ଜାନୁଆରୀରେ ସୁନା ଆମଦାନୀ ୩୫୦% ବଢିଛି, ରୁପା ଚାହିଦାରେ ୧୨୭ ପ୍ରତିଶତ ବୃଦ୍ଧି; ଏହି ଦେଶରୁ କିଣା ହୋଇଛି ସବୁଠୁ ବେଶୀ

NEWS7
ଆଗାମୀ-ସଂସ୍କରଣରେ-ଚେନ୍ନାଇର

ନୂଆଦିଲ୍ଲୀ: ସୁନା ଓ ରୁପା ପ୍ରତି ଭାରତୀୟଙ୍କ ଦୁର୍ବଳତା ସବୁ ରେକର୍ଡ ଭାଙ୍ଗିଛି । ସଦ୍ୟ ପ୍ରକାଶିତ ସରକାରୀ ଡାଟା ଅନୁସାରେ, ଜାନୁଆରୀରେ ସୁନା ଆମଦାନୀ ୩୪୯.୨୨ ପ୍ରତିଶତ ବୃଦ୍ଧି ପାଇ ୧୨ ବିଲିୟନ ଡଲାର ହୋଇଛି । କେବଳ ସୁନା ନୁହେଁ, ଏହି ଅବଧିରେ ରେକର୍ଡ ପରିମାଣର ରୁପା ଆମଦାନୀ ହୋଇଛି । ଜାନୁଆରୀରେ ରୁପା ଆମଦାନୀ ୧୨୭ ପ୍ରତିଶତ ବୃଦ୍ଧି ପାଇ ୨ ବିଲିୟନ ଡଲାର ଟପିଛି । ଏହି ପରିସଂଖ୍ୟାନ ସ୍ପଷ୍ଟ କରୁଛି ଯେ ବଜାରରେ ମୂଲ୍ୟବାନ ଧାତୁର ଚାହିଦାରେ ଜବରଦସ୍ତ ବୃଦ୍ଧି ହୋଇଛି ।

ଏହି ଚାହିଦା ବୃଦ୍ଧି ଯୋଗୁ ଦେଶର ବାଣିଜ୍ୟିକ ନିଅଣ୍ଟ ମଧ୍ୟ ବଢିଛି । ତଥ୍ୟ ଅନୁସାରେ ବିବାହ ଓ ନିବେଶ ପାଇଁ ଭାରତୀୟଙ୍କ ମଧ୍ୟରେ ମୂଲ୍ୟବାନ ଧାତୁଙ୍କ କ୍ରେଜ୍ କମି ନାହିଁ । ସୁନା ଆମଦାନୀରେ ଭାରତର ସବୁଠୁ ଅଧିକ ଭରସା ସ୍ୱିଜରଲ୍ୟାଣ୍ଡ ଉପରେ ରହିଛି । ଭାରତ ନିଜ ସୁନା ଚାହିଦାକୁ ପୂରା କରିବା ପାଇଁ ସ୍ୱିଜରଲାଣ୍ଡ ଉପରେ ସବୁଠୁ ଅଧିକ ନିର୍ଭର । ଜାନୁଆରୀ ଡାଟା ତ’ ଆହୁରି ଆଶ୍ଚର୍ଯ୍ୟ କରିବ । ଗତ ମାସରେ ସ୍ୱିଜରଲ୍ୟାଣ୍ଡରୁ ସୁନା ଆମଦାନୀ ମାମଲାରେ ୮୩୬ ପ୍ରତିଶତର ଐତିହାସିକ ବୃଦ୍ଧି ଦେଖିବାକୁ ମିଳିଛି । ବିଶେଷଜ୍ଞଙ୍କ ମତରେ ବିବାହ ଋତୁ ଓ ସୁରକ୍ଷିତ ନିବେଶର ବଢୁଥିବା ଚାହିଦା କାରଣୁ ବିଦେଶରୁ ଏତେ ପରିମାଣରେ ସୁନା-ରୁପା ଆମଦାନୀ କରାଯାଇଛି ।

ଭାରତ ନିଜ ଚାହିଦାକୁ ପୂରଣ କରିବା ପାଇଁ ପାଞ୍ଚ ବଡ଼ ଦେଶ ପାଇଁ ଉପରେ ନିର୍ଭର କରୁଛି । ଏଥିରେ ସ୍ୱିଜରଲ୍ୟାଣ୍ଡ, ୟୁଏଇ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରିଲିଆ ଓ ପେରୁ ସାମିଲ ରହିଛି । ସ୍ୱିଜରଲ୍ୟାଣ୍ଡରୁ ପ୍ରାୟ ୪ ବିଲିୟନ ଡଲାରର ସୁନା ଭାରତକୁ ଆସିଛି ।

ଆଗାମୀ ଦିନରେ ଭାରତ ପାଇଁ ଖୁସି ଖବର ମିଳିପାରେ । ଭାରତ ସରକାର ଏବେ ନିଜ ରଣନୀତି ପରିବର୍ତ୍ତନ କରି ୟୁଏଇ ପରି ଦେଶ ପରିବର୍ତ୍ତେ ଆମେରିକାରୁ ଅଧିକ ସୁନା ଓ ରୁପା କିଣିବାକୁ ଯୋଜନା କରୁଛି । ବିଶେଷଜ୍ଞଙ୍କ ମତରେ ଆମେରିକା ଦୁନିଆରେ ସୁନା-ରୁପା କାରବାରରେ ଏକ ବଡ଼ କେନ୍ଦ୍ର ଅଟେ । ଅଶୋଧିତ ତୈଳ ଓ ବିଶୋଧିତ ସୁନା ଆମଦାନୀ କେବଳ ଯୋଗାଣ ଶୃଙ୍ଖଳାକୁ ଉନ୍ନତ କରିବ ନାହିଁ ବରଂ ସୁନା-ରୁପା ମୂଲ୍ୟକୁ ମଧ୍ୟ କମ କରିବ ।