ପ୍ରସାଦ ଖାଇ ୫୦ ଝାଡାବାନ୍ତିରେ ଆକ୍ରାନ୍ତ, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | May 18, 2024 IST

ଖଲ୍ଲିକୋଟ ୧୮/୫: ପ୍ରସାଦ ଖାଇ ୫୦ରୁ ଅଧିକ ଅସୁସ୍ଥ,ମେଡିକାଲରେ ଭର୍ତ୍ତି । ଖଲ୍ଲିକୋଟ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ମୁଣ୍ଡୁଳା ଗାଁରେ ଥିବା ସକଳେଶ୍ବର ମନ୍ଦିର ନିକଟରେ ଯଜ୍ଞ ଆୟୋଜିତ ହୋଇଥିଲା । ସେଠାରେ ବଣ୍ଟା ଯାଇଥିବା ପ୍ରସାଦ ଖାଇ ଗାଁର ୫୦ରୁ ଅଧିକ ଲୋକଙ୍କୁ ଝାଡାବାନ୍ତି ହୋଇଥିଲା । ସଙ୍ଗେ ସଙ୍ଗେ ଆକ୍ରାନ୍ତଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି ।ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି । 

You Can Read : ଅଗ୍ନିକାଣ୍ଡରେ ଜଳିଗଲା ପଞ୍ଚାୟତ ସମିତି ସଭାଗୃହ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.