ପୋଲିସକୁ ଭୂଆଁ ବୁଲାଉଛନ୍ତି କି ପ୍ରେମିକା ରଶ୍ମିତା ? ଗିରଫ ଏବଂ ରିମାଣ୍ଡ ପରେ ବି ହାତ ଖାଲି...

NEWS7
ଶାଶୁ-ଶ୍ୱଶୁର-ଓ-ନଣନ୍ଦ-ମିଶି-ବ

ଭୁବନେଶ୍ୱର ୨୬।୦୧ : ସାତ ବର୍ଷ ତଳର ସେହି ପୁରୁଣା କେସ। ଯାହାକୁ ନାହିଁ ଚାଲିଛି ଖୋଳତାଡ। ପୁରୁଣା କେସ୍ ଭିତରୁ ମିଳିଲା ବଳରାମ ସାହାଣୀ ଅପହରଣ ମାମଲାର ଫାଇଲ। ୨୦୧୯ରେ ହୋଇଥିଲା ଅଭିଯୋଗ। ମାମଲାକୁ ତନ୍ନ ତନ୍ନ କରି ଯାଞ୍ଚ କଲେ ଥାନା ଅଧିକାରୀ ସମିତା ମିଶ୍ର। ଯାଞ୍ଚ ପରେ ଗତ କିଛି ଦିନ ତଳେ ଅର୍ଥାତ୍ ୭ ବର୍ଷ ପରେ ବଳରାମଙ୍କ ପ୍ରେମିକାକୁ କଲେ ଗିରଫ। ତାଙ୍କୁ ଗିରଫ ପରେ ୨ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଲେ । ହେଲେ ଫଳ ଶୂନ୍। ମିଳିପାରିଲା ନାହିଁ କିଛି ବି ପ୍ରମାଣ।

ବଳରାମ ସାହାଣୀ। ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ହୋଇଥିବାବେଳେ ରହୁଥିଲେ ଭୁବନେଶ୍ବରରେ। ସେ ବିବାହିତ ଥିବାବେଳେ ଏଠାରେ ରହି ବ୍ୟବସାୟ କରୁଥିଲେ। ବ୍ୟବସାୟ କରିବା ସମୟରେ ଆସିଲେ ରଶ୍ମିତା ସ୍ବାଇଁଙ୍କ ସମ୍ପର୍କରେ। ଧିରେ ଧିରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିବାକୁ ଲାଗିଲା। ସମ୍ପକ ଏତେ ନିବିଡ ହୋଇଗଲା ଯେ, ବଳରାମ ରଶ୍ମିତାଙ୍କ ସହ ତାଙ୍କ ଡମଣା ଘରେ ଲିଭି ଇନ୍ ରିଲେସନସିପରେ ରହିବାକୁ ଲାଗିଲେ। ପ୍ରାୟ ୧୦ବର୍ଷ ଉଭୟ ଲିଭି ଇନରେ ଥିଲେ। ସେଠାରେ ରହିବା ସମୟରେ ରଶ୍ମିତା ବଳରାମଙ୍କୁ ଶିଖାଇଥିଲେ ଗଞ୍ଜେଇ ବେପାର। ଉଭୟ ମିଶି ଗଞ୍ଜେଇ ବେପାର କରିବାକୁ ଲାଗିଲେ। ବେପାର କରିବା ସମୟରେ ପୋଲିସ ହାତରେ ମଧ୍ୟ ଧରାପଡି ଗିରଫ ହୋଇ ଜେଲ ହାଜତକୁ ଯାଇଛିନ୍ତି। ତଥାପି ଜେଲରୁ ବାହାରି ପୁଣି କରନ୍ତି ଗଞ୍ଜେଇ ବେପାର। ବେପାରରୁ ସେମାନଙ୍କୁ ଲାଭ ହେବାରେ ଲାଗିଲା। ସେହି ଲାଭ ଟଙ୍କାରେ ଗାଡି, ଘର ମଧ୍ୟ କରିଥିଲେ। ଉଭୟଙ୍କ ସମ୍ପର୍କ ବିଷୟରେ ବଳରାମଙ୍କ ଘର ଲୋକ ବି ଜାଣିଥିଲେ। ତେବେ ୨୦୧୯ ମସିହାରେ ବଳରାମ ଘର ଲୋକଙ୍କ ସମ୍ପର୍କରେ ନ ଆସିବାରୁ। ପରିବାର ଲୋକ ରଶ୍ମିତାଙ୍କୁ ଯାଇ ପଚାରିବା ସହ ସବୁଆଡେ ଖୋଜ ଖବର କରିଥିଲେ। ମାତ୍ର ବଳରାମଙ୍କ କୌଣସି ପତ୍ତା ମିଳିନଥିଲା। ଶେଷରେ ବଳରାମଙ୍କ ଭାଇ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି କିଛି ଦିନ ଧରି ବଳରାମଙ୍କୁ ଖୋଜିଖୋଜି କରିବାକୁ ଲାଗିଲା। ହେଲେ ବଳରାମଙ୍କ କୌଣସି ଖୋଜଖବର ମିଳିନଥିଲା। ତା ପରବତ୍ତୀ ସମୟରେ ଦୁଇ ଦୁଇ ଜଣ ଆଇଆଇସିଙ୍କର ହୋଇଯାଇଥିଲା ବଦଳି।

