ଓଡିଆ ନବବର୍ଷ ୨୦୨୪, ଜାଣନ୍ତୁ କିପରି କଟିବ ଆପଣଙ୍କ ଚଳିତ ବର୍ଷ ?

Published By : Prameya-News7 Bureau | April 14, 2024 IST

ମେଷ :-  ଓଡ଼ିଆ ନବ ବର୍ଷ ୨୦୨୪ ପାଇଁ ମେଷ ରାଶିରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭଦାୟକ ହେବାକୁ ଯାଉଛି । ମେଷ ରାଶି ପାଇଁ ଶନି ଏକାଦଶସ୍ଥ, ରାହୁ ଦ୍ୱାଦଶ, କେତୁ ଷଷ୍ଠରେ, ନବମରେ ରବି ଏବଂ ମଙ୍ଗଳ ରହିଛନ୍ତି । ମେ ପହିଲା ୨୦୨୪ ପରେ ବୃହସ୍ପତି ପ୍ରଥମରୁ ୨ୟ ସ୍ଥାନକୁ ଅବସ୍ଥାନ କରିବେ । ଏହି ଯୋଗ ଥିଲେ ମନରେ ନୂତନ ବଳପ୍ରକାଶ ପାଇବା ସହ ନୂତନ ଚିନ୍ତାର ବିକାଶ ଘଟିଥାଏ । ଚାକିରି ଖୋଜୁଥିବା କିମ୍ବା ଚାକିରି କରିଥିବା ବ୍ୟକ୍ତିଙ୍କ ପାଇଁ ପ୍ରମୋସନର ଯୋଗ ରହିଛି । ଷଷ୍ଠ କେତୁ ଯୋଗୁ ଅନେକ ପ୍ରକାରର ଶୁଭଫଳ ପ୍ରାପ୍ତି କରିବେ । ଯଥା ଗୃହ ଆରମ୍ଭ, ନୂତନ ଗୃହ ପ୍ରତିଷ୍ଠା, ରୁଣ ମୁକ୍ତ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେଲେ ମଧ୍ୟ ସାମନ୍ୟ ତ୍ରୁଟି ବିବାଦର ସମ୍ଭାବନା ରହିଛି । ଏହି ବର୍ଷ ବ୍ୟବସାୟୀମାନେ ଆଶା ଅନୁସାରେ ଲାଭବାନ ହେବେ ।ବୃହସ୍ପତି ଚଳନ ଯୋଗୁ ଅଧିକ ଅର୍ଥପ୍ରାପ୍ତିର ଯୋଗ ରହିବ । ରବିଙ୍କ ଚଳନ ଯୋଗୁଁ ଯାତାୟତରେ ଖର୍ଚ୍ଚାନ୍ତ ହେବେ ।  

ବୃଷ :-  ଶନି ୧୦ମ, ରାହୁଲ ଏକାଦଶସ୍ଥ, ପଞ୍ଚମରେ କେତୁ, ଏବଂ ମେ ପହିଲାରୁ ବୃହସ୍ପତି ଜନ୍ମ ରାଶିକୁ ଚଳନ କରିବେ । ଏପରି ଯୋଗ ଲାଗି ଭ୍ରମଣ ଯୋଗ, ଆବଶ୍ୟକ ଠାରୁ ଅଧିକ ଅର୍ଥ ବ୍ୟୟ ରହିବ । ଅଙ୍ଗରେ ମଧ୍ୟ ସାମନ୍ୟ କ୍ଲେସ ଦେଖାଦେବ । ରାହୁଙ୍କ ଚଳନ ଯୋଗୁ କାର୍ଯ୍ୟକ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହେବ । ବ୍ୟବସାୟୀରେ ଅଧିକ ସାବଧାନତା ଅବଲମ୍ବନ କରିବାକୁ ପଡିବ । ଏବର୍ଷ ଧର୍ମ, କର୍ମ, ଧନ ଆଦି ସମସ୍ତ କ୍ଷେତ୍ରରେ ଶୁଭଫଳର ଯୋଗ ରହିଛି । ବୈବାହିକ ଜୀବନ ମଧ୍ୟମ ଫଳ ଦେବ । ଏପ୍ରିଲ ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ଶୁଭଫଳ ମିଳିବାର ଯୋଗ ରହିଛି । ତୀର୍ଥ ଭ୍ରମଣର ଯୋଗ ମଧ୍ୟ ରହିବ ।  

