ଜମି ବିବାଦରୁ ମହିଳାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା: ୨ ହତ୍ୟାକାରୀ ଅଟକ, ଜଣେ ଫେରାର

Published By : Prameya-News7 Bureau | May 18, 2024 IST

କେନ୍ଦୁଝର ୧୮/୫: ଜମି   ପାଇଁ ମହିଳାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା । ୨ ଅଟକ, ଜଣେ ଫେରାର । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଖଣ୍ଟଘର ଗାଁ ପାରାଭାଡି ସାହିରେ ଚାଞ୍ଚଲ୍ୟ । ମୃତ ମହିଳା କୁନ୍ତଳା ନାୟକ । ଘର ବାରଣ୍ଡାରେ କୁନ୍ତଳାଙ୍କ ରକ୍ତାକ୍ତ ମୃତଦେହ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକ ।

ଦୀର୍ଘ ଦିନ ହେବ ଜମିବାଡିକୁ ନେଇ ରବିନ୍ଦ୍ରଙ୍କ ସହ କୁନ୍ତଳାଙ୍କର ବିବାଦ ଲାଗିରହିଥିଲା । ଭିତରେ ଭିତରେ ରାଗରେ ଜଳୁଥିବା ରବିନ୍ଦ୍ର,ପୁଅ ମଙ୍ଗଳୁ ସହ ମିଶି କୁନ୍ତଳାଙ୍କୁ ରାସ୍ତାରୁ ହଟାଇ ଦେଇଥିବା ଅଭିଯୋଗ ହୋଇଛି । ହତ୍ୟା ଅଭିଯୋଗରେ ପୋଲିସ ରବିନ୍ଦ୍ର ନାୟକ ଓ ପୁଅ ମଙ୍ଗଳୁ ନାୟକକୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟ ଜଣେ ହତ୍ୟାକାରୀ ପୁରିଆ ନାଏକ ଫେରାର ହୋଇଯାଇଛି । ମୃତଦେହ ଜବତ କରି ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ କରୁଛି ପୋଲିସ ।   

You Can Read : ନିର୍ବାଚନ ପ୍ରସ୍ତୁତି, କମିଶନରେଟ୍‌ ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.