ସୂରଜକୁଣ୍ଡ ମେଳାରେ ଦୁର୍ଘଟଣା, ଭାଙ୍ଗିପଡିଲା ଝୁଲା, ଅନେକ ଆହତ ସୂରଜକୁଣ୍ଡ ମେଳାରେ ଦୁର୍ଘଟଣା, ଭାଙ୍ଗିପଡିଲା ଝୁଲା, ଅନେକ ଆହତ

NEWS7
ବିଶ୍ବର-ସବୁଠାରୁ-ଉଚ୍ଚତମ-ଗଛ

ଫରିଦାବାଦ ୭।୨: ହରିୟାଣାର ଫରିଦାବାଦରେ ଚାଲିଥିବା ପ୍ରସିଦ୍ଧ ସୂରଜକୁଣ୍ଡ ମେଳାରେ ଶନିବାର ଭୀଷଣ ଦୁର୍ଘଟଣା ଘଟିଛି। ଏଠାରେ ଏକ ଝୁଲା ଅଚାନକ ଭାଙ୍ଗିପଡିଛି। ଫଳରେ ଅନେକ ଲୋକ ଆହତ ହୋଇଥିବାର ଖବର ଆସୁଛି। ଏହି ଦୁର୍ଘଟଣା ପରେ ମେଳାରେ ଲୋକେ ଜୀବନ ବଞ୍ଚାଇବା ପାଇଁ ଏଣେ ତେଣେ ଦୌଡୁଥିବା ଦେଖାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ସୂରଜ କୁଣ୍ଡ ମେଳାରେ ଏକ ଡ୍ରାଗନ ଝୁଲା ଲାଗିଥିଲା। ଏଥିରେ ବୈଷୟିକ ତ୍ରୁଟି ଯୋଗୁ ଏହା ଭାଙ୍ଗିପଡିଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି।

ଏହି ଦୁର୍ଘଟଣା ପରେ ଆହତଙ୍କୁ ଉଦ୍ଧାର କରି ମେଟ୍ରୋ ହସ୍ପିଟାଲକୁ ପହଞ୍ଚା ଯାଇଛି। ଆହତଙ୍କ ମଧ୍ୟରେ ଅଧିକାଂଶ ଯୁବକ ଥିବା ବେଳେ ଏମାନଙ୍କ ମଧ୍ୟରେ କେତେକ ଦିଲ୍ଲୀର ଲୋକ ମଧ୍ୟ ଅଛନ୍ତି। ଏଣୁ ଆହତଙ୍କ ମଧ୍ୟରେ ଥିବା ଗୁରୁତରଙ୍କୁ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲ ରେଫର କରାଯାଇଛି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଉଦବେଗଜନକ କୁହାଯାଉଛି। ଏହା ଛଡା ଆହତଙ୍କ ମଧ୍ୟରେ ମହିଳା ଓ ପିଲା ମଧ୍ୟ ଅଛନ୍ତି। ଏହି ଦୁର୍ଘଟଣାରେ ଜଣେ ଦୋକାନୀ ମଧ୍ୟ ଆହତ ହୋଇଛନ୍ତି। ରାଘବ ନାମକ ଏହି ବ୍ୟକ୍ତି ଝୁଲା ଭାଙ୍ଗିପଡିବାରୁ ଲୋକଙ୍କୁ ଉଦ୍ଧାର କରୁଥିବା ବେଳେ ତାଙ୍କ କାନ୍ଧରେ ଝୁଲାର ଗ୍ରିଲ ଭାଙ୍ଗିପଡିଛି।

ଦୁର୍ଘଟଣା ସୂଚନା ମିଳିବାମାତ୍ରେ ସୂରଜକୁଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଯାଞ୍ଚ ଆରମ୍ଭ କରିଛି। ଏହି ଦୁର୍ଘଟଣା ପରେ ମେଳା ପ୍ରବନ୍ଧନ ପରିସରରେ ଲାଗିଥିବା ସମସ୍ତ ଝୁଲା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂରଜକୁଣ୍ଡ ଥାନା ଅଧିକାରୀ ସନ୍ଦୀପ ମୋର କହିଛନ୍ତି ଯେ ବୈଷୟିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟପଟେ ପୋଲିସ ଝୁଲା ସଞ୍ଚାଳକ ତଥା ମାଲିକଙ୍କବିରୋଧରେ ଏତଲା ରୁଜୁ କରିଥିବା ବେଳେ ସବୁ ଝୁଲାର ସୁରକ୍ଷା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ୨ ଫେବୃଆରୀରୁ ଆରମ୍ଭ ହୋଇଥିବା ସୂରଜକୁଣ୍ଡ ମେଳା ୧୮ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ।

ଏହା ବି ପଢନ୍ତୁ :-ମାଟି ନୁହେଁ, ପବନରେ ଫଳୁଛି ଆଳୁ : କୃଷି ବୈଜ୍ଞାନିକ ଦେଖାଇଲେ କମାଲ