ଇରାନ ଯୁଦ୍ଧରେ ହେଲାଣି ୫୫୫ଜଣଙ୍କ ମୃତ୍ୟୁ, ୧୩୧ ସହର ପ୍ରଭାବିତ: ରିପୋର୍ଟ

NEWS7
woman-duskarma-in-moving-ac-bus-on-yamuna-express-way-culprit-arrested

ତେହେରାନ ୨।୧: ଇରାନ ରେଡକ୍ରିସେଣ୍ଟ ସୋସାଇଟି ସୋମବାର କହିଛି ଯେ ଇରାନକୁ ଟାର୍ଗେଟ କରି ହେଉଥିବା ଆମେରିକା-ଇସ୍ରାଏୟଲର ମିଳିତ ବିମାନ ଆକ୍ରମଣରେ ଇସ୍ଲାମିକ୍ ରିପବ୍ଲିକ୍ ରେ ଏ ପର୍ଯ୍ୟନ୍ତ ଅନୁନ୍ୟ ୫୫୫ ଜଣଙ୍କ ମୃତ୍ୟୁ ହେଲାଣି। ସୋସାଇଟି ଏହା ବି କହିଛି ଯେ ଯୁଦ୍ଧରେ ଏପର୍ଯ୍ୟନ୍ତ ୧୩୧ ସହର ପ୍ରଭାବିତ ହୋଇଛି।

ଖାମେନିଙ୍କ ଉତ୍ତରାଧିକାରୀ ମଧ୍ୟ ପ୍ରାଣ ହରାଇଛନ୍ତିଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରେ ଆମେରିକାର ବିମାନ ଆକ୍ରମଣରେ ଖାମେନିଙ୍କ ସମ୍ଭାବିତ ଉତ୍ତରାଧିକାରୀ ମଧ୍ୟ ପ୍ରାଣ ହରାଇଥିବା ଆଶଙ୍କା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଶନିବାର ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନିଙ୍କୁ ହତ୍ୟା କରିଥିବା ଆମେରିକା ଓ ଇସ୍ରାଏଲ ଏୟାରଷ୍ଟ୍ରାଇକ୍ ରେ ସେମାନେ ମଧ୍ୟ ପ୍ରାଣ ହରାଇଛନ୍ତି ଯେଉଁମାନଙ୍କୁ ଆମେରିକା ଖାମେନିଙ୍କ ସମ୍ଭାବିତ ଉତ୍ତରାଧିକାରୀ ଭାବେ ଚିହ୍ନଟ କରିଥିଲୁ। ଏଣୁ ଇସ୍ଲାମିକ୍ ରିପବ୍ଲିକର ପରବର୍ତ୍ତି ନେତା କିଏ ହେବେ ଏହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

ଟ୍ରମ୍ପ ଏହି କଥା ରବିବାର ରାତିରେ ଆମେରିକୀୟ ନ୍ୟୁଜ ଚ୍ୟାନେଲ ଏବିସିର ୱାସିଂଟନ ମୁଖ୍ୟ ସମ୍ବାଦଦାତା ଜୋନାଥନ କାର୍ଲଙ୍କୁ ଏକ ଟେଲିଫୋନ ସକ୍ଷାତକାରରେ କହିଥିଲେ। କାର୍ଲ ଅନ ଏକ୍ସ ଅନୁସାରେ ଟ୍ରମ୍ପ କହିଥିଲେ ‘ଏହି ଆକ୍ରମଣ ଏତେ ସଠିକ ଥିଲା ଯେ ଅଧିକାଂଶ ପ୍ରାଣ ହରାଇଛନ୍ତି, ଆମେ ଯେଉଁମାନଙ୍କ ସମ୍ପର୍କରେ ଭାବିଥିଲୁ ସେମାନେ ଆଉ କେହି ନାହାନ୍ତି, କାରଣ ସେମାନେ ସମସ୍ତେ ମୃତ। ନେତୃତ୍ୱ ନେବା ପାଇଁ ଦ୍ୱିତୀୟ ଓ ତୃତୀୟ ସ୍ଥାନ ମଧ୍ୟ ସମାପ୍ତ ହୋଇଯାଇଛି’।

