ମୁସ୍କିଲ୍‌ରେ ଶ୍ରେୟସ ତଲପଡେ, ଗ୍ରାମବାସୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି ଅଭିନେତା !

NEWS7
ଏ-ହଉଛ-world-most-expensive-watch-patek-philippe-grandmaster-chime-ସବଠ-ମହଙଗ-ଘଣଟ-ଏ

ନୂଆଦିଲ୍ଲୀ ୧୩।୦୨; ଅଭିନେତା ଶ୍ରେୟସ ତଲପଡେ ଆଜିକାଲି ସମସ୍ୟାରେ ଅଛନ୍ତି। ଉତ୍ତର ପ୍ରଦେଶର ମୈନପୁରୀ ଜିଲ୍ଲାର ଭୋଗାଓଁ ପୋଲିସ ଏକ କଥିତ ନିବେଶ ଠକେଇ ମାମଲାରେ ତାଙ୍କୁ ଏବଂ ଅନ୍ୟ ୧୨ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ମୋହଲ୍ଲା ମିଶ୍ରାନାର ଜଣେ ବାସିନ୍ଦା ଅଭିନେତା ଏବଂ ତାଙ୍କ ସହଯୋଗୀଙ୍କ ଉପରେ ନିବେଶ ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ କରିବା ପରେ, ଫେବୃଆରୀ ୧୦, ମଙ୍ଗଳବାର ଦିନ ଭୋଗାଓଁ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା।

ଅଭିଯୋଗ ଅନୁଯାୟୀ, ଶ୍ରେୟସ ତଲପଡ଼େ ତାଙ୍କ ସହଯୋଗୀମାନଙ୍କ ସହିତ ସହରର ମୋହଲ୍ଲା ମିଶ୍ରନା ସ୍ଥିତ ମୁମ୍ବାଇ ବ୍ୟାଙ୍କ ଶାଖାରେ ଏକ ନିବେଶ ଯୋଜନା ନାଁରେ ଗ୍ରାମବାସୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ, ପୋଲିସ ଏବେ ମାମଲାର ତଦନ୍ତ ଆରମ୍ଭ କରିଛି। ଅଭିନେତା ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ମତାମତ ଦେଇନାହାଁନ୍ତି।

ଶ୍ରେୟସ ତଲପଡେ ଜଣେ ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକ। ସେ ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ୨୦୦୫ ମସିହାରେ "ଇକବାଲ" ଚଳଚ୍ଚିତ୍ରରେ ତାଙ୍କ ଭୂମିକା ପାଇଁ ପ୍ରସିଦ୍ଧି ହାସଲ କରିଥିଲେ। ପରେ ସେ "ଓମ୍ ଶାନ୍ତି ଓମ୍" ଏବଂ "ଗୋଲମାଲ" ସିରିଜ୍ ଭଳି କମେଡି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେ ଶେଷ ଥର ପାଇଁ "ଆଜାଦ ଭାରତ" ଚଳଚ୍ଚିତ୍ରରେ ନଜର ଆସିଥିଲେ, ଯେଉଁଥିରେ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭୂମିକାରେ ଅଭିନୟ କରିଥିଲେ। ସେ ଖୁବ୍ଶୀଘ୍ର ଆଗାମୀ ଚଳଚ୍ଚିତ୍ର "ୱେଲକମ୍ ଟୁ ଦି ଜଙ୍ଗଲ"ର ଅଂଶ ହୋଇପାରନ୍ତି।