ଗୁରୁବାର ବଲାଙ୍ଗୀର ଯିବେ ମୁ୍ଖ୍ୟମନ୍ତ୍ରୀ, କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ଭରିବେ ନାମାଙ୍କନ

Published By : Prameya-News7 Bureau | May 01, 2024 IST

ବଲାଙ୍ଗୀର ୦୧/୦୫:ଗୁରୁବାର ଅର୍ଥାତ୍ ମେ ୨ ତାରିଖରେ ବଲାଙ୍ଗୀର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ବଲାଙ୍ଗୀର ଆସି ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ । କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ ।

କଣ୍ଟାବାଞ୍ଜି ସବଡିଭିଜନ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ପାଖରେ ନାମାଙ୍କନ ଭରିବାର କାର୍ଯ୍ୟକ୍ରମ ରହିଛି । ଗୁରୁବାର ସକାଳୁ ୧୦.୨୫ ରେ ସ୍ୱତନ୍ତ୍ର ବିମାନ ଯୋଗେ ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚିବେ। 

ସେଠାରୁ ସେ ହେଲିକପ୍ଟର ଯୋଗେ ଟିଟିଲାଗଡ଼ ସିଟି ସ୍କୁଲ ପଡ଼ିଆରେ ହେଲିପ୍ୟାଡରେ ଓହ୍ଲେଇ ସେଠାରୁ ସିଧାସଳଖ ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ। 

୧୧.୦୫ ରେ ଉପଜିଲ୍ଲାପାଳଙ୍କ ପାଖରେ ପହଞ୍ଚି ନାମାଙ୍କନ କରିବେ । ଯାହା ୧୧.୨୫ ଯାଏଁ ସେଠାରେ ରହିବା କାର୍ଯ୍ୟକ୍ରମ ରହିଛି। ଓ ପରେ ଦିନ ୧୧ ଘଣ୍ଟା ୪୦ ମିନିଟ ରେ ପୁଣି ସିଟି ସ୍କୁଲ ହେଲିପ୍ୟାଡରେ ପହଞ୍ଚି ତୁଷୁରା ଏୟାର ଷ୍ଟ୍ରିପରୁ ପୁଣି ଭୁବନେଶ୍ବର ଫେରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.