ଉତ୍ତର ଖାତାରେ ଜୟ ଶ୍ରୀ ରାମ ଓ କ୍ରିକେଟର୍ସଙ୍କ ନାଁ ଲେଖି ପାସ୍ ହୋଇଗଲେ ଛାତ୍ର: ୨ ପ୍ରଫେସର ନିଲମ୍ବିତ

Published By : Prameya-News7 Bureau | April 26, 2024 IST

indiatoday

ଲକ୍ଷ୍ନୌ: ଉତ୍ତର ଖାତାରେ ଜୟ ଶ୍ରୀ ରାମ ଓ କ୍ରିକେଟର୍ସଙ୍କ ନାଁ ଲେଖି ପାସ୍ ହୋଇଗଲେ ଛତ୍ର। ନିଲମ୍ବିତ ହେଲେ ଦୁଇ ପ୍ରଫେସର। ଉତ୍ତର ପ୍ରଦେଶରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଦୁଇ ପ୍ରଫେସର ଲାଞ୍ଚ ନେଇ ପାସ୍ କରାଇଥିବା ଅଭିଯୋଗ ହେବା ପରେ ମାମଲା ସାମ୍ନାକୁ ଆସିଥିଲା।

ବୀର ବାହାଦୂର ସିଂ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଦିବ୍ୟାଂଶୁ ସିଂ ଗତ ବର୍ଷ ଅଗଷ୍ଟ ୩ ତାରିଖରେ ପ୍ରସ୍ନ ପତ୍ର ପୁନଃ ଯାଞ୍ଚ୍ ନେଇ ଏକ ଆରଟିଆଇ ଦାଖଲ କରିଥିଲେ, ଯେଉଁଥିରେ ପ୍ରଥମ ବର୍ଷର ଫାର୍ମାସି ପାଠ୍ୟକ୍ରମର ୧୮ ଜଣ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ପୁନରମୂଲ୍ୟାଙ୍କନ କରିବାକୁ ସେ ଦାବି କରିଥିଲେ। ଏଥିପେ ସେ ସେହି ଛାତ୍ରଛାତ୍ରୀଙ୍କର ରୋଲ୍ ନମ୍ବର ବି ଦେଇଥିଲେ।  

ଦିବ୍ୟାଂଶୁ ଅଭିଯୋଗ କରିଥିଲେ ଯେ ପ୍ରଫେସର ବିନୟ ବର୍ମା ଓ ଆଶିଷ ଗୁପ୍ତା ଲାଞ୍ଚ ନେଇ ପରୀକ୍ଷାର୍ଥୀଙ୍କୁ ପାସ୍ ରାଇଛନ୍ତି। ଏକ ସତ୍ୟପାଠ ସହଯୋଗରେ ସେ ରାଜ୍ୟପାଳଙ୍କ ପାଖରେ ଅଭିଯୋଗ ଦାଖଲ କରିଥିଲେ। 

ପଢ଼ନ୍ତୁ- ହୋଟେଲରେ ଗାର୍ଲଫ୍ରେଣ୍ଡଙ୍କ ସହ ବ୍ୟବସାୟୀ କରୁଥିଲେ ରୋମାନ୍ସ, ପହଞ୍ଚିଗଲେ ସ୍ତ୍ରୀ, ତା’ ପରେ....

ଅଭିଯୋଗ ପରେ ରାଜଭବନ ପକ୍ଷରୁ ୨୦୨୩ ଡିସେମ୍ବର ୨୧ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା।  ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ ଯେଉଁଛାତ୍ରମାନେ ଉତ୍ତର ଖାତାରେ ଜୟ ଶ୍ରୀ ରାମ ଲେଖିଥିଲେ ଓ ରୋହିତ ଶର୍ମା , ବିରାଟ କୋହଲି ଓ ହାର୍ଦ୍ଦିକ୍ୟ ପାଣ୍ଡ୍ୟା ଭଳି କ୍ରିକେଟରଙ୍କ ନାଁ ଲେଖିଥିଲେ ସେମାନଙ୍କୁ ୫୦ ପ୍ରତିଶତ ମାର୍କ ସହ ପାସ୍ କରିଦିଆଯାଇଛି। ଅଭିଯୋଗ ସାବ୍ୟସ୍ତ ହେବା ପରେ ଦୁଇ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଚି ବୋଲି ୟୁନିଭର୍ସିଟି ଭାଇସ୍ ଚାନ୍‌ସେଲର ବନ୍ଦନା ସିଂହ ସୂଚନା ଦେଇଛନ୍ତି।   

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.