ଏଥର ରଜରେ ପ୍ରବଳ ବର୍ଷା, ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ବର୍ଷା ସତର୍କତା

Published By : Prameya-News7 Bureau | June 09, 2025 IST

ଭୁବନେଶ୍ଵର: ଏଥର ରଜରେ ପ୍ରବଳ ବର୍ଷିବ । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ବର୍ଷା ସତର୍କତା ଜାରି କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ। ଦକ୍ଷିଣ ପୂର୍ବ ଓ ତତ୍ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଉପରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଧୀରେଧୀରେ ଏହା ଘନୀଭୂତ ହୋଇ ଆସନ୍ତା ୧୩ ତାରିଖ ଭିତରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । 

Also read: ସୋନମଙ୍କୁ ଭେଟିବାକୁ ଗାଜିପୁରରେ ପହଞ୍ଚିଲେ ତାଙ୍କ ଭାଇ , ମିଡ଼ିଆକୁ କହିଲେ ...

ଏଥି ସହ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହେବାର ସମ୍ଭାବନା ଥିବାରୁ ଏଥର ରଜରେ ମେଘୁଆ ପାଗ ରହିବ ବୋଲି ଆକଳନ କରାଯାଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।  ଆଜି ପାଇଁ ୨୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ କରାଯାଇଛି । ୧୪ ତାରିଖଠାରୁ ଧୀରେଧୀରେ ବର୍ଷାର ବିସ୍ତୃତି ବଢିପାରେ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.