ରାସ୍ତାରେ ପଡିଛି ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

Published By : Prameya-News7 Bureau | May 01, 2024 IST

ଜଳେଶ୍ବର ୧।୫: ରାସ୍ତାରେ ପଡିଛି ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତ ଯୁବକ ଜଣକ ହେଲେ କଟକ ଜଗତପୁର ଅଞ୍ଚଳର ପୃଥ୍ୱୀରାଜ ପାତ୍ର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଛାନୁଆ ଗ୍ରାମର ନରାଡ଼ ଛକରେ ।

ସୂଚନାଯୋଗ୍ୟ ଯେ, ବୁଧବାର ସକାଳ ସମୟରେ ରାସ୍ତା ଉପରେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡିଥିଲା । ମୁଣ୍ଡ ଓ ମୁହଁରେ କଟା ଦାଗ ଦେଖି ବସ୍ତା ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଖବର ପାଇ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଥିଲା ବେଳେ ବାଲେଶ୍ୱର ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ତେବେ ରାସ୍ତା ସାରା ରକ୍ତଛିଟା ପଡ଼ିଥିବାରୁ ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ । କେହି ଦୁର୍ବୃତ୍ତ ହତ୍ୟାକରି ଫେରାର ହୋଇଯାଇଛି । ମୃତ ଯୁବକ ଜଣକ ହେଲେ କଟକ ଜିଲ୍ଲା ଜଗତପୁର ଥାନା ଚାହାପଡା ଗ୍ରାମର ପୃଥ୍ୱୀରାଜ ପାତ୍ର । ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ୮୮/୨୪ ମୂଳେ ଏକ ଅପମୃତ୍ୟୁ  ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

You Can Read :

ରାଉରକେଲାକୁ ଆବଶ୍ୟକ ଦୃଢ଼ ନେତୃତ୍ୱ, ଜଣେ ହିଁ ବିକଳ୍ପ ଦିଲୀପ ରାୟ : ବ୍ରହ୍ମା ମିଶ୍ର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.