ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଭୋଟିଂ ବ୍ୟବସ୍ଥା, ଘରେ ବସି ଭୋଟ୍‌ ଦେଲେ ମନମୋହନ,ଅନସାରୀ,ଆଡଭାନୀ ଓ ଯୋଶୀ

Published By : Prameya-News7 Bureau | May 18, 2024 IST

ନୂଆଦିଲ୍ଲୀ ୧୮/୫: ଘରେ ବସି ଭୋଟ୍‌ ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ,ପୂର୍ବତନ ଉପରାଷ୍ଟ୍ରପତି ମହମ୍ମଦ ହମିଦ ଅନସାରୀ,ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଏଲ.କେ ଆଡଭାନୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ.ମୁରଲୀ ମନୋହର ଯୋଶୀ । ନିର୍ବାଚନ କମିଶନଙ୍କ ପକ୍ଷରୁ ହୋଇଥିବା ସ୍ବତନ୍ତ୍ର ଭୋଟିଂ ବ୍ୟବସ୍ଥା ଦ୍ବାରା ନିଜ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । 

ଲୋକସଭା ଆସନ ପାଇଁ ଶନିବାର ଏଲ.କେ ଆଡଭାନୀ ଭୋଟ୍‌ ଦେଇଥିବାବେଳେ, ମେ’ ୧୭ରେ ମନମୋହନ ସିଂ, ମୁରଲୀ ମନୋହର ଯୋଶୀ ଓ ମହମ୍ମଦ ହମିଦ ଅନସାରୀ ଭୋଟ୍‌ ଦେଇଥିଲେ । ଗୁରୁବାର ଠାରୁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଘରେ ବସି ଭୋଟ୍‌ ଦେବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ମେ’ ୨୪ ଯାଏ ଚାଲିବ ।

ପୁରା ଦିଲ୍ଲୀରେ ୫ହଜାର ୪ଶହ ୬ ଜଣ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଘରେ ରହି ଭୋଟ୍‌ ଦେବେ । ଏମାନଙ୍କ ଠାରୁ ନିର୍ବାଚନ ଅଧିକାରୀମାନେ ୨୪ ତାରିଖ ସୁଦ୍ଧା ଭୋଟ୍‌ ସଂଗ୍ରହ କରିବେ । ମେ’ ରେ ଦିଲ୍ଲୀର ୭ ଲୋକସଭା ଆସନ ପାଇଁ ସାଧାରଣ ଜନତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.