହ୍ଲାଇବା ଚକ୍କରରେ ଭିଡ଼ ଯୋଗୁଁ ସଂକୀର୍ଣ୍ଣ ରାସ୍ତା ଜାମ୍‌ ହୋଇଗଲା। ହସ୍ପିଟାଲରେ ନିଜର ବିଛଣାରେ ଶୋଇଥିବା ଅବସ୍ଥାରେ ସେ କହିଛନ୍ତି ଯେ, ମନ୍ଦିରରୁ ଫେରୁଥିବା ଲୋକେ ଉପରକୁ ଚଢୁଥିବା ଲୋକଙ୍କୁ ଧକ୍କା ଦେଇ ଥିଲେ ଏବଂ ଏହାପରେ ଲୋକେ ପରସ୍ପର ଉପରେ ଖସି ପଡ଼ିଲେ। ପ୍ରବଳ ଭିଡ଼ କାରଣରୁ କିଛି ବି ଦେଖା ଯାଉ ନଥିଲା। ମୁଁ ଶୋଇ ରହିଲି।

ଶିୱାଲିକ୍‌ର ପାହାଡ଼ ଗୁଡ଼ିକରେ ୫୦୦ ଫୁଟରୁ ଅଧିକ ଉଚ୍ଚତାରେ ଥିବା ମନସା ଦେବୀ ମନ୍ଦିରରେ ଦର୍ଶନ ପାଇଁ ଭକ୍ତଙ୍କ ଖୁବ୍‌ ଭିଡ଼ ଲାଗିଥିଲା। ଏହି ମଧ୍ୟରେ ଧାଁ ଦୌଡ଼ ଆରମ୍ଭ ହୋଇଗଲା। ୬ ଜଣ ଲୋକଙ୍କ ଜୀବନଦୀପ ଲିଭି ଗଲା। ସ୍ଥାନୀୟ ଲୋକଙ୍କ ଅନୁସାରେ, ସଂକୀର୍ଣ୍ଣ ରାସ୍ତା , ରବିବାର କାରଣରୁ ଖୁବ୍‌ ଭିଡ଼ ଏବଂ କରେଣ୍ଟ ଲାଗିବାର ଗୁଜବ ଏହି ଦଳଚକଟାର କାରଣ ସାଜିଥିଲା। ସ୍ଥାନୀୟ ଲୋକଙ୍କ କହିବାନୁସାରେ ପ୍ରବଳ ଭିଡ଼କୁ ଦେଖି ପ୍ରଶାସନ ଯଦି ସତର୍କ ରହିଥାନ୍ତା, ତ ଏହି ଅଘଟଣକୁ ଏଡାଇ ଯାଇ ପାରିଥାନ୍ତା।

ମନ୍ଦିର ଠାରୁ କିଛି ଦୂରତାରେ ଥିଲା ଏକ ଛାତରୁ ଦଳାଚକଟା ଦେଖୁଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ମହେନ୍ଦ୍ର ପ୍ରତାର ସିଂହ କହିଛନ୍ତି ଯେ, ଅତ୍ୟଧିକ ଭିଡ଼ ଯୋଗୁଁ ଏହି ଦୁଃଖଦ ଘଟଣା ଘଟିଛି। 

ସ୍ଥାନୀୟ ବାସିନ୍ଦା ଅଜୟ ଜାୟସ୍ୱୱାଲ କହିଛନ୍ତି ଯେ, ହର କି ପାଉରୀ ପରେ , ମନସା ଦେବୀ ହରିଦ୍ୱାରରେ ଭକ୍ତଙ୍କ ପାଇଁ ସବୁଠାରୁ ଆକର୍ଷଣର କେନ୍ଦ୍ର। ପ୍ରତିଦିନ ହଜାର ହଜାର ଭକ୍ତ ଏଠାକୁ ଆସନ୍ତି। ସାୱନ ମାସରେ ଏଠାରେ ଭିଡ଼ ଅଧିକ ହୁଏ। ରବିବାର ଥିବା କାରଣରୁ ଭିଡ଼ ଅଧିକ ହେବାର ସମ୍ଭାବନା ଥିଲା। ଏଥିପାଇଁ ପ୍ରଶାସନକୁ ଅଧିକ ସତର୍କ ରହିବା ଉଚିତ୍‌ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.