ପାଟନା : ତେଜ ପ୍ରତାପ ଯାଦବ ଓ ଅନୁଷ୍କା ଯାଦବଙ୍କର ଗୋପନ ସଂପର୍କର ଖୁଲାସା ହେବା ପରେ ଲାଲୁଙ୍କ ପରିବାରରେ ମାହୋଲ ଉଠୁଛି ପଡୁଛି, ଏହାସହ ବିହାରର ରାଜୀନୀତି ବି ସରଗରମ ହୋଇଛି। ଅନୁଷ୍କାଙ୍କ ସହ ବ୍ୟକ୍ତିଗତ ସଂପର୍କ ଭାଇରାଲ ହେବା ପରେ ଲାଲୁ ପ୍ରସାଦ ତେଜ ପ୍ରତାପଙ୍କୁ ଆରଜେଡି ଓ ପରିବାରରୁ ବହିଷ୍କାର କରି ଦେଇଛନ୍ତି , ଏହା ବିରୋଧରେ କହି ତେଜସ୍ୱୀ ଯାଦବଙ୍କ ଉପରେ ହମଲା କରିବା ପରେ ଅନୁଷ୍କାଙ୍କ ଭାଇ ଆକାଶ ଯାଦବଙ୍କୁ ପଶୁପତି କୁମାର ପାରସ ନିଜ ପାର୍ଟି ଆରଏଲଜେପିରୁ ମଧ୍ୟ ବାହାର କରି ଦେଇଛନ୍ତି। ବିବାଦରେ ଆକାଶ ଯାଦବଙ୍କ ପରେ ଅନୁଷ୍କାଙ୍କ ମାମୁଁ ପ୍ରଫେସର ଫନି ଯାଦବ ମଧ୍ୟ ଲମ୍ଫପ୍ରଦାନ କରିଛନ୍ତି। କହିଛନ୍ତି , ଲାଲୁ ପରିବାରର ଲୋକ ଧମକ ଦେଇ ଠିକ୍ କରି ନାହାନ୍ତି। ସେମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିବାର କ୍ଷମତା ଆମ ପାଖରେ ବି ଅଛି। ଏପଟେ ତେଜ ପ୍ରତାପଙ୍କର ପତ୍ନୀ ଐଶ୍ୱର୍ଯ୍ୟା ରାୟ ପୂର୍ବରୁ ମୋର୍ଚ୍ଚା ଖୋଲି ଦେଇଛନ୍ତି। କହିଛନ୍ତି ଯେ, ରାବଡୀ ଦେବୀ, ତେଜସ୍ୱୀ ଯାଦବ , ଲାଲୁଜୀ ସମସ୍ତେ ତେଜ ପ୍ରସ୍ତାବଙ୍କ ସହ ମିଶି ଯାଇଛନ୍ତି।
ତେଜପ୍ରତାପ ଓ ଅନୁଷ୍କାଙ୍କ ସମ୍ୱନ୍ଧକୁ ନେଇ ସେ କହିଛନ୍ତି, ଯେବେ ପୁଅ ଝିଅ ପ୍ରାପ୍ତବୟସ୍କ ହୋଇ ଯା’ନ୍ତି ତ , ସମ୍ୱିଧାନ ସେମାନଙ୍କୁ ନିଜ ନିଜ ପସନ୍ଦର ସଂପର୍କ ଗଢିବାକୁ ଅଧିକାର ଦେଇଥାଏ। ସବୁ ବର୍ଗରେ ପ୍ରେମ ପ୍ରସଙ୍ଗର ମାମଲା ଚାଲିଛି। ଲାଲୁ ଯାଦବଙ୍କୁ ଏହି ବିଚାର ପୂର୍ବକ ତେଜପ୍ରତାପ ଯାଦବ , ଅନୁଷ୍କାଙ୍କ ସହ କଥାବାର୍ତ୍ତା କରିବାର ଥିଲା। ଯଦି ସେ ଚାହିଁ ଥାନ୍ତେ , ଆମକୁ ବି ଡାକି ପାରିଥା' ନ୍ତେ। ଏହା ପୂର୍ବରୁ ତାଙ୍କ ପୁଅ ତେଜସ୍ୱୀ ଯାଦବ ପ୍ରେମ ପ୍ରସଙ୍ଗକୁ ବିବାହରେ ବଦଳାଇ ସାରିଛନ୍ତି। ତାଙ୍କୁ ଲାଲୁ ଯାଦବ ସମର୍ଥନ ଦେଲେ ଏବଂ ପୂରା ପାର୍ଟିକୁ କମାଣ୍ଡ ଦେଇ ବିରୋଧୀ ଦଳ ନେତା କରି ଦେଲେ। କିନ୍ତୁ ଅନ୍ୟ ପୁଅର ମାମଲା ଆସିବାରୁ ଘରୁ ବାହାର କରି ଦେଲେ। ଏମିତି ହେବା ଉଚିତ୍ ନୁହେଁ । ପ୍ରଫେସର ଫନି ଯାଦବ କହିଛନ୍ତି ଯେ, ତେଜପ୍ରତାପ ଐଶ୍ୱର୍ଯ୍ୟା ରାୟଙ୍କ ସହ ବିବାହ କରିବା ପକ୍ଷରେ ନଥିଲେ, କିନ୍ତୁ ଲାଲୁ ପରିବାର ଧ୍ୟାନ ଦେଇ ନାହାନ୍ତି, ନୁହେଁ ତ ଏମିତି ପରିସ୍ଥିତି ଆସି ନଥାନ୍ତା।
ମାମଲାରେ ଆଗକୁ ବଢି ଫନି ଯାଦବ କହିଛନ୍ତି, ଆମେ ସବୁ ସରଳ ଓ ସଚ୍ଚୋଟ ପରିବାରର ଲୋକ। କୌଣସି ମାଫିଆ ନୁହେଁ। ଲାଲୁ ପରିବାରର ସଦସ୍ୟ ନାର୍ଗେନ୍ଦ୍ର ଯାଦବ, ଶାଳକ ସୁଭାଷ ଯାଦବ ଓ ସାଧୁ ଯାଦବ, ଯେଉଁ ଲୋକଙ୍କ କାରଣରୁ ଲାଲୁ ରାଜୁତିର ପରିଚୟ ଜଙ୍ଗଲରାଜ ହୋଇ ଯାଇଛି। ଆମ ପରିବାର ପ୍ରତିଷ୍ଠିତ ଜମିଦାର ଓ ବିପ୍ଲବୀ ପରିବାର। ଏହି ଲୋକ ଧମକ ଦେବା ଉଚିତ ନୁହେଁ। ଆମେ ଆମର ଅଭିଯୋଗରୁ ପଛକୁ ହଟି ପାରିବୁ ନାହିଁ , କିନ୍ତୁ ଆଇନକୁ ଆମେ ସମ୍ମାନ କରୁ। ନିଜ ଭଉଣୀଙ୍କ ପରିବାରକୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଫନି ଯାଦବ ଦାବି କରିଛନ୍ତି।