LIVE TV

ଶୁଭମିତ୍ରା ଏବଂ ଦୀପକଙ୍କ ମଧ୍ୟରେ ୨୦ଲକ୍ଷ ଟଙ୍କା ନେଣଦେଣର ସୂତ୍ର ଖୋଜା, ପୋଲିସ ହାତରେ ଲାଗିଲା ବ୍ୟାଙ୍କ ଟ୍ରାଞ୍ଜାକସନ

NEWS7
ଜବ୍-ରାକେଟର୍-ପର୍ଦ୍ଦାଫାଶ

ଭୁବନେଶ୍ବର ୧୦: ମହିଳା ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ହତ୍ୟାକାଣ୍ଡ ମାମଲାରେ ପୋଲିସ ହାତରେ ଲାଗିଲା ହଜାରେ ପୃଷ୍ଠାର ବ୍ୟାଙ୍କ ଟ୍ରାଞ୍ଜାକସନ I ଅଭିଯୁକ୍ତ ଦୀପକ କୁମାର ରାଉତର ଦୁଇଟି ସରକାରୀ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ ପାଇଁ ଚିଠି ଲେଖିଥିଲା ପୋଲିସ I ତେବେ ଏହାପରେ ଦୀପକର ବ୍ୟାଙ୍କ ଟ୍ରାଞ୍ଜାକସନ ପୋଲିସର ହସ୍ତଗତ ହୋଇଛି ।

ସୂଚନାଯୋଗୟ ଯେ, ୨୦୧୮ ବ୍ୟାଚରୁ କ୍ୟାରିୟର ଆରମ୍ଭ କରିଥିଲା ଅଭିଯୁକ୍ତ ଦୀପକ । ସେବେଠାରୁ ଏପର୍ଯ୍ୟନ୍ତ କେତେ ନେଣଦେଣ ହୋଇଛି, ସେନେଇ ଖୋଳତାଡ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି I ତେବେ ୨୦୧୮ ରୁ ୨୦୨୫ ମଧ୍ୟରେ ହୋଇଥିବା ବ୍ୟାଙ୍କ ଟ୍ରାଞ୍ଜାକସନର ତଥ୍ୟ ଏବେ ପୋଲିସ ହାତରେ ଲାଗିଛି I ଶୁଭମିତ୍ରା ଏବଂ ଦୀପକଙ୍କ ମଧ୍ୟରେ ହୋଇଥିବା ୨୦ଲକ୍ଷ ଟଙ୍କା ନେଣଦେଣର ସୂତ୍ର ଖୋଜା ଚାଲିଛି I

ସେପଟେ ହତ୍ୟାକାଣ୍ଡ ପରେ ଓ୍ବାଟ୍‌ସଆପ୍ ଚାଟିଂରୁ ସ୍ପଷ୍ଟ ହୋଇଥିଲା ୨୦ଲକ୍ଷ ଟଙ୍କା ଶୁଭମିତ୍ରା ଦୀପକକୁ ଦେଇଥିଲା I ବାହାଘର ପାଇଁ ଟଙ୍କା ଫେରାଇବାକୁ କହିବାରୁ ଉଭୟଙ୍କ ମଧ୍ୟରେ କଳିର ମଞ୍ଜି ପୋତା ହୋଇଥିଲା I ତଦନ୍ତ ବେଳେ ଦୀପକ କହିଥିଲା ମୁଁ ୧୦ ଲକ୍ଷ ଟଙ୍କା ଶୁଭମିତ୍ରାଙ୍କୁ ଫେରାଇ ଦେଇଥିଲି I

ତେବେ ଏହି ଘଟଣା ଖୁବଶୀଘ୍ର ଚାର୍ଜସିଟ୍ କରି ଟ୍ରାଏଲ ପ୍ରକ୍ରିୟା ଆରମ୍ଭ ପାଇଁ ଫାଇନାନ୍ସସିଆଲ ଖୋଳତାଡ଼ ଆରମ୍ଭ କରିଛି କ୍ୟାପିଟାଲ ଥାନା ପୋଲିସ ।