କୂଅରେ ଭାସୁଛି ଯୁବକଙ୍କ ଉଲଗ୍ନ ମୃତଦେହ, କୂଅ ନିକଟରୁ ମିଳିଲା ପ୍ୟାଣ୍ଟ-ସାର୍ଟ

Published By : Prameya-News7 Bureau | May 01, 2024 IST

ବଡବିଲ ୧।୫: କେନ୍ଦୁଝର ଜିଲ୍ଲା ବଡ଼ବିଲ ବଙ୍ଗଳା ଛକ ମାଉସୀ ମା' ମନ୍ଦିର ନିକଟରେ ଥିବା ଏକ କୂଅରୁ ଭାସୁଥିବା ଅବସ୍ଥାରେ ଜଣେ ଯୁବକଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି । ବୁଧବାର ସକାଳୁ କୂଅରେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖି ଲୋକେ ବଡ଼ବିଲ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ  ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ତେବେ କେଉଁ ପରିସ୍ଥିତିରେ ଯୁବକ ଜଣକ କୂଅ ପାଣିରେ ବୁଡ଼ିଗଲେ ତାହା ଜଣାପଡିନାହିଁ । କୂଅ ନିକଟରେ ଯୁବକଙ୍କ ପ୍ୟାଣ୍ଟ ସାର୍ଟ ରହିଥିବା ବେଳେ, ସମ୍ଭବତଃ ଗାଧୋଇବାକୁ ଯାଇ କୂଅରେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।  ବଡ଼ବିଲ ପୋଲିସ ମୃତକଙ୍କ ପରିଚୟ ଖୋଜିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

You Can Read :

ତିନି ମାସ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ, କୁମ୍ଭୀର ପ୍ରଜନନ ପାଇଁ ଲାଗିଲା କଟକଣା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.