LIVE TV

ନୂଆପଡ଼ା ବାଜି ଜିତିବାକୁ ସ୍ବତନ୍ତ୍ର ରଣନୀତି, ୮ ମନ୍ତ୍ରୀଙ୍କୁ ୮ ଜୋନ୍ ଦାୟିତ୍ବ ବାଣ୍ଟିଲା ବିଜେପି

NEWS7
କାଲି-ଆସିବେ-ପ୍ରଧାନମନ୍ତ୍ର

ଭୁବନେଶ୍ବର ୧୦: ନୂଆପଡ଼ା ଉପନିର୍ବାଚନ ଜିତିବାକୁ ପ୍ରୟାସ ଜାରି ରଖିଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ । ଉପନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ଜୋରଦାର ପ୍ରୟାସ ଆରମ୍ଭ କରିସାରିଲେଣି । ବିଭିନ୍ନ ଦଳ ମଧ୍ୟ ନିଜ ନିଜର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ତେବେ ନୂଆପଡ଼ା ଉପନିର୍ବାଚନ ପାଇଁ ୮ ଜଣ ମନ୍ତ୍ରୀଙ୍କୁ ୮ଟି ଜୋନ୍ ଦାୟିତ୍ବ ଦେଇଛି ବିଜେପି । ବଞ୍ଜରୀ ଦାୟିତ୍ବରେ ରହିବେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାସୁନାଦେଇ ଜୋନ୍ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ଦାୟିତ୍ବ ଦେଇଛି ଦଳ ।

ସେହିଭଳି ପାତାଳେଶ୍ୱର ପାଇଁ  ମତ୍ସଅୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଜୟଜଂଘା ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କୋନାଭଇରା ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଯୋଗେଶ୍ୱର ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନୂଆପଡ଼ା ଏନଏସି ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଖରିଆର ରୋଡ଼ ଏନଏସି ପାଇଁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମିଳିଛି ଦାୟିତ୍ବ ।

ସେପଟେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ ସରିଛି । ୧୯ ଆଶାୟୀଙ୍କ ମଧ୍ୟରୁ ୫ ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି । ୬ ଜଣ ଦଳୀୟ ଓ ୮ଜଣ ଜଣ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ସମୁଦାୟ ୧୪ ଜଣଙ୍କ ପ୍ରାର୍ଥତ୍ଵ କାଏମ ରହିଛି । ବୁଧବାର ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ନିର୍ଦ୍ଧାରିତ ସମୟରେ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଅପରାହ୍ନ ସୁଦ୍ଧା ସମସ୍ତ ପ୍ରାର୍ଥିପତ୍ର ଯାଞ୍ଚ ସରିଥିଲା । ଏହାପରେ ବହୁଜନ ସମାଜ ପାର୍ଟିର ରଳାରାମ ସାନ୍ଧୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରା, ସ୍ବାଧୀନ ପ୍ରାର୍ଥୀ କମଲ କୁମାର ଛତ୍ରିଆ, ପୁରୁଷୋତ୍ତମ ବେହେରା, ଭୁଜବଳ ଆଡବଙ୍ଗଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିବା ଘୋଷଣା କରାଯାଇଥିଲା । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝିଙ୍କ ସମେତ ୧୪ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ତେବେ ଗୁରୁବାର ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି​​​​​​​