୧୨ ଦିନର ଯୁଦ୍ଧରେ ଇରାନରେ ୧୦୬୦ ଲୋକଙ୍କ ହୋଇଛି ମୃତ୍ୟୁ ; ହେଲେ ସେନା କ୍ଷତିକୁ ନେଇ ପୂରା ଚୁପ୍‌ ଇରାନୀ ସରକାର

Published By : Prameya-News7 Bureau | July 08, 2025 IST

ନୂଆଦିଲ୍ଲୀ : ଇସ୍ରାଏଲ ସହ ଯୁଦ୍ଧରେ ମୃତକଙ୍କ ନୂଆ ସଂଖ୍ୟା ଜାରି କରିଛି ଇରାନର ସରକାର। କହିଛି , ଏଥିରେ ପ୍ରାୟ ୧୦୬୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏହାସହ , ଏହି ଚେତାବନୀ ଦେଇଛି ଯେ - ଏବେ ଏହି ସଂଖ୍ୟା ଆହୁରି ବଢିପାରେ। ଇରାନର ଫାଉଣ୍ଡେସନ ଅଫ୍‌ ମାର୍ଟର ଆଣ୍ଡ ଭେଟେରାନ୍ସ ଆଫେୟାର୍ସର ମୁଖ୍ୟ ସଇଦ୍‌ ଓହାଦୀ ସୋମବାର ବିଳମ୍ୱିତ ରାତିରେ ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ଏକ ସାକ୍ଷାତକାରରେ ମୃତକଙ୍କ ସଂଖ୍ୟା ବିଷୟରେ ସୂଚନା ଦେଇଥିଲେ। 

ଓହାଦୀ ଚେତାବାନୀ ଦେଇଛନ୍ତି ଯେ, କିଛି ଲୋକ ଯେଉଁଭଳି ଗମ୍ଭୀର ଭାବେ ଆହତ ହୋଇଛନ୍ତି, ଏହାକୁ ଦେଖି ମୃତକଙ୍କ ସଂଖ୍ୟା ୧,୧୦୦ ଯାଏ ପହଞ୍ଚି ପାରେ। ଇରାନ ଯୁଦ୍ଧ ବେଳେ ଇସ୍ରାଏଲର ୧୨ ଦିନର ବୋମାମାଡ଼ର ପ୍ରଭାବକୁ ହାଲକା ଭାବେ ନେଇଥିଲା, ଯେତେବେଳେ କି ଏହି ହମଲା ତାର ବାୟୁ ପ୍ରତିରକ୍ଷା ସିଷ୍ଟମକୁ ଧ୍ୱଂସ କରି ଦେଇଥିଲା। ଯୁଦ୍ଧ ବିରାମ ଲାଗୁ ହେବା ପର ଠାରୁ ଇରାନ ଧିରେ ଧିରେ ବିନାଶର ବ୍ୟାପକତାକୁ ସ୍ୱୀକାର କରୁଛି।

ହେଲେ , ଇରାନ ଏବେସୁଦ୍ଧା ଏହା କହିନାହିଁ ଯେ, ଏହାର ସେନାକୁ କେତେ କ୍ଷତି ହୋଇଛି। ୱାଶିଂଟନ ସ୍ଥିତ ମାନବାଧିକାର କାର୍ଯ୍ୟକର୍ତ୍ତା ସମୂହ କହିଛନ୍ତି ଯେ, ୪୩୬ ଜଣ ନାଗରିକ ଓ ସୁରକ୍ଷା ବାହିନୀର ୪୩୫ ସଦସ୍ୟଙ୍କ ସମେତ ୧,୧୯୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ଆକ୍ରମଣରେ ୪,୪୭୫ ଲୋକ ଆହତ ମଧ୍ୟ ହୋଇଛନ୍ତି। 

କହି ରଖୁଛି କି, ଗତ ମାସରେ ୧୩ ଜୁନରେ , ଇସ୍ରାଏଲ ଇରାନରେ ବଡ଼ ହମଲା କରିଥିଲା, ଏହାପରେ ଉଭୟ ଦେଶ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇ ଯାଇଥିଲା। ଏହି ସମୟରେ ଇସ୍ରାଏଲ ଇରାନର ପରମାଣୁ କେନ୍ଦ୍ର , ବାଲିଷ୍ଟିକ୍‌ ମିସାଇଲ ସ୍ଥଳ , ଏହାର ବରିଷ୍ଠ ଜେନେରାଲଙ୍କ ନିବାସ ଓ ଦୁଇ ଡଜନରୁ ଅଧିକ ପରମାଣୁ ବୈଜ୍ଞାନିକଙ୍କୁ ଟାର୍ଗେଟ୍‌ କରିଥିଲା। ପରେ ଆମେରିକା ମଧ୍ୟ ଏହି ସଂଘର୍ଷକୁ ଡ଼େଇଁ ଥିଲା। ଏହା ଇରାନର ତିନୋଟି ପରମାଣୁ କେନ୍ଦ୍ରରେ ୩୦ହଜାର ପାଉଣ୍ଡର ବଙ୍କର ବଷ୍ଟର ବୋମା ମାଡ଼ କରିଥିଲା। ୧୨ ଦିନର ସଂଘର୍ଷ ପରେ ଇସ୍ରାଏଲ ଓ ଇରାନ ମଧ୍ୟରେ ଅସ୍ତ୍ରବିରତି ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.