ତୁର୍କୀ ପାର୍ଲିଆମେଣ୍ଟରେ ବାଡିଆ ପିଟା, ପରସ୍ପରକୁ ମୁଥ ମରାମରି ହେଲେ ସାଂସଦ...ଦେଖନ୍ତୁ ଭିଡିଓ

NEWS7
ବଲାଙ୍ଗୀରରେ-କଂଗ୍ରେସର-ଶକ୍ତ

ଇସ୍ତାନବୁଲ, ୧୨|୦୨: ଗଣତନ୍ତ୍ରର ପବିତ୍ର ଗୃହ ସଂସଦ । ଏଠାରେ ଜନତାଙ୍କ ସମସ୍ୟାର ହୁଏ ସମାଧାନ । ବିଭିନ୍ନ ପ୍ରସଙ୍ଗ ଉଠେ । ସାଂସଦମାନେ ଲୋକଙ୍କ କଥାକୁ ଗୃହରେ ରଖିଥାନ୍ତି । ହେଲେ ତୁର୍କୀର ପାର୍ଲିଆମେଣ୍ଟ ବା ସଂସଦରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ପରସ୍ପରକୁ ମୁଥ ମରାମରି ହୋଇଛନ୍ତି ସାଂସଦ । କେବଳ ଏତିକି ନୁହେଁ ଗୃହ ଏକ ପ୍ରକାର ରଣକ୍ଷେତ୍ର ପାଲଟିଯାଇଛି ।

ବୁଧବାର ତୁର୍କୀର ସଂସଦରେ ଥିଲା କଳା ଦିବସ । ଗୃହରେ ମୁହାଁମୁହିଁ ହୋଇଥିଲେ ଶାସକ ଏବଂ ବିରୋଧୀ ଦଳର ସଦସ୍ୟ । ସରକାରଙ୍କ କ୍ୟାବିନେଟର ଆଇନ ମନ୍ତାରଳୟରେ ଏକ ନିଯୁକ୍ତିକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ଜଣାପଡିଛି । ପ୍ରଥମେ ବିରୋଧୀ ଦଳର ନେତାମାନେ ଇସ୍ତାନବୁଲରେ ମୁଖ୍ୟ ପ୍ରୋସିକ୍ୟୁଟର୍ଆକିନ୍ ଗୁରଲେକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ତାଙ୍କୁ ରାଷ୍ଟ୍ରପତି ରିସେପ୍ ତାଇପି ଏର୍ଡୋଗାନ୍ ବଡ ପଦବୀ ପ୍ରଦାନ କରିଛନ୍ତି । ଯାହାକୁ ବିରୋଧୀ ଦଳ ବିରୋଧ କରି ଆସୁଛନ୍ତି । ତେବେ ଗୁରଲେକ ଶପଥପାଠ କରିବା ବେଳେ ବିରୋଧୀ ପ୍ରବଳ ହୋହଲ୍ଲା କରିଥିଲେ । ତାଙ୍କୁ ଶପଥପାଥ କରିବାକୁ ଦେଇନଥିଲେ ।

ଏହି ସମୟରେ ଶାସକ ଦଳର କିଛି ସାଂସଦ ବିରୋଧୀ ସାଂସଦଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲେ । କିନ୍ତୁ ଏହା ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା । ସଦସ୍ୟମାନେ ପରସ୍ପରକୁ ଠେଲାପେଲା କରିଥିଲେ । ଏହସହ ଆକ୍ରମଣ ମଧ୍ୟ କରିବାକୁ ପଛାଇନଥିଲେ ।

ଏହି ଖବରଟି ପଢନ୍ତୁ... ଭାରତରେ ପ୍ଲାଣ୍ଟ୍ କରିବ ରୋଲ୍ସ ରୟସ, ତିଆରି ହେବ ସବୁଠୁ ଲଗଜରୀ କାର୍ ! ମୋଦୀଙ୍କୁ ଭେଟିଲେ କମ୍ପାନୀ CEO

ଗତ କିଛି ଦିନ ତଳେ ତୁର୍କୀ ସରକାର ନିଜ ମନ୍ତ୍ରାଳୟରେ ଅଦଳବଦଳ କରିଥିଲେ । ଏଥିରେ ଗୁରଲେକଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ପ୍ରଦାନ କରାଯାଇଛି । ଯାହା ବିରୋଧୀଙ୍କୁ ପସନ୍ଦ ଆସିନି । ତେବେ ମୁଥମରାମରି ଘଟଣା ପରେ ତାଙ୍କୁ ଶାସକ ଦଳର ସଦସ୍ୟମାନେ ଘେରି ରହିଥିଲେ । ଏହା ଭିତରେ ରହି ଗୁଲଲେକ ଶପଥ ନେଇଥିଲେ ।