ମିଥୁନ:- ମିଥୁନ ରାଶି ପାଇଁ ନବମରେ ଶନି, ଦଶମରେ ରାହୁ, ଚତୁର୍ଥରେ କେତୁ, ଏବଂ ମେ ପହିଲା ୨୦୨୪ ପରେ ବୃହସ୍ପତି ଏକାଦଶରୁ ଦ୍ୱାଦସ୍ଥ ହେବେ । ରାହୁଙ୍କ ଚଳନ ଯୋଗୁ କର୍ମକ୍ଷେତ୍ର ଏବଂ ବ୍ୟବସାୟରେ ଆଶାଠୁ ଅଧିକ ଲାଭ ରହିବ । ବିବାହ, ବ୍ରତ ସହ ଗୃହରେ ଶୁଭ କର୍ମର ଯୋଗ ରହିଛି । ଶନିଙ୍କ ଚଳନଙ୍କ ଯୋଗୁ ସାମାନ୍ୟ କ୍ଷୟକ୍ଷତି ସହ ଅଙ୍ଗରେ ଆଘାତ ଲାଗିବାର ଯୋଗ ରହିଛି । କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ରବି ମସ୍ତଷ୍କରେ ଅବତୀର୍ଣ୍ଣ କରିଥିବାରୁ ଫଳହାନୀ, ମତିଭ୍ରମ ପରି ସମସ୍ୟା ଦେଖାଦେବ । ମେ ପହିଲାରେ ବୃହସ୍ପତିଙ୍କ ଚଳନ ପରେ କିଛି ପରିମାଣର ଅସୁବିଧା ପରିଲିକ୍ଷିତ ହୋଇପାରେ । ତେଣୁ ଏହି ସମୟରେ ଅତ୍ୟନ୍ତ ସାବଧନାର ସହ ଚଳିବାକୁ ପଡିବ । ବ୍ୟବସାୟ ମଧ୍ୟମ ଫଳ ପ୍ରାପ୍ତି କରାଇବ । ବିଦ୍ୟାର୍ଥୀଙ୍କ ପାଇଁ ଅଧିକ ପରିଶ୍ରମରେ ଲଘୁକ୍ରିୟାର ଯୋଗ ରହିଛି ।  

କର୍କଟ :-  ଅଷ୍ଟମ ରାଶିରେ ଶନି, ନବମରେ ରାହୁ, ତୃତୀୟରେ କେତୁ ଏବଂ ମେ ପହିଲା ପରେ ବୃହସ୍ପତି ଏକାଦଶସ୍ଥ ହେବେ । ଏପରି ଚଳନ ଦ୍ୱାରା ଏହି ରାଶିର ବ୍ୟକ୍ତିବିଶେଷମାନେ କର୍ମନିଯୁକ୍ତିର ସୁଯୋଗ ପାଇବେ । ନୂତନ ଭୂମି, ଜମି, ଯାନବାହନ କ୍ରିୟ କରିପାରିବେ । ବ୍ୟବସାୟୀରେ ଆଶାଠୁ ଅଧିକ ଫଳ ପାଇବେ । କେତୁ ତୃତୀୟସ୍ଥ ହୋଇଥିବାରୁ ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ରହିବାର ଯୋଗ ରହିଛି । ଏପିରିକି ଅଟକିଥିବା ଧନ ମଧ୍ୟ ପାଇବେ । ବିଦ୍ୟାର୍ଥୀମାନେ ଯଥାର୍ଥ ଉନ୍ନତି ପାଇବେ । ଏହାସତ୍ୱେ ଅଷ୍ଟମ ଶନି, ନବମ ରାହୁ ଯୋଗୁ ଶରୀର ପୀଡା, ପରିବାରରେ କ୍ଲେସ, ଅର୍ଥହାନୀର ଯୋଗ ମଧ୍ୟ ରହିବ । ପାଦ ପୀଡା ପରି ସମସ୍ୟା ଦେଖାଦେବ । ଦାମ୍ପତ୍ୟ ଜୀବନ ମଧ୍ୟମ ଫଳ ପ୍ରାପ୍ତି ରହିବ ।  

