ଟି୨୦ ବିଶ୍ୱକପ ପୂର୍ବରୁ ତିଲକଙ୍କ ଅପରେସନ୍ : ଗିଲଙ୍କୁ ମିଳିବ ସୁଯୋଗ !

NEWS7
ବରମୁଣ୍ଡା-ଓଭରବ୍ରିଜ୍-ନିକଟର

ନୂଆଦିଲ୍ଲୀ, ୦୮/୦୧: ଟି୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ଏସିଆ କପର ମ୍ୟାଚ୍ ଓ୍ୱିନର୍ ତିଲକ ବର୍ମାଙ୍କ ନେଇ ଆସିଲା ଖରାପ ଖବର । ବିଶ୍ୱକପର ମାତ୍ର କିଛି ଦିନ ପୂର୍ବରୁ ତିଲକ ବର୍ମାଙ୍କ ଅପସରେସନ ହୋଇଛି । ଯାହାକୁ ନେଇ ସେ ଟୁର୍ଣ୍ଣାମେଣ୍ଟ ଖେଳିବେ ନା ନାହିଁ ତାକୁ ଲାଗି ରହିଛି ସସପେନ୍ସ ।

ରିପୋର୍ଟ ଅନୁସାରେ, ତିଲକ ବର୍ମାଙ୍କ ତଳି ପେଟରେ ଏକ ଅପରେସନ ହୋଇଛି । ତେଣୁ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ସେ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ରାଜକୋଟର ଏକ ହସ୍ପିଟାଲରେ ସେ ଆହତ ହେବା ପରେ ଭର୍ତ୍ତି ହୋଇଥିଲେ । ବିଜୟ ହଜାରେ ଟ୍ରଫିରେ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ସମୟରେ ତାଙ୍କ ପେଟରେ ଆଘାତ ଲାଗିଥିଲା । ପ୍ରଥମେ ତାଙ୍କୁ ଗୋକୁଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପରୀକ୍ଷା ପରେ ତୁରନ୍ତ ଅପରେସନ ପାଇଁ ଡାକ୍ତର କହିଥିଲେ ।

ବିସିସିଆଇ ଅଧିକାରୀଙ୍କ କହିବାନୁସାରେ, ତିଲକଙ୍କ ଅପରେସନ ସଫଳ ହୋଇଛି । ସେ ଏବେ କିଛି ଦିନ ବିଶ୍ରାମ କରିବେ । ସେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି । ଅନ୍ୟ ଦିଗରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ୍ ଏବଂ ଟି୨୦ ବିଶ୍ୱକପ୍ ପାଇଁ ତିଲକଙ୍କ ବିକଳ୍ପ ବାବଦରେ ଚିନ୍ତା କରାଯାଉଛି ।

ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ତିଲକଙ୍କ ବିକଳ୍ପ ଭାବରେ ଗିଲଙ୍କୁ ସାମିଲ୍ କରାଯାଇପାରେ । କିନ୍ତୁ ଏବେ ଅପେକ୍ଷା କରାଯିବ । ଯଦି ତିଲକ ଫିଟ୍ ହୁଅନ୍ତି ତାହାଲେ ଗିଲ୍ ଦରକାର ପଡିବେନି । ଅନ୍ୟ ଦିଗରେ ଶ୍ରେୟସ ଆୟର ମଧ୍ୟ ଫିଟ୍ ଘୋଷିତ ହୋଇଛନ୍ତି । ହିମାଚଳ ପ୍ରଦେଶ ବିପକ୍ଷ ମୁମ୍ବାଇର ବିଜୟ ହଜାରେ ଟ୍ରଫି ମୁକାବିଲାରେ ସେ ଦମଦାର ବ୍ୟାଟିଂ କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ମଧ୍ୟ ସେ ପ୍ରସ୍ତୁତ ଥିବା ଜଣାପଡିଛି । ଟିମ୍ ଇଣ୍ଡିଆ ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିସାରିଛି । ତେବେ ଜାନୁଆରୀ ୩୧ ଭିତରେ ଏଥିରେ ପରିବର୍ତ୍ତନ କରାଯାଇପାରେ । ଯଦି ତିଲକ ଫିଟ୍ ନହୁଅନ୍ତି ତେବେ ଅନ୍ୟ କାହାକୁ ବିସିସିଆଇ ସୁଯୋଗ ଦେବ ।