ଦୋକାନରେ ଲାଗିଥିଲା ଗୁପ୍ତ କ୍ୟାମେରା , ମହିଳାଙ୍କ ପୋଷାକ ବଦଳାଇବା ଭିଡ଼ିଓ ଭାଇରାଲ ପରେ ହଙ୍ଗାମା

Published By : Prameya-News7 Bureau | May 25, 2025 IST

ଶହଡୋଲ ( ମଧ୍ୟ ପ୍ରଦେଶ)- ମଧ୍ୟ ପ୍ରଦେଶର ଆଦିବାସୀ ବହୁଳ ଶହଡୋଲ ଜିଲ୍ଲାରେ ଏକ ସମ୍ୱେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଶହଡୋଲ ଜିଲ୍ଲାର ଏକ ଟାଉନ୍‌ ସ୍ଥିତ ଗୋଟିଏ ପୋଷାକ ଦୋକାନର ଚେଞ୍ଜିଂ ରୁମ୍‌ରେ ଲାଗିଥିଲା ଗୁପ୍ତ କ୍ୟାମେରା। ଏହା ଜଣାପଡ଼ିବା ପରେ ଦୋକାନ ମାଲିକ ଓ ତାଙ୍କ ପୁଅଙ୍କ ବିରୋଧରେ ବିଭିନ୍ନ ଧାରାରେ କେସ୍‌ ରୁଜୁ କରାଯାଇଛି। 

ପୁଲିସ ରବିବାର କହିଛି ଯେ, ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଗୁପ୍ତରେ ଲଗାଯାଇ ଥିବା କ୍ୟାମେରାରେ ମହିଳାଙ୍କ ପୋଷାକ ବଦଳାଇବାର କିଛି ଭିଡ଼ିଓ ସ୍ଥାନୀୟ ସ୍ତରରେ ସୋସିଆଲ ମିଡ଼ିଆରେ ସେୟାର ହୋଇଥିଲା। ଭିଡ଼ିଓ ଯେତେବେଳେ ଭାଇରାଲ ହେବାକୁ ଲାଗିଲା ମାହୋଲ ଉତ୍ତେଜିତ ହେବାକୁ ଲାଗିଲା। ଘଟଣାରେ ଲୋକେ କ୍ରୋଧିତ ହୋଇ ପୁଲିସରେ ଅଭିଯୋଗ ରୁଜୁ କରାଇ ଥିଲେ। 

ପୁଲିସ କହିଛି ଯେ, ଭାଇରାଲ ହେଉଥିବା ଭିଡିଓ କ୍ଲିପ୍‌ରେ ମହିଳାମାନେ ନଜର ଆସୁଛନ୍ତି, ଯାହାକୁ ଦେଖି ଲୋକେ ଖୁବ୍‌ ବିରକ୍ତ ହୋଇଛନ୍ତି। ଲୋକ ପୁଲିସରେ ଅଭିଯୋଗ ରୁଜୁ କରାଇଛନ୍ତି। ଏହି ପୂରା ମାମଲା ଶହଡୋଲର ଦେବଲୋନ୍ଦ ଥାନା ଅଞ୍ଚଳର ଛୋଟିଆ ଟାଉନ ବୁଡୱାର। ଦେବଲୋନ୍ଦ ଥାନା ପ୍ରଭାରୀ ସୁଭାଷ ଦୁବେ କହିଛନ୍ତି , ବୁଡୱାରେ ବାସିନ୍ଦା କୃଷ୍ଣ ପାଲ ସିଂହ ବୈସ ପୁଲିସକୁ ଲିଖିତ ଅଭିଯୋଗ କରିଛନ୍ତି। 

