LIVE TV

ନେପାଳ ପରେ ଆଉ ଏକ Zen-Z ବିରୋଧ ପ୍ରଦର୍ଶନ , ବିଦ୍ରୋହର ପ୍ରୟାସ ମଧ୍ୟରେ ଦେଶ ଛାଡ଼ି ପଳାୟନ କଲେ ରାଷ୍ଟ୍ରପତି

NEWS7
ଶ୍ରୀମନ୍ଦିର-ସଂସ୍କାର-ନେଇ-ସ

ନୂଆଦିଲ୍ଲୀ – ନେପାଳ ପରେ ଏବେ ଭାରତ ମହାସାଗରରେ ଆଫ୍ରିକାର ପୂର୍ବ ଉପକୂଳରେ ଅବସ୍ଥିତ ଏକ ଦ୍ୱୀପ ରାଷ୍ଟ୍ର ମାଡାଗାସ୍କରରେ ମଧ୍ୟ Zen-Zର ଉଗ୍ର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି। ଆସୋସିଏଟେଡ୍‌ ପ୍ରେସ୍‌ ଅନୁସାରେ , ଏକ ସ୍ୱତନ୍ତ୍ର ସୈନ୍ୟ ୟୁନିଟ୍‌ ସରକାର ବିରୋଧରେ ମୋର୍ଚ୍ଚା ସମ୍ଭାଳିଛି। ଏହି ବିଦ୍ରୋହକୁ ସମ୍ଭାବ୍ୟ ବିପ୍ଳବ ଭାବେ ବିବେଚନା କରାଯାଉଛି, ଯାହା ପରେ ମାଡାଗାସ୍କରର ରାଷ୍ଟ୍ରପତି ଏଣ୍ଡ୍ରି ରାଜୋଏଲିନା ଦେଶ ଛାଡ଼ି ପଳାୟନ କରିଛନ୍ତି। ଏହି ଘଟଣାକ୍ରମ ତିନି ସପ୍ତାହ ଯାଏ ଚାଲିଥିବା ଯୁବ ଆନ୍ଦୋଳନ ( ଜେନ୍‌-ଜେ ମାଡାଗାସ୍କର)ର ବିରୋଧ ପ୍ରଦର୍ଶନ ପରେ ଆସିଛି।

ମାଡାଗାସ୍କରର ହାରାହାରି ବୟସ ୨୦ ବର୍ଷରୁ କମ୍‌ ଏବଂ ଏହାର ପାଖାପାଖି ୩ କୋଟି ଜନସଂଖ୍ୟାର ତିନି-ଚତୁର୍ଥାଂଶ ଭାଗ ଦାରିଦ୍ର୍ୟ ସୀମାରେଖା ତଳେ ଜୀବନ ଯାପନ କରନ୍ତି। ବିଶ୍ୱ ବ୍ୟାଙ୍କ ଅନୁସାରେ ସ୍ୱାଧୀନତା (୧୯୬୦) ପର ଠାରୁ ୨୦୨୦ ପର୍ଯ୍ୟନ୍ତ ଦେଶର ମୁଣ୍ଡପିଛା ଜିଡିପି ୪୫ପ୍ରତିଶତ ହ୍ରାସ ପାଇଛି।

ରାଷ୍ଟ୍ରପତି କାର୍ଯ୍ୟାଳୟ ସୋମବାର ସନ୍ଧ୍ୟାରେ ରାଷ୍ଟ୍ର ନାମରେ ଏକ ସମ୍ୱୋଧନ ଘୋଷଣା କରିଥିଲେ, କିନ୍ତୁ ସୈନିକଙ୍କ ଦ୍ୱାରା ରାଜ୍ୟ ପ୍ରସାରକଙ୍କ ଉପରେ ଆକ୍ରମଣ କରିବା ପରେ ଏହାକୁ ସ୍ଥଗିତ ରଖା ଯାଇ ଥିଲା। ବିରୋଧୀ ନେତା ସିଟେନୀ ରାନ୍ଦ୍ରିଆନାସୋଲୋନିୟାକୋ କହିଥିଲେ ଯେ,ସୂଚନା ଆଧାରରେ ରାଜୋଏଲିନା ଫ୍ରାନ୍‌ସିସି ସାମରିକ ବିମାନ ମାଧ୍ୟମରେ ରବିବାର ଦେଶରୁ ଫେରାର ହୋଇଥିଲେ। ହେଲେ  ରାଷ୍ଟ୍ରପତିଙ୍କର ବର୍ତ୍ତମାନ ସ୍ଥିତିର ସ୍ପଷ୍ଟ ତାଙ୍କର କାର୍ଯ୍ୟାଳୟ କରି ନାହିଁ।

ରାଜୋଏଲିନାଙ୍କୁ ୨୦୦୯ରେ କ୍ଷମତାକୁ ଆଣିବାରେ ସାହାଯ୍ୟ କରୁଥିବା CAPSAT ନାମକ ବିଶେଷ ସୈନ୍ଯ ୟୁନିଟ୍‌ ଦାବି କରିଛି ଯେ, ସେ ସବୁ ସଶସ୍ତ୍ର ବାହିନୀ ଉପରେ ନିୟନ୍ତ୍ରଣ ନେଇଛି। CAPSATର କମାଣ୍ଡର କର୍ନଲ ମାଇକଲ ରାନ୍ଦ୍ରିଆନିରିନା କହିଛନ୍ତି ଯେ, ସଂଘର୍ଷ ବେଳେ ଜଣେ ସୈନିକଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ବିଦ୍ରୋହ ଘଟାଇବା କଥାକୁ ଅସ୍ୱୀକାର କରିଥିଲେ। ସେ କହିଛନ୍ତି, "ସେନା ଲୋକଙ୍କ ସ୍ୱରର ପ୍ରତିକ୍ରିୟା ପ୍ରକାଶ କରିଥିଲା

ଏହି ପ୍ରତିବାଦ ୨୫ ସେପ୍ଟେମ୍ୱରରେ ପାଣି ଓ ବିଦ୍ୟୁତ୍‌ର ଅଭାବକୁ ନେଇ ଆରମ୍ଭ ହୋଇ ଥିଲା ଏବଂ ଏହି ଆନ୍ଦୋଳନକୁ ଜେନ୍‌ –ଜେ ଯୁବକମାନେ ଜେନ ଜେ ମାଡାଗାସ୍କର ନାମ ଦେଇ ଥିଲେ। ଧିରେ ଧରେ ଏହି ଆନ୍ଦୋଳନ ଦୁର୍ନୀତିଗ୍ରସ୍ତ ଓ ଅସମାନତାର ବିରୋଧରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନରେ ବଦଳି ଯାଇଥିଲା। ଜାତିସଂଘ ଅନୁସାରେ, ଏପର୍ଯ୍ୟନ୍ତ ଅତି କମ୍‌ରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି , ହେଲେ ସରକାର ଏହି ସଂଖ୍ୟାକୁ ଅସ୍ୱୀକାର କରିଛନ୍ତି।