ସିଂହ:- ସପ୍ତମରେ ସନି, ଅଷ୍ଟମରେ ରାହୁ, ୨ୟରେ କେତୁ, ଏବଂ ମେ ପହିଲାରୁ ବୃହସ୍ପତି ୧୦ମ ସ୍ଥାନକୁ ଯିବେ । ଏହି ଯୋଗ ଯୋଗୁଁ ଏପ୍ରିଲ୍ ଶେଷ ଯାଏଁ ଏହି ରାଶିର ବ୍ୟକ୍ତିମାନେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି କରିବାର ଯୋଗ ଥିଲେ ମଧ୍ୟ ତାହାପରଠାରୁ ବର୍ଷ ଶେଷ ଯାଏଁ ଆଶା ଅନୁସାରେ ଉନ୍ନତି ପରିଲେକ୍ଷିତ ହେଉନାହିଁ । ଅର୍ଥବ୍ୟୟର ଯୋଗ ରହିଛି । ଚିନ୍ତାଧାରା କ୍ରମଶଃ ବିକୃତ ରହିବ । ରୋଗରେ ପୀଡିତ ହୋଇପାରନ୍ତି ।ଥଣ୍ଡା, ଶ୍ୱାସ ଏବଂ ଧାତୁ କ୍ଷୟ ଭଳି ସମସ୍ୟା ଦେଖାଦେଇପାରେ । ୧୦ମ ବୃହସ୍ପତି ରହିବାଥିବାରୁ କୌଣସି ନୂତନ କର୍ମ ଆରମ୍ଭ ନକରିବାକୁ ଅନୁରୋଧ ।କର୍ମକ୍ଷେତ୍ରରେ ସାମନ୍ୟ ଉନ୍ନତିର ଯୋଗ ରହିଛି । ବ୍ୟବସାୟୀ ଏବଂ ବିଦ୍ୟାର୍ଥୀମାନେ ଆଶାଠୁ କମ୍ ଫଳ ପାଇବେ । ଆୟ ପ୍ରାୟ ସମାନ ରହିବେ ।ପାରିବାରିକ ସମସ୍ୟା ନେଇ ଚିନ୍ତା ରହିପାରେ । ଜୀବନ ସାଥୀଙ୍କ ପ୍ରତି ଧ୍ୟାନ ଦେବାକୁ ପଡିବେ ।୩୦ ଅପ୍ରେଲ ମଧ୍ୟରେ ଚିନ୍ତା କରିଥିବା କାମକୁ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ । 

କନ୍ୟା:- ଷଷ୍ଠରେ ଶନି, ସପ୍ତମରେ ରାହୁ, ଜନ୍ମ କେତୁ ଏବଂ ମେ ପହିଲା ପରେ ବୃହସ୍ପତି ଅଷ୍ଟମରୁ ନବମକୁ ଚଳନ କରିବେ । ଏହି ଯୋଗ ଅତ୍ୟନ୍ତ ଶୁଭଦାୟକ ।କର୍ମକ୍ଷେତ୍ରରେ ସ୍ଥାନାନ୍ତରଣର ଯୋଗ ରହିଛି । ଏହାସହ ପ୍ରମୋସନର ମଧ୍ୟ ସଙ୍କେତ ରହିଛି ।ଶନିଙ୍କ ଚଳନ ଯୋଗୁ ବ୍ୟବସାୟ ଏବଂ କର୍ମକ୍ଷେତ୍ରରେ ଅଧିକ ଅର୍ଥ ପ୍ରାପ୍ତିର ଯୋଗ ରହିଛି । ଯଦି ରୁଣ କରିଛନ୍ତି , ତେବେ ରୁଣରୁ ମୁକ୍ତି ମିଳିବ । ଏହାସତ୍ୱେ ବି ମଧ୍ୟ ରାହୁ-କେତୁ-ମଙ୍ଗଳଙ୍କର ସାମନ୍ୟ ଅଶୁଭ ଦୃଷ୍ଟି ରହିଥିବାରୁ ପରିବାରରେ ଅଶାନ୍ତି, ମାନହାନୀ, ଅଧିକ ଖର୍ଚ୍ଚାନ୍ତ ଏବଂ ଶତୃ ଦ୍ୱାରା କ୍ଷୟକ୍ଷତିର ଯୋଗ ରହିଛି । ଏହି ବର୍ଷ ଦାମ୍ପତ୍ୟ ଜୀବନ ଏବଂ ପ୍ରେମ ସଂପର୍କ ନିବିଡ ରହିବ ।ମୋଟା ମୋଟି ଭାବେ ଏହି ବର୍ଷ ମଧ୍ୟମ ଧରଣର ଫଳ ପ୍ରାପ୍ତି କରିବାର ଆଶା ରହିଛି । 

