ଉଦ୍ଧମପୁରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏସଓଜି ଯବାନ ସହିଦ

NEWS7
-india-at-risk-of-powerful-earthquakes-like-myanmars

ଶ୍ରୀନଗର, ୧୬/୧୨:ଜମ୍ମୁ-କାଶ୍ମୀରରେ ଯବାନ-ଆତଙ୍କବାଦୀ ଏନକାଉଣ୍ଟର । ସହିଦ ହେଲେ ଏସଓଜି କମାଣ୍ଡୋ । ଜମ୍ମୁ-କାଶ୍ମୀରର ଉଦ୍ଧମପୁରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିବା ଖବର ମିଳିଛି । ଏବେବି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।

ରିପୋର୍ଟ ଅନୁସାରେ, ଉଦ୍ଧମପୁରରେ ସୋହନ୍ ଗାଁରେ ସୋମବାର କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ତିନି ଜଣ ଆତଙ୍କବାଦୀ ଏକ ଜଙ୍ଗଲରେ ଲୁଚିଥିଲେ । ଗୁଇନ୍ଦା ସୂଚନା ଆଧାରରେ ସ୍ଥାନୀୟ ପୋଲିସ ଏବଂ ଏସଓଜି ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ । ଏହାପରେ ଯବାନମାନେ ଏହାର ଜବାବ ଦେଇଥିଲେ । ତେବେ ଏଥିରେ ଜଣେ ଏସଓଜି ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଯବାନ ହେଲେ ଅମଜାଦ୍ ପଠାନ୍ । ତାଙ୍କ ଗୁଳି ବାଜିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ଅମଜାଦଙ୍କୁ ମୃତ ଘୋଷଣା କରିଥିଲେ ।

ଜମ୍ମୁ ଆଇଜି ଭୀମ୍ ସେନ୍ ତୁଟି କହିଛନ୍ତି ଯେ, ଗୁଇନ୍ଦା ରିପୋର୍ଟ ମିଳିବା ପରେ ଏନକାଉଣ୍ଟର କରାଯାଇଥିଲା । ଅପରେସନରେ ସେନା, ସିଆରପିଏଫ, ସ୍ଥାନୀୟ ପୋଲିସ ଏବଂ ଏସଓଜି ସାମିଲ ଥିଲେ । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ଖୁବ୍ ଶୀଘ୍ର ଆତଙ୍କବାଦୀଙ୍କୁ ନିପାତ କରାଯିବ ବୋଲି ସେ କହିଛନ୍ତି ।