ପାରିବାରିକ କଳହରୁ କୁପରିଣତି, ହାତ-ଗୋଡ଼ କାଟି ଭାଇକୁ ମାରି ଦେଲା ସମ୍ପର୍କୀୟ ଭାଇ

NEWS7
ଆସନ୍ତା-୧୧-ତାରିଖରେ-ହେବ-ବାଲ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ସମଲେଇସର ଗାଁରେ ଅଭାବନୀୟ ଘଟଣା। ଭାଇ ଭୁଲିଗଲା ସଂପର୍କର ପରିଭାଷା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭାଇକୁ ମାରି ଦେଲା ସମ୍ପର୍କ ଭାଇ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନା ମୁତାବକ ସମଲେଇସର ଗାଁରେ ରମାକାନ୍ତ ବାଗ ଓ ସମ୍ପର୍କୀୟ କାକା ଘର ମଧ୍ୟରେ ଦୀର୍ଘଦିନ ହେବ କୌଣସି କଥାକୁ ନେଇ ଶତ୍ରୁତା ରହିଥିଲା। ଆଜି ଉପରବେଳା ଦୁଇ ପରିବାର ମଧ୍ୟରେ ପୁଣି ଝଗଡା ହୋଇଥିବା ବେଳେ ରମାକାନ୍ତଙ୍କୁ ତାଙ୍କ ସମ୍ପର୍କୀୟ ଭାଇମାନେ ଧାରୁଆ ଅସ୍ତ୍ରରେ ଗୋଡ଼ ହାତ କୋଟି ଦେଇଥିଲେ।

ପାଟଣାଗଡ଼ ପୋଲିସ ଖବର ପାଇ ଗ୍ରାମରେ ପହଞ୍ଚି ରମାକାନ୍ତଙ୍କୁ ଡାକ୍ତରଖାନା ଆଣିଥିବା ବେଳେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ରମାକାନ୍ତଙ୍କ ମୃତ୍ୟୁ ଖବର ପାଇଲା ପରେ ଗାଁରେ କୋକୁଆଭୟ ଖେଳି ଯାଇଛି।