ଏଥିରେ କୁହାଯାଇଛି ଯେ, ବୁଡୱାରେ ନାରାୟଣ ଦୀନ ଗୁପ୍ତାଙ୍କର ପୋଷାକ ଦୋକାନର ଚେଞ୍ଜିଂ ରୁମ୍‌ରେ ଗୁପ୍ତ କ୍ୟାମେରା ଲାଗିଛି। ଏହି କ୍ୟାମେରାରେ ଚେଞ୍ଜିଂ ରୁମ୍‌ର ବ୍ୟବହାର କରୁଥିବା ମହିଳାଙ୍କ ରେକର୍ଡିଂ କରାଯାଉ ଥିଲା। ପୁଲିସ ଦୋକାନରେ ଚଢଉ କରି ଚେଞ୍ଜିଂ ରୁମ୍‌ରେ ଲାଗିଥିବା ଗୁପ୍ତ କ୍ୟାମେରାକୁ ଜବତ କରିଛି।

ଥାନା ପ୍ରଭାରୀ କହିଛନ୍ତି , ଦୋକାନ ମାଲିକ ହିଁ ଏହି କ୍ୟାମେରାକୁ ଲଗାଇ ଥିଲେ , ଯାହାକି ମହିଳାଙ୍କ ପୋଷାକ ବଦଳାଇବାର ଫୁଟେଜ୍‌ କଏଦ କରାଯାଇ ପାରିବ। ଦୋକାନ ମାଲିକ ଏହି ଭିଡ଼ିଓକୁ ନିଜର କମ୍ପୁଟରରେ ଦେଖୁ ଥିଲେ। ଦୋକାନୀ ପୁଅ ଯେତେବେଳେ ଏହି ଭଡ଼ିଓ ବିଷୟରେ ଜାଣିଲା ତ ସେ ଏହାକୁ ଦେଖିବା ଆରମ୍ଭ କରି ଦେଲା । ଆଉ ଏଥିରୁ କିଛି ଭିଡ଼ିଓ ନିଜ ବନ୍ଧୁମାନଙ୍କୁ ମଧ୍ୟ ସେୟାର କରି ଦେଲା।

ଏହାପରେ ଆରମ୍ଭରେ ଏହି ଭିଡ଼ିଓ ସ୍ଥାନୀୟ ସ୍ତରରେ ଭାଇରାଲ ହେବାକୁ ଲାଗିଲା। ପୁଲିସ କହିଛି ଯେ, ଭିଡ଼ିଓ ଭାଇରାଲ ହେବାକୁ ଲାଗିଲା ଏବଂ କିଛି ଭିଡିଓରେ ସ୍ଥାନୀୟ ମହିଳାମାନେ ନଜର ଆସିବାରୁ ହଙ୍ଗାମା ଆରମ୍ଭ ହୋଇଥିଲା ଏବଂ ପୁଲିସରେ ଅଭିଯୋଗ ରୁଜୁ କରାଯାଇ ଥିଲା। ପ୍ରାରମ୍ଭିକ ଯାଞ୍ଚ ପରେ ଦୋକାନ ମାଲିକ ଓ ତାଙ୍କ ପୁଅ ବିରୋଧରେ ସମ୍ୱନ୍ଧିତ ଧାରା ଗୁଡ଼ିକ ଅନୁସାରେ ମାମଲା ରୁଜୁ କରାଯାଇଛି। 

ଜଣେ ସ୍ଥାନୀୟ ନାଗରିକ ଏହି ଘଟଣାରେ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ କହିଛନ୍ତି ଯେ ଏବେସୁଦ୍ଧା ଏମିତି ମାମଲା ସବୁ ବଡ଼ ବଡ଼ ସହରରେ ଘଟୁ ଥିବାର ସାମ୍ନାକୁ ଆସୁଥିଲା ଏବଂ ଏବେ ଏହା ଏଠାରେ ମଧ୍ୟ ପହଞ୍ଚି ଯାଇଛି। ସେ କହିଛନ୍ତି, ପୁଲିସକୁ ଏହି ମାମଲାରେ ଏମିତି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍‌ , ଯାହାକି ଭବିଷ୍ୟତରେ ଏମିତି ସବୁ ଘଟଣାର ପୁର୍ନରାବୃତ୍ତି ନହେଉ। ପୁଲିସ ଏବେ ମାମଲାକୁ ନେଇ ଛାନଭିନ୍ ଚଳେଇଛି।    

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.