ବାଲିଯାତ୍ରା ୨୦୨୫
LIVE TV

ବଂଲାଦେଶରୁ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି ଲସ୍କର-ଏ ତୋଏବା

NEWS7
-an-agreement-signed-between-soa-and-batoi-systems-on-cooperation-in-the-field-of-information-and-technology

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ନେତା ହାଫିଜ୍ ସଇଦ ଭାରତ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତି କରୁଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେ ଏହି ଆକ୍ରମଣ ପାଇଁ ବାଂଲାଦେଶକୁ ଲଞ୍ଚପ୍ୟାଡ୍ ଭାବରେ ବ୍ୟବହାର କରିବାକୁ ଯୋଜନା କରୁଛି। ଅକ୍ଟୋବର ୩୦ ତାରିଖରେ ପାକିସ୍ତାନର ଖୈରପୁର ତାମେୱାଲିରେ ଆୟୋଜିତ ଏକ ରାଲିରୁ ଆସିଥିବା ଭିଡିଓରୁ ଏହା ସ୍ପଷ୍ଟ ହୋଇଛି ।
 
ଏହି ଭିଡିଓରେ ଲସ୍କର-ଏ-ତୋଏବାର ବରିଷ୍ଠ କମାଣ୍ଡର ସୈଫୁଲ୍ଲା ସୈଫ କହିଛି ଯେ, ‘ହାଫିଜ୍ ସଇଦ ଚୁପ୍ ବସି ନାହାନ୍ତି । ସେ ବାଂଲାଦେଶରୁ ଭାରତ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଭାରତ ଆମ ଉପରେ ଆକ୍ରମଣ କରୁଥିଲା ଏବଂ ଆମେରିକା ସେମାନଙ୍କ ସହିତ ଥିଲା। କିନ୍ତୁ ଆଜି କେହି ସେମାନଙ୍କୁ ସମର୍ଥନ କରୁନାହାନ୍ତି।’ ସୈଫ୍ ଦାବି କରିଛି ଯେ, ଲସ୍କର-ଏ-ତୋବା ଆତଙ୍କବାଦୀମାନେ ପୂର୍ବରୁ ବାଂଲାଦେଶରେ ସକ୍ରିୟ ଅଛନ୍ତି ଏବଂ ଅପରେସନ ସିନ୍ଦୂରର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛନ୍ତି ।

ସୂତ୍ର ଅନୁସାରେ, ହାଫିଜ୍ ସଇଦ ତାର ଘନିଷ୍ଠ ସହଯୋଗୀଙ୍କୁ ବାଂଲାଦେଶ ପଠାଇଛି । ସେ ସେଠାକାର ଯୁବକମାନଙ୍କୁ ତାଲିମ ଦେଉଛି ।  ଖୈରପୁର ତାମେୱାଲିରେ ଆୟୋଜିତ ରାଲିରେ ଆତଙ୍କବାଦୀ ସୈଫ୍ ଭାରତ ବିରୋଧରେ ଯୁଦ୍ଧ କରିବାକୁ ଲୋକଙ୍କୁ ଉସୁକାଇଥିଲା। ରାଲିରେ ପିଲାମାନେ ମଧ୍ୟ ଉପସ୍ଥିତ ଥିଲେ। ଆତଙ୍କବାଦୀ ସଂଗଠନଗୁଡ଼ିକ ନାବାଳକମାନଙ୍କୁ ଭାରତ ବିରୋଧରେ ବ୍ୟବହାର କରିବାକୁ ଚାହୁଁଛନ୍ତି।

ସେପଟେ ସୈଫ୍ ପାକିସ୍ତାନୀ ସେନାର ପ୍ରଶଂସା କରିବା ସହିତ ମିଛ ଦାବି କରିଥିଲା । ସେ କହିଛି ଯେ, ମେ ୯-୧୦ ରାତିରେ ‘ଅପରେସନ୍ ସିନ୍ଦୂର’ର ଜବାବ ଦିଆଯାଇଥିଲା। ଏବେ ଆମେରିକା ଆମ ସହିତ ଅଛି। ବାଂଲାଦେଶ ମଧ୍ୟ ପୁଣି ଥରେ ପାକିସ୍ତାନର ନିକଟତର ହେଉଛି ।’