 ତୁଳା :- ପଞ୍ଚମରେ ଶନି, ଷଷ୍ଠରେ ରାହୁ, ଦ୍ଵାଦଶରେ କେତୁ ଏବଂ ମେ ୧ ରେ ବୃହସ୍ତପ୍ତି ରାଶିର ଅଷ୍ଟମ ସ୍ଥାନରେ ରହିବେ। ରବି- ମଙ୍ଗଳ ରାଶିର ତୃତୀୟ ସ୍ଥାନରେ ଅବସ୍ଥାନ କରିବେ। ଯାହା ଏହି ବର୍ଷ ରାଶିକୁ ମିଶ୍ର ଫଳ ପ୍ରଦାନ କରିବ। ଯାନବାହାନ, ଭୂମି କ୍ରୟର ଯୋଗ ରହିବ। ଆଶା ଠାରୁ ଅଧିକ ଅର୍ଥ ପ୍ରାପ୍ତି ହେବ। ଅପ୍ରେଲ ଯାଏଁ ଗୃହ ଶୁଭ କାର୍ଯ୍ୟର ଯୋଗ ରହିଛି। କର୍ମ କ୍ଷେତ୍ରରେ ଅଧିକ ଉପାର୍ଜନ ର ସୁଜଗ ମିଳିବ। ଆଶା ନଥିଲେ ବି ଅନେକ କାର୍ଯ୍ୟରେ ସଫଳ ମିଳିବ। ରବିଙ୍କ ଚାଳନ ଯୋଗୁ ବ୍ୟବସାୟରେ ଉନ୍ନତିର ଯୋଗ ରହିବ। ଏହାସତେ ସାମାନ୍ୟ ଶରୀର ପୀଡ଼ା, ବନ୍ଧନ ଯୋଗ, ମାନସିକ ଦୁଶ୍ଚିନ୍ତାରେ ଗତି କରିବାକୁ ପଡ଼ିବ। 

ବିଛା :- ୪ର୍ଥ ରେ ଶନି, ୫ମରେ ରାହୁ, ଏକାଦଶରେ କେତୁ, ୨ୟରେ ରବି ମଙ୍ଗଳ ଏବଂ ମେ ପହିଲାରୁ ବୃହସ୍ପତି ରାଶିର ସପ୍ତମରେ ଅବସ୍ଥାନ କରିବେ। ଏହି ଯୋଗ ସବୁ ପ୍ରକାର ଶୁଭ ବୋଲି ଗଣାଯାଏ। ଏହି ଯୋଗ ଥିଲେ ଗୃହରେ ଶୁଭ କାର୍ଯ୍ୟ ହେବା ସୁନିଶ୍ଚିତ ଥାଏ। ଅର୍ଥ ପ୍ରାପ୍ତିର ଯୋଗ ଏବଂ ରାଜ ସମ୍ମାନ ପ୍ରାପ୍ତି କରିବେ। କେତୁଙ୍କ ଚଳନ ଯୋଗୁ ଏହି ବର୍ଷ ଆପଣକୁ ଅନେକ ଶୁଭ ଫଳ ପ୍ରଦାନ କରିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥି ଏବଂ ବ୍ୟବସାୟୀ ଲାଭବାନ ହେବେ। ଏହା ସତେ ମଧ୍ୟ ଶନି - ରାହୁ ରବି ଓ ମଙ୍ଗଳଙ୍କ ଚଳନ ଯୋଗୁ ବ୍ୟୟ ବୃଦ୍ଧି, ଶତ୍ରୁ ସୃଷ୍ଟି, ଅଙ୍ଗ ପୀଡ଼ା ସହ କୌଣସି ଜଟିଳ ସମସ୍ୟା ଉପୁଜିପାରେ। 

