LIVE TV

ଭେଣ୍ଟିଲେଟରର ବିକଳ୍ପ 'ଆମ୍ବୁ ବ୍ୟାଗ୍': ପିଜିଆଇ ଡାକ୍ତରଙ୍କ ଉଦ୍ଭାବନ କରୋନା ମୁକାବିଲାରେ ହେବ ଏକ ବଡ଼ ସଫଳତା

NEWS7

ନୂଆଦିଲ୍ଲୀ୨୬/୩: କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ସ୍ବୟଂ ଚାଳିତ ଭେଣ୍ଟିଲେଟର ଉଦ୍ଭାବନ କଲେ ଡକ୍ଟର ରାଜୀବ ଚୌହାନ। କରୋନା କେବଳ ଦେଶ ନୁହେଁ ପୁରା ବିଶ୍ବକୁ ମହା ସଙ୍କଟରେ ପକାଇ ଦେଇଛି। ସୂଚନାଯୋଗ୍ୟ ଯେ, ବିଭିନ୍ନ ରୋଗ ସହ କରୋନା ଭାଇରସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା ଲାଗି ଭେଣ୍ଟିଲେଟର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବା ବେଳେ ଏହାର ସଂଖ୍ୟା ଯଥେଷ୍ଟ ନୁହେଁ। ତାସହ ଭେଣ୍ଟିଲେଟର ବ୍ୟବହାର ଏବଂ ପରିଚାଳନା ମଧ୍ୟ ବ୍ୟୟ ସାପେକ୍ଷ। ଏଥିପାଇଁ ମଧ୍ୟ ମାନବ ସମ୍ବଳର ଆବଶ୍ୟକତା ଅଧିକ। ଏହିସବୁ ସମସ୍ୟା ଆଉ ରହିବ ନାହିଁ। କାରଣ ଜଣେ ଡାକ୍ତର ଭେଣ୍ଟିଲେଟର ଏକ ବିକଳ୍ପ ପ୍ରସ୍ତୁତ କରିଛନ୍ତି। ଯାହା ଭେଣ୍ଟିଲେଟର ଜନିତ ସମସ୍ୟାର ସମାଧାନରେ ସହାୟତା ହେବ।

ପିଜିଆଇର ଆନାସ୍ଥେସିଆ ଏବଂ ଇଣ୍ଟନସିପ୍ କେୟାରର ସହକାରୀ ପ୍ରଫେସର ଡକ୍ଟର ରାଜୀବ ଚୌହାନ। ସେ ଭେଣ୍ଟିଲେଟରର ବିକଳ୍ପ ଭାବେ ଏକ ସ୍ବଂୟ ଚାଳିତ 'ଆମ୍ବୁ ବ୍ୟାଗ' ପ୍ରସ୍ତୁତ କରିଛନ୍ତି। ଯାହାକି ସମ୍ପୂର୍ଣ୍ଣ ଭେଣ୍ଟିଲେଟର ଭଳି କାମ କରିବ।  ଏହା ଦ୍ବାରା କରୋନା ରୋଗୀ ନିଃଶ୍ବାସ ନେବାରେ କୌଣସି ଅସୁବିଧା ହେବ ନାହିଁ। ଏହି ସ୍ବୟଂ ଚାଳିତ ଭେଣ୍ଟିଲେଟର ଦ୍ବାରା କରୋନା ସଂକ୍ରମିତ ବ୍ୟକ୍ତି ଭଲ ଭାବେ ଚିକିିତ୍ସା ହୋଇପାରିବେ।

ହସ୍ପିଟାଲରେ ବ୍ୟବହାର ହେଉଥିବା ଭେଣ୍ଟିଲେଟର ତୁଳନାରେ ଏହାର ମୂଲ୍ୟ ବହୁତ କମ୍ ରହିଛି। ସାଧାରଣତଃ ଗୋଟିଏ ଭେଣ୍ଟିଲେଟରର ଦାମ ୧୦ରୁ ୧୨ ଲକ୍ଷ ହୋଇଥାଏ। ପୁଣି ଏହାକୁ କାର୍ଯ୍ୟକାରୀ କରିବା ଲାଗି କର୍ମଚାରୀଙ୍କ  ଆବଶ୍ୟକ ମଧ୍ୟ ରହିଛି। କିନ୍ତୁ ଅନ୍ୟପଟେ  ଡାକ୍ତର ଚୌହାନଙ୍କ ଦ୍ବାରା ନିର୍ମିତ ସ୍ବୟଂ ଚାଳିତ ଭେଣ୍ଟିଲେଟର ଆମ୍ବୁ ବ୍ୟାଗର ଦାମ ୧୫ରୁ ୧୭ ହଜାର ଭିତରେ ରହିଛି। ଏବଂ ଏହାର ପରିଚାଳନାରେ ମାନବ ସମ୍ବଳ ମଧ୍ୟ କମ୍ ରହିବ। ଏହି ଦୃଷ୍ଟିରୁ ଚିକିତ୍ସା ବିଜ୍ଞାନରେ ଏକ ଉଲ୍ଲେଖନୀୟ ସଫଳତା ନିଶ୍ଚିତ।