LIVE TV

ଆମେରିକା ଛାଡିବେନି ସୁବ୍ରମଣ୍ୟମ, ସରକାରଙ୍କ ନିର୍ଦ୍ଦେଶ ଉପରେ କୋର୍ଟ ଲଗାଇଲେ ରୋକ୍

NEWS7
ନୂଆବର୍ଷରେ-ରହିଛି-ରୁଚକ-ରାଜ

ନୂଆଦିଲ୍ଲୀ, ୪ |୧୧  : ୪୩ ବର୍ଷ ଧରି ଆମେରିକାରେ ସଜା କାଟିବା ପରେ ଶେଷରେ ନିର୍ଦ୍ଦୋଷରେ ଖଲାସ ହେଲେ । ଜୀବନର ଅଧାରୁ ଅଧିକ ବୟସ ଜେଲରେ କାଟିବା ପରେ ଏବେ ଖଲାସ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ସୁବ୍ରମଣ୍ୟମ ବେଦମ । ଏହାସହ ସେ ଆମେରିକା ଛାଡିବେ ନାହିଁ ବୋଲି କୋର୍ଟ କହିଛନ୍ତି । ପୂର୍ବରୁ ଜେଲରୁ ବାହରିବା ପରେ ତୁରନ୍ତ ଦେଶ ଛାଡିବାକୁ ଆମେରିକା ସରକାରଙ୍କ ପକ୍ଷରୁ କୁହାଯଇଥିଲା । ଯେଉଁ ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି କୋର୍ଟ ।

ପ୍ରଥମେ ଆମେରିକାର ଏକ କୋର୍ଟ ସୁବ୍ରମଣ୍ୟମଙ୍କ ଦେଶାନ୍ତର ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଥିଲେ । ବୋର୍ଡ ଅଫ୍ ଚିଫ୍ ଇମିଗ୍ରେସନ ତାଙ୍କ ମାମଲାକୁ ପୁଣି ଥରେ ଶୁଣାଣି କରାଯିବ ନା ନାହିଁ ନିଷ୍ପତ୍ତି ନନେବା ଯାଏଁ ସେ ଆମେରିକାରେ ରହିବେ । ପେନସେଲଭାନିଆର ସ୍ଥାନୀୟ କୋର୍ଟ ମଧ୍ୟ ଦେଶାନ୍ତର ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଛନ୍ତି । ଅର୍ଥାତ ଜେଲରୁ ବାହାରିବା ପରେ ଏବେ ସେ ଆମେରିକାରେ ରହିପାରିବେ ।

ରିପୋର୍ଟ ଅନୁସାରେ, ଗୁରୁବାର ଜଣେ ବିଚାରପତି ସୁବ୍ରମଣ୍ୟମଙ୍କ ଦେଶାନ୍ତର ଆଦେଶ ଉପରେ ରୋକ ଲଗାଇଥିଲେ । ତଦନ୍ତର ଦିଗ ସ୍ପଷ୍ଟ ନହେଲା ଯାଏଁ ସେ ଆମେରିକାରେ ରହିବେ ବୋଲି କୋର୍ଟ କହିଥିଲେ । ଅପରପକ୍ଷେ ପେନସିଲଭାନିଆ କୋର୍ଟ ସମାନ ରାୟ ଶୁଣାଇଥିଲେ ।  

ଏକ ହତ୍ୟାକାଣ୍ଡ ମାମଲାରେ ବେଦମଙ୍କୁ ଗିରଫ କରାଯାଇଥିଲା । ଦୀର୍ଘ ୪୩ ବର୍ଷ ପରେ ସେ ଏହି ହତ୍ୟାକାଣ୍ଡ କରିନଥିବା ଜଣା ପଡିଥିଲା । ଯାହା ଆମେରିକାର ଦୁର୍ବଳ ନାୟିକ ବ୍ୟବସ୍ଥାକୁ ପଦାରେ ପକାଇଥିଲା । ଏହାପରେ ସେଠାକାର ସରକାର ତାଙ୍କୁ ଦେଶ ଛାଡି ଯିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମାତ୍ର ମାସ ବୟସରୁ ସେ ୟୁଏସରେ ରହି ଆସୁଛନ୍ତି । ଆଇନତଃ ତାଙ୍କୁ ୟୁଏସର ନାଗରିକତ୍ୱ ମିଳିସାରିଛି । ଏବେ ସେ ଆଲେକଜାଣ୍ଡ୍ରିଆରେ ରହୁଥିବା ତାଙ୍କ ଓକିଲ କହିଛନ୍ତି ।

ସୂଚନାଯୋଗ୍ୟ, ୧୯୮୦ ମସିହାରେ ତାଙ୍କ ସହପାଠୀଙ୍କ ହତ୍ୟାକାଣ୍ଡ ହୋଇଥିଲା । ଏହି ମାମଲାରେ ପୋଲିସ ସୁବ୍ରମଣ୍ୟମଙ୍କୁ ଗିରଫ କରିଥିଲା । ୧୯୮୩ରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଶେଷରେ ଅକ୍ଟୋବର ୨୦୨୫ରେ ତାଙ୍କ ବିରୋଧରେ ଲାଗିଥିବା ସମସ୍ତ ମାମଲାକୁ ଖାରଜ କରିଥିଲେ କୋର୍ଟ । ଏହାସହ ନିର୍ଦ୍ଦୋଷ ଘୋଷଣା କରିଥିଲେ ।