ବର୍ତ୍ତମାନ ଭୁବନେଶ୍ବର ଡିସିପି ପୁରୁଣା ମାମଲା ଗୁଡିକ ବନ୍ଦ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ। ପୁରୁଣା ମାମଲା ଖୋଜୁ ଖୋଜୁ ଚନ୍ଦକା ଥାନାଧୀକାରୀ ସମିତା ମିଶ୍ରଙ୍କୁ ମିଳିଥିଲା ବଳରାମଙ୍କ ଫାଇଲ। ଫାଇଲ ପଢିବା ପରେ ସେ ବଳରାମଙ୍କ ସମ୍ପକରେ ଜାଣିବାକୁ ଚେଷ୍ଟା କଲେ। ଅଭିଯୋଗପତ୍ରରେ ଥିବା ବଳରାମଙ୍କ ଠିକଣା ଏବଂ ଫୋନ ନମ୍ବରରୁ ପରିବାର ଲୋକଙ୍କୁ ଯୋଗାଯୋଗ କଲେ। ଯୋଗାଯୋଗ କରିବାରୁ ଜାଣିବାକୁ ପାଇଲେ ଯେ, ବତ୍ତମାନ ସୁଧା ବି ବଳରାମ ନିଖୋଜ ଅଛନ୍ତି। ତେଣୁ ସବୁ ଦିଗକୁ ନେଇ ତଦନ୍ତ କରିବା ପରେ ବଳରାମ ଲିଭଇନରେ ରହୁଥିବା ରଶ୍ମିତାଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଲେ। ପରେ ଅଧିକ ତଦନ୍ତ ପାଇ ୨ ଦିନିଆ ରିମାଣ୍ଡରେ ଆଣିଲେ। ରିମାଣ୍ଡରେ ଆଣି ପଚରାଉଚରା ସମୟରେ ରଶ୍ମିତା ଦେଉଥିବା ବୟାନର ରହିଲା ନାହିଁ ତାଳମେଳ। ଏପରିକି ରଶ୍ମିତାଙ୍କ କହିବାନୁସାରେ ପୋଲିସ ଜିଲ୍ଲା ବାହାରକୁ ଯାଇ ମଧ୍ୟ ତଦନ୍ତ କରିଛି। ହେଲେ ବଳରାମଙ୍କ ସମ୍ପର୍କରେ କୌଣସି ଖବର ମିଳିଲା ନାହିଁ। ରଶ୍ମିତା କେତେବେଳେ କହୁଛି ବଳରାମଙ୍କୁ ହତ୍ୟା କରାଯାଇଛି ତ ଆଉ କେତେବେଳେ କହୁଛି ବଳରାମ ରାଜ୍ୟ ବାହାରେ ଜେଲରେ ଅଛି। ପୋଲିସକୁ ଖାଲି ଭୂଆଁ ବୁଲାଇବାରେ ଲାଗିଲା ରଶ୍ମିତା। ତେଣୁ ପୋଲିସ ପାଇଁ ଏବେ କାଠିକାର ପାଠ ହୋଇଗଲା ଯେ, ରଶ୍ମିତାକୁ ଗିରଫ ସିନା କଲେ। କୋର୍ଟରେ କଣ ପ୍ରମାଣ ଦେଖାଇବେ। କାରଣ ଯଦି ବଳରାମଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ତାକୁ ପ୍ରମାଣିତ କରିବାପାଇଁ ପୋଲିସକୁ ବଳରାମର ମୃତ ଦେହକୁ ଜବତ କରିବାର ଆବଶ୍ୟକତା ରହିଛି। ଯେ ପର୍ଯ୍ୟନ୍ତ ବଳରାମଙ୍କ ମୃତ ଦେହ ମିଳିନାହିଁ। ସେ ପର୍ଯ୍ୟନ୍ତ ପୋଲିସ ଏହା ଏକ ହତ୍ୟା ମାମଲା ବୋଲି ବି ଦର୍ଶାଇ ପାରିବନାହିଁ। ତେଣଉ ପୋଲିସ ପାଇଁ ଏବେ ବଡ ଚ୍ୟାଲେଞ୍ଜ ବଳରାମ। ସେପଟେ ପୋଲିସ ସତ ବର୍ଷ ତଳର ସମସ୍ତ ଫାଇଲକୁ ଘାଣ୍ଟିବାରେ ଲାଗିଛି। ରଶ୍ମିତାର ସିଡିଆର ଆନାଲିସିସ୍ କରୁଛି। ତେବେ ଦେଖାଯାଉ ପୋଲିସକୁ କେବେ ରଶ୍ମିତା ବିରୋଧରେ ପ୍ରମାଣ ମିଳୁଛି।