ବୈତରଣୀ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା? ପୋଲିସର ଛାନ୍‌ଭିନ୍‌

Published By : Prameya-News7 Bureau | May 18, 2024 IST

ଯାଜପୁର ୧୮/୫: ଯାଜପୁର ଟାଉନ ଥାନା ବୈତରଣୀ ନଦୀର ଦାଣ୍ଡ ସୁନ୍ଦରପୁର ଘାଟରେ ଭାସୁଛି ଯୁବକଙ୍କ ମୃତଦେହ । ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହଟିକୁ ଉଦ୍ଧାର କରିଛନ୍ତି ।

ମୃତ ଯୁବକଙ୍କ ପରିଚୟ ମିଳିପାରିନି । ମୃତଦେହଟି ୩ରୁ ୪ ଦିନ ବୋଲି ଅନୁମାନ କରାଯାଉଛି । ଯୁବକ ଜଣକ ନିଜେ ସୁଇସାଇଡ କରିଛନ୍ତି ନା ତାଙ୍କୁ କିଏ ମାରି ଏଠାରେ ଫୋପାଡି ଦେଇଛି ସେ ସଂପର୍କରେ ଛାନଭିନ ଚଳାଇଛି ପୋଲିସ । 

You Can Read : ଭାରସାମ୍ୟ ହରାଇଲା କାର୍‌, ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟକୁ ଦେଲା ଜୋରଦାର ଧକ୍କା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.