ଅଲି ଲାରିଜାନୀ କହିଛନ୍ତି ଇରାନ ନିଜର ସୁରକ୍ଷା କରିପାରିବଇରାନର ଶୀର୍ଷ ସୁରକ୍ଷା ଅଧିକାରୀ ଅଲି ଲାରିଜାନୀ କହିଛନ୍ତି ଯେ ତେହେରାନ ଆମେରିକା ଓ ଇସ୍ରାଏଲର ଆକ୍ରମଣରୁ ନିଜକୁ ବଞ୍ଚାଇ ପାରିବ। ଏକ୍ସରେ ଏକ ପୋଷ୍ଟରେ ଇରାନୀ ସୁରକ୍ଷା ଅଧିକାରୀ ଟ୍ରମ୍ପଙ୍କ ଭ୍ରମିତ ମହତ୍ୱାକାଙକ୍ଷାକୁ ସମାଲୋଚନା କରିଛନ୍ତି ଓ ଆମେରିକା ଫାର୍ଷ୍ଟ ପଲିସି ଏବେ ଇସ୍ରାଏଲ ଫାର୍ଷ୍ଟ ରେ ପରିବର୍ତ୍ତିତ ହୋଇଥିବାର ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ଆରୋପ ଲଗାଇଛନ୍ତି। ଲାରିଜାନୀ କହିଛନ୍ତି ଯେ ଟ୍ରମ୍ପଙ୍କ ମହତ୍ୱାକାଙକ୍ଷା ପାଇଁ ଦେଶକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦିଆଯାଇଛି। ଇସ୍ରାଏଲର ଶାସନ ଆକାଙକ୍ଷା ଲାଗି ଆମେରିକା ସୈନିକ ବଳିଦାନ କରୁଛନ୍ତି।

କ୍ୱେତରେ ଖସୁଛି ଗୋଟାକ ପରେ ଗୋଟେ ଆମେରିକୀୟ ଫାଇଟର ଜେଟ୍କ୍ୱେତ ଡିଫେନ୍ସ ମିନିଷ୍ଟ୍ରି ସୋମବାର କ୍ୱେତ ଆକାଶରେ ଅନେକ ଆମେରିକୀୟ ଯୁଦ୍ଧ ଜାହାଜ ଜଳି ଯାଇଥିବା କହିଛି। ମନ୍ତ୍ରାଳୟଙ୍କ ଜନୈକ ମୁଖପାତ୍ର କହିଛନ୍ତି ଯେ ସୋମବାର ସକାଳେ କ୍ୱେତ ଆକାଶରେ କେତେକ ଆମେରିକୀୟ ଯୁଦ୍ଧ ଜାହାଜ ଧ୍ୱଂସ୍ତ ହୋଇଛି। ତେବେ ଏହି ସବୁ ଦୁର୍ଘଟଣାରେ କେହିବି ଚାଳକଦଳ ସଦସ୍ୟ ପ୍ରାଣ ହରାଇନଥିବା ସ୍ପଷ୍ଟ ହୋଇଛି। ତେବେ ବିମାନଗୁଡିକ ଏପରି ଖସିପଡିବା କାରଣର ଯାଞ୍ଚ ହେଉଛି। ବୟାନରେ କୁହାଯାଇଛିଯେ ଅଧିକାରୀ ତୁରନ୍ତ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ ଆରମ୍ଭ କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ବିମାନରୁ ପାଇଲଟଙ୍କୁ ବାହାର କରି ହସ୍ପିଟାଲ ପହଞ୍ଚା ଯାଇଛି। ସମସ୍ତେ ସୁସ୍ଥ ଥିବା ଓ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି। କ୍ୱେତର ଏହି ବୟାନ ଆମେରିକାର ଏଫ-୧୫ ଫାଇଟରଜେଟ୍ କ୍ରାସର ଭିଡିଓ ଭାଇରାଲ ହେବା ପରେ ସାମ୍ନାକୁ ଆସିଛି।