ନିର୍ବାଚନ ସଂସ୍କାର ଚର୍ଚ୍ଚାରେ ରାହୁଲ ଗାନ୍ଧି ନେଲେ RSSର ନାମ, ସଂସଦରେ ହଙ୍ଗାମା

NEWS7
--pakistan-violated-ceasefire-along-the-india-pakistan-line-of-control-in-akhnoor

ନୂଆଦିଲ୍ଲୀ ୯।୧୨: ଲୋକସଭାରେ ନିର୍ବାଚନ ସଂସ୍କାରକୁ ନେଇ ମଙ୍ଗଳବାର ଅନୁଷ୍ଠିତ ସ୍ୱତନ୍ତ୍ର ଆଲୋଚନାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ନାମ ନେଇଛନ୍ତି। ରାହୁଲ କହିଛନ୍ତି ଯେ ସମାନତାର ଭାବନା ଆରଏସଏଲ ଲାଗି ଅସୁବିଧା। ଆରଏସଏସ ସାମ୍ବିଧାନିକ ସଂସ୍ଥାଙ୍କୁ ନିଜ ଆୟତକୁ ନେଇଯାଇଛି। ଏହା ପରେ ବାଚସ୍ପତି ଓମ ବିରଳା ରାହୁଲଙ୍କୁ ଅଟକାଇଥିଲେ, କହିଥିଲେ ଆପଣ ବିରୋଧୀ ଦଳ ନେତା ବୋଲି ଯାହାମାନେ ତାହା କହି ପାରିବେନି। ନିର୍ବାଚନ ସଂସ୍କାର ଉପରେ କୁହନ୍ତୁ।

ରାହୁଲ ଚର୍ଚ୍ଚା ଆରମ୍ଭରେ ଖଦି କଥା କହିଥିଲେ। ସେ କହିଥିଲେ ଆମର ଦେଶ ଏକ ଫେବ୍ରିକ୍ ଭଳି, କପଡା ତିଆରି ପାଇଁ ଅନେକ ସୂତା ଆବଶ୍ୟକ ହୋଇଥାଏ। ସେହିପରି ଆମର ଦେଶ ମଧ୍ୟ ଅନେକ ଲୋକଙ୍କୁ ନେଇ ଗଠିତ। ଦେଶର ପରିଧାନରୁ ଦେଶ ବିଷୟରେ ଜଣାପଡିଯାଏ। ଦେଶର ସୂତା ଏକାଭଳି ଓ ଗୁରୁତ୍ୱପୂର୍ଣ୍ଣ । ଦେଶର ସବୁ ଲୋକେ ସମାନ। ଏହା ପରେ ରାହୁଲ ଆରଏସଏସ ପ୍ରସଙ୍ଗ ଉଠାଇବାରୁ ବାଚସ୍ପତିଙ୍କୁ ତାଙ୍କୁ ରୋକିବାକୁ ପଡିଥିଲା।

ଲୋକସଭା ବାଚସ୍ପତି କହିଥିଲେ ଆପଣ ବିରୋଧୀ ଦଳ ନେତା, ଏହା ମାନେ ନୁହେଁ ଯେ ଆପଣ ଯାହା ଇଛା ତାହା କହିବେ। ସଂସଦରେ ନିର୍ବାଚନ ସଂସ୍କାର ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା ହେଉଛି। ଆପଣ ନିର୍ବାଚନ ସଂସ୍କାର ଉପରେ ଯାହା କହିବାର ଅଛି କହନ୍ତୁ। ଏହା ପରେ ସଂସଦରେ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିଲା। ଏଥିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ଆମେ ଏଠାରେ ଶୁଣିବାକୁ ବସିଛୁ। ଆପଣ ଯାହା କହିବେ ଆମେ ଶୁଣିବୁ। ନିର୍ବାଚନ ସଂସ୍କାର ଉପରେ କୁହନ୍ତୁ, ହେଲେ ଏହା ଉପରେ ସେ କିଛି କହୁ ନାହାନ୍ତି। ରିଜିଜୁ କହିଥିଲେ ସରକାର ନିର୍ବାଚନ ସଂସ୍କାର ଲାଗି ପ୍ରସ୍ତୁତ।