 ଧନୁ : - ତୃତୀୟରେ ଶନି, ଚତୁର୍ଥରେ ରାହୁ, ଦଶମରେ କେତୁ, ଜନ୍ମରେ ରବି ମଙ୍ଗଳ ଏବଂ ମେ ଏକ ଠାରୁ ବୃହସ୍ପତି ଷଷ୍ଠରେ ଅବସ୍ଥାନ କରିବେ। ଏହି ବର୍ଷ ମିଶ୍ର ଫଳ ପ୍ରଦାନ କରିବ। ଶନିଙ୍କ ଚଳନ ଯୋଗୁ ଏହି ବର୍ଷ ଆକସ୍ମିକ ଧନ ବର୍ଷାର ଯୋଗ ରହିଛି। କେତୁଙ୍କ ଚଳନ ଯୋଗୁ ଏହି ବର୍ଷ ଶୁଭ ଖବର ପ୍ରାପ୍ତି କରିବେ। ନୂତନ ବ୍ୟବସାୟ ଆରମ୍ଭର ଯୋଗ ରହିଛି। ବିଦ୍ୟାର୍ଥୀ ମାନେ ଆଶା ଅନୁସାରେ ଫଳ ପ୍ରାପ୍ତି କରିବେ। ଭ୍ରମଣ ଯୋଗ ବି ରହିବ। ତାହା ସତେ ବି ବୃହଷ୍ପତି, ରାହୁ, ରବିଙ୍କ ଚଳନ ହେତୁ କର୍ମ ସ୍ଥାନରେ ଶତ୍ରୁ ବୃଦ୍ଧି, ସ୍ଥାନତର ଯୋଗ, ଧନ କ୍ଷୟ ର ଯୋଗ ରହିଛି। 

ମକର :- ୨ୟରେ ଶନି, ୩ୟରେ ରାହୁ, ୯ମରେ କେତୁ, ଦ୍ଵାଦଶରେ ରବି ମଙ୍ଗଳ ଏବଂ ମେ ପହିଲାରେ ବୃହସ୍ପତି ପଞ୍ଚମରେ ରହିବେ। ବୃହଷ୍ପତି ଚଳନ ଯୋଗୁ ନୂତନ ଭୂମି, ଅଳଙ୍କାର କ୍ରୟ କରିବେ। ସନ୍ତାନ ଲାଭର ଯୋଗ ରହିଛି। ଏହା ସହିତ ଅନେକ ଶୁଭ କାର୍ଯ୍ୟର ଯୋଗ ବି ଅଛି। ରାହୁଙ୍କ ଚଳନ ଯୋଗୁ ବିଦ୍ୟାର୍ଥି ମାନେ ସଫଳତା ପାଇବେ। କର୍ମ କ୍ଷେତ୍ରରେ ପ୍ରମୋଷନ, ବ୍ୟବସାୟରେ ଲାଭ ମିଳିବ। ରବି ମଙ୍ଗଳ, ଶନି ଏବଂ କେତୁଙ୍କ ଚଳନ ଯୋଗୁ ଉଦରରେ ସମସ୍ୟା, ଆଶା କରିଥିବା ଅର୍ଥର ହାନି, ଅର୍ଥରେ ଅନର୍ଥ ହେଲା ଭଳି ସମସ୍ୟା କିଛି ଆସିପାରେ। 

କୁମ୍ଭ : - ଜନ୍ମରେ ଶନି, ୨ୟରେ ରାହୁ, ୮ମରେ କେତୁ, ଏକାଦଶରେ ରବି ମଙ୍ଗଳ, ଏବଂ ମେ ପହିଲା ପରେ ବୃହସ୍ପତି ରାଶିର ୪ର୍ଥ ସ୍ଥାନରେ ଅବସ୍ଥାନ କରିବେ। ଏହି ଯୋଗ ଏହି ରାଶିର ଲୋକଙ୍କ ପାଇଁ ଏତେ ଭଲ ଫଳ ପ୍ରଦାନ କରିବ ନାହିଁ। ଇଛା କରିଥିବା ଜିନିଷ ପ୍ରାପ୍ତି କରିପାରିବେ । ଆୟର ଯୋଗ ଉତ୍ତମ ରହିବ। ଭୂମି, ଜମି କ୍ରୟର ଯୋଗ ରହିଛି। କିନ୍ତୁ ଏହା କଷ୍ଟସାଧ୍ୟ ହେବ। ଶନି ଏବଂ ବୃହଷ୍ପତିଙ୍କ ଚଳନ ଦ୍ଵାରା ଶତ୍ରୁ ବୃଦ୍ଧି ଏବଂ ମାନସିକ ଦୁଶ୍ଚିନ୍ତା ଲାଗି ରହିବ। ଅଙ୍ଗରେ କ୍ଳେଶ ଏବଂ ଆଯଥାରେ ଅର୍ଥ ନାଶର ଯୋଗ ରହିଛି। ବର୍ଷର ଶେଷ ସମୟରେ କର୍ମ କ୍ଷେତ୍ରରେ ବ୍ୟାଘାତ ଘଟିବ। ବ୍ୟବସାୟରେ ମଧ୍ୟମ ଧରଣର ଲାଭ, ଦାମ୍ପତ୍ୟ ଜୀବନରେ ମନମାଳିନ୍ୟ, ବିଦ୍ୟାର୍ଥି ମାନେ ଅମନଯୋଗୀ ରହିବେ। 

ମୀନ:- ଦ୍ଵାଦଶରେ ଶନି, ଜନ୍ମ ରାହୁ, ଅଷ୍ଟମରେ କେତୁ, ନବମରେ ରବି ମଙ୍ଗଳ ଏବଂ ମେ ପହିଲା ଠାରୁ ତୃତୀୟରେ ବୃହସ୍ପତି ଅବସ୍ଥାନ କରିବେ। ଏହି ରାଶି ପାଇଁ ୨୦୨୪ ଏତେ ସଫଳ ହେବ ନାହିଁ। ଶନି ଓ ବୃହସ୍ପତିଙ୍କ ଚଳନ ଯୋଗୁ ଶତ୍ରୁ ବୃଦ୍ଧି, ବନ୍ଧନ ଭୟ, ଶାରୀରିକ ପୀଡ଼ା, ଧନ ହାନି ଭଳି ପରିସ୍ଥିତି ସୃଷ୍ଟି ହେବ। ରବି ମଙ୍ଗଳଙ୍କ ଚଳନ ଯୋଗୁ ପାଦ ପୀଡ଼ା ରହିବ। ଗମନା ଗମନରେ ଖର୍ଚ୍ଚାନ୍ତ ହେବେ। ଏହା ସହିତ ଗୁରୁତ୍ୱପୂର୍ଣ୍ଣ କାମରେ ବ୍ୟଘାତ ସୃଷ୍ଟି ହେବାର ସମ୍ଭବନା ରହିଛି। କର୍ମ କ୍ଷେତ୍ରରେ ପୂର୍ବ ଘଟଣାକୁ ନେଇ ସମସ୍ୟା ଆସିପାରେ। ଆର୍ଥିକ ସ୍ଥିତି ମଧ୍ୟମ ରହିବ। ବିଦ୍ୟାର୍ଥି ଏବଂ ବ୍ୟବସାୟୀ ଆଶା ଅନୁସାରେ  ଫଳ ପାଇବେନି। ତେଣୁ ଏହି ରାଶି ଶନି ରାଶିଙ୍କ ପ୍ରତିକାର କରିବା ଜରୁରୀ। କୌଣସୀ ଜ୍ୟୋତିର୍ବିଦଙ୍କ ପରାମର୍ଶ ଅନୁଯାୟୀ ପ୍ରତିକାର କରନ୍ତୁ।

 

             ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର, ଯୋଗାଯୋଗ - 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.