LIVE TV

ଭିତରକନିକାର ଉନ୍ନତିକରଣ ପାଇଁ ଉଦ୍ୟମ : ଗେଟ୍ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ

NEWS7
ମାଳତୀପାଟ-ପୁର-ବସଷ୍ଟାଣ୍ଡରୁ

ପଟ୍ଟାମୁଣ୍ଡାଇ ୪୧୧: ଭିତରକନିକା ମୁଖ୍ୟ ଫାଟକ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ । ସରକାରୀ ଜମିରେ ନିର୍ମାଣ ହୋଇଥିଲା ହୋଟେଲ । ଭିତରକନିକା ଉନ୍ନତି କରଣ ପାଇଁ କରାଯାଉଛି ଜବରଦଖଲ ଉଚ୍ଛେଦ । ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ।

​​​​​​​

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଭିତରକନିକା ମୁଖ୍ୟ ଫାଟକ ସାମ୍ନାରେ ଜବରଦଖଲ ଉଚ୍ଛେଦ କରାଯାଉଛି । ଭିତରକନିକା ଗେଟ୍‌କୁ ଲାଗି ବାଙ୍କୁଆଳ ଗାଁରେ ସରକାରୀ ଜମିରେ ନିର୍ମାଣ ହୋଇଥିଲା ହୋଟେଲ । ଭିତରକନିକା ଉନ୍ନତିକରଣ ପାଇଁ ଜବରଦଖଲ ଉଚ୍ଛେଦ କରାଯାଉଛି । ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବାରମ୍ବାର ନୋଟିସ୍ ପରେ ବି ଏହି ପ୍ରତିଷ୍ଠାନ ଗୁଡିକ ସରକାରୀ ଜମିକୁ ଜବରଦଖଲ କରି ବ୍ୟବସାୟ କରିଆସୁଥିଲେ । ଯେଉଁମାନେ ସ୍ଥାୟୀ ଘର କରି ସରକାରୀ ଜମିରେ ବସବାସ କରୁଛନ୍ତି । ସେମାନଙ୍କ ସମସ୍ୟା ଜିଲ୍ଲା ପ୍ରଶାସନ ବିଚାର କରି ପଦକ୍ଷେପ ନେବେ ବୋଲି ରାଜନଗର ତହସିଲଦାର ସୂଚନା ଦେଇଛନ